ଦେଖନ୍ତୁ Rohit T20 ସିରିଜ ପାଇଁ Team ରେ କଲେ ଏହି 5 ଟି ଖତରନାକ ପରିବର୍ତ୍ତନ, ଏବେ ଜିତିବା ପକ୍କା

ଚଳିତ ଟି-୨୦ ବିଶ୍ଵକପ୍ ରେ ଭାରତୀୟ କ୍ରିକେଟ ଦଳର ଯାତ୍ରା ଶେଷ ହୋଇଛି । ଏଥିସହ ଟି-୨୦ ଫର୍ମାଟରୁ ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଛନ୍ତି ବିରାଟ କୋହଲି । ଆଉ ଏହି ଭାର ଏବେ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କୁ ହସ୍ତଗତ ହୋଇଛି । ତେବେ ଟି-୨୦ ବିଶ୍ଵକପ୍ ରୁ ବାହାର ହେବା ପରେ ଡିସେମ୍ବର ୧୭ ତାରିଖରେ ନ୍ୟୁଜିଲାଣ୍ଡ ସହ ହେବାକୁ ଥିବା ତିନୋଟି ଟି-୨୦ ମ୍ଯାଚ ପାଇଁ ଟିମ୍ ଘୋଷଣା କରିଛନ୍ତି ରୋହିତ ଶର୍ମା ।

ଟି-୨୦ ବିଶ୍ଵକପ୍ ରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉତ୍ତମ ପ୍ରଦର୍ଶନ ଦେଖାଇବା ପାଇଁ ଏହା ହିଁ ଭାରତୀୟ ଟିମ୍ ପାଇଁ ସୁବର୍ଣ୍ଣ ସୁଯୋଗ । ତେବେ କ୍ଯାପଟେନ ହେବା ପରେ ନିଜ ଟିମ୍ ଚୟନ କରିବା ସହ ଟିମ୍ ରେ କିଛି ବଡ ପରିବର୍ତ୍ତନ କରାଯାଇଛି । କୋହଲି ପୂର୍ବରୁ ଘୋଷଣା କରିଥିଲେ କି ଟି-୨୦ ବିଶ୍ଵକପ୍ ପରେ ରୋହିତ ଅଧିନାୟକ ପଦ ସମ୍ଭାଳିବେ । ଏହା ହେଉଛି ସବୁଠୁ ବଡ ପରିବର୍ତ୍ତନ ।

ତେବେ ଟିମ୍ ରେ ପୂର୍ବ ଭଳି ଓପନର ଭାବେ ରୋହିତ ଶର୍ମା ଓ କେ.ଏଲ ରାହୁଲ ରହିଥିବା ବେଳେ ଏବେ ଟିମ୍ ରେ ଭେଙ୍କଟେଶ୍ଵର ଏବଂ ଋତୁତାଜ ଗାଇକୱାଡଙ୍କୁ ମଧ୍ୟ ରଖାଯିବ । ଗତ ଆଇପିଏଲରେ ଏମାନଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିବା ବେଳେ ଏମାନଙ୍କୁ ସୁଯୋଗ ଦେବା ନିହାତି ଭାବେ ଏକ ଭଲ ନିର୍ଣ୍ଣୟ ସାବ୍ୟସ୍ତ ହେବ । ମିଡିଲ ଅର୍ଡରରେ ଶ୍ରେୟସ ଆୟର, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନଙ୍କୁ ରଖାଯିବ ଓ ରିଷଭ ପନ୍ତ ୱିକେଟ କିପର୍ ଭାବେ ରହିବେ ।

ତେବେ ଟିମ୍ ରେ ଅଲରାଉଣ୍ଡର ଭାବେ ଏବେ ପାଣ୍ଡ୍ୟାଙ୍କୁ କାଢି ଦିଆଯାଇଛି । ତାଙ୍କ ବଦଳରେ ଏବେ ଅକ୍ସର ପଟେଲଙ୍କୁ ନିଆଯିବ । ସାରଦୁଲ ଠାକୁର, ବୁମରାହ ଏବଂ ଜାଡେଜାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇ ତାଙ୍କ ବଦଳରେ ଅଶ୍ବିନୀ ଏବଂ ଚହଲଙ୍କୁ ନିଆଯାଇଛି । ଏହାସହ ଭୁବନେଶ୍ବର କୁମାର, ଦୀପକ ଚହଲ, ହର୍ଶାଲ ପଟେଲ, ମହମ୍ମଦ ସିରାଜ ଓ ଆଭେଶ ଖାନଙ୍କ ପରି ପେସ୍ ବୋଲର ମଧ୍ୟ ରଖାଯାଇଛି ।

ଏହା ହେଉଛି ସେହି ସମସ୍ତ ଖେଳାଳିଙ୍କ ଲିଷ୍ଟ ଯେଉଁମାନେ ରୋହିତ ଶର୍ମାଙ୍କ ଅଧିନାୟକତାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ଯାଚ ଖେଳିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।