T-20 ବିଶ୍ଵକପ୍ ରୁ ବାହାରିବା ପରେ Dhoni ଖୁଲାସା କଲେ ଏହାର ଖତରନାକ୍ କାରଣ, ଯେଉଁ କାରଣରୁ ଚାହିଁ କି ବି ଜିତି ପାରିଲାନି ଭାରତ

ନାମ୍ବିଆ ସହ ମ୍ଯାଚ ଖେଳିବା ପରେ ଟି-୨୦ ବିଶ୍ଵକପ୍ ରୁ ବିଦାୟ ନେଇଛି ଭାରତୀୟ କ୍ରିକେଟ ଟିମ୍ । ପ୍ରଥମ ଦୁଇଟି ମ୍ୟାଚରେ ଇଣ୍ଡିଆ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଓ ନାମ୍ବିଆ ଠାରୁ ମ୍ଯଚ୍ଚ ଜିତି ସେମି ଫାଇନାଲକୁ ଯିବାର ସ୍ଵପ୍ନ ଦେଖୁଥିଲା ଭାରତ । କିନ୍ତୁ ଆଫଗାନିସ୍ତାନକୁ ହରାଇ ନ୍ୟୁଜିଲାଣ୍ଡ ଏହି ସ୍ଵପ୍ନକୁ ମଧ୍ୟ ଚୁରମାର କରିଦେଇଛି ।

କିନ୍ତୁ ଟି-୨୦ ଫର୍ମାଟରେ ବିଶ୍ଵ ସ୍ତରରେ ସବୁଠୁ ଭଲ ପ୍ରଦର୍ଶନ ରେକର୍ଡ ରଖିଥିବା ଇଣ୍ଡିଆ ଟିମ୍ ଏତେ ଖରାପ ପ୍ରଦର୍ଶନ କରିବା ସମସ୍ତଙ୍କୁ ଖୁବ ମର୍ମାହତ କରିଛି । ତେବେ ଏବେ ମେଣ୍ଟର ଧୋନି ମୁହଁ ଖୋଲିଛନ୍ତି । ଭାରତୀୟ ଟିମ୍ ର ଖରାପ ପ୍ରଦର୍ଶନ ଓ ବିଶ୍ଵକପ୍ ରୁ ବାହାର ହେବାର କିଛି କାରଣ ଦର୍ଶାଇଛନ୍ତି ଧୋନି । ଧୋନିଙ୍କ କହିବା ମୁତାବକ ଭାରତୀୟ କ୍ରିକେଟ ଟିମ୍ କୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଭଳି ଟିମ୍ କୁ ହାଲୁକାରେ ନେବା ଉଚିତ ନଥିଲା ।

ଟସ୍ ଜିତିବା କାହା ହାତରେ ନଥାଏ କିନ୍ତୁ ଏହା ସେହି ସମାନ ଫିଲ୍ଡ ଥିଲା ଯେଉଁଠି ଗତ ଏକ ମାସ ଧରି ଭାରତୀୟ ଟିମ୍ ଖେଳୁଥିଲେ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ହରାଇବାକୁ ଚେଷ୍ଟା କରିବା କେଉଁଠି ନା କେଉଁଠି ଖେଳାଳିଙ୍କ ମାଇଣ୍ଡସେଟ୍ ରେ ପ୍ରଭାବ ପକାଇଥିଲା । ଏହାସହ ଖେଳାଳି ମାନେ ସେହି ଦୁଇଟି ମ୍ଯାଚରେ ମିଳିତ ଭାବେ ପ୍ରଦର୍ଶନ କରି ନଥିଲେ । ଏହାର ଫାଇଦା ବିରୋଧୀ ଟିମ୍ ଉଠାଇଥିଲେ । ଯାହାଫଳରେ ହାରିବାକୁ ପଡିଥିଲା ।

ହାରିବାର ଆଉ ଏକ କାରଣ ହେଉଛି ଟିମ୍ ର ମୁଖ୍ୟ ଖେଳାଳି ଚାପରେ ପଡିଯିବା । ଏହାସହ ପଡିଆ ଉପରେ ହିଁ ଜିତିବାର ଆଶା ଛାଡିଦେବା ଭାରତ ଟିମ୍ ମ୍ଯାଚ ହାରିବାର ସବୁଠୁ ମୁଖ୍ୟ କାରଣ ବୋଲି କହିଛନ୍ତି ଧୋନି । ଏହାସହ ପ୍ରଥମ ମ୍ଯାଚରେ ପାକିସ୍ତାନ ବିପକ୍ଷରେ ଖେଳାଳିମାନେ ଯେଉଁ ଭୁଲ କରିଥିଲେ ତା’ ଠାରୁ ଅଧିକ ଭୁଲ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଥିଲେ ।

ସେଥିପାଇଁ ଦୁଇଟି ଯାକ ମ୍ଯାଚ ହାରିବାକୁ ପଡିଥିଲା । ତେବେ ଭାରତୀୟ ଟିମ୍ ପ୍ରଥମ ଦୁଇଟି ମ୍ଯାଚ ହାରିବାର ବଡ କାରଣ କଣ ହୋଇପାରେ ବୋଲି ଆପଣଙ୍କୁ ଲାଗୁଛି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।