Shivratri Special- ପବିତ୍ର ଶିବରାତ୍ରି ଦିନ ଘରକୁ ନେଇ ଆସନ୍ତୁ ଏହି 5 ଟି ମଧ୍ୟରୁ କୌଣସି 1 ଜିନିଷ, ସାରା ଜୀବନ ଆପଣଙ୍କ ଉପରେ ବର୍ଷିବ ଭୋଲେନାଥଙ୍କ କୃପା

ଆମ ଶାସ୍ତ୍ରରେ କୁହାଯାଇଛି ଶିବ ହେଉଛନ୍ତି ସଂଘାର କର୍ତା ଓ ସେ ହିଁ ଆଦି ଓ ଅନାଦି ମଧ୍ୟ କୁହାଯାଏ । ଶିବରାତ୍ରି ଦିନ ପୃଥିବୀରେ ଏକ ମହା ଉତ୍ସବ ହୋଇଥାଏ । ଏହାକୁ ଲୋକେ ବହୁତ ଧୁମ ଧାମରେ ପାଳନ କରନ୍ତି । ଦେଶର ଲକ୍ଷ ଲକ୍ଷ ଶିବ ମନ୍ଦିର ରହିଥାଏ । ସେଠାରେ ଏହି ଦିନରେ ବହୁତ ଭିଡ ମଧ୍ୟ ଲାଗି ରହିଥାଏ । ତାଙ୍କୁ ସବୁ ଲୋକେ ଭୋଳା ବାବା ବୋଲି କହିଥାନ୍ତି । କାରଣ ତାଙ୍କୁ କିଛି ଲୋକେ କହିଥାନ୍ତି କି କୋପେ ବର ନଚେତ ତପେ ବର ।

ତାଙ୍କ ପୂଜା କରିବା ପାଇଁ ସବୁ ଲୋକେ ବହୁତ ଶ୍ରଦ୍ଧା ଓ ବିଶ୍ଵାସର ସହିତ କରିଥାନ୍ତି । ସେହି ଭଳି ଲୋକଙ୍କ ପାଇଁ ଶିବ ବହୁତ କିଛି କରିଥାନ୍ତି । କିନ୍ତୁ ମହା ଶିବରାତ୍ରି ଦିନ ପୂଜା କରିବା ଦ୍ଵାରା ମିଳିଥିବା ମହତ୍ୟ ଓ ଅନ୍ୟ ଦିନ କରୁଥିବା ପୂଜା ଠାରୁ ଅଧିକ ପୂଣ୍ୟ ଫଳ ମିଳିଥାଏ । ଏହି ଦିନ ତାଙ୍କ ଅନୁପସ୍ଥିତି ବହୁତ ଲୋକେ ଅନୁଭବ କରିଥାନ୍ତି ।

ସେହି ଦିନ ଭଗବାନ ଶିବ ନିଜ ଭକ୍ତ ମାନଙ୍କ ସହ ଭେଟ କରିବାକୁ ଆସନ୍ତି । ଏହି ସମୟେରେ ତାଙ୍କୁ ତାଙ୍କର ସବୁଠାରୁ ପ୍ରିୟ ଜିନିଷ ଚଢାଇବା ଦ୍ଵାରା ସେ ଅଶେଷ କୃପା କରିଥାନ୍ତି । ମହା ଶିବରାତ୍ରି ଦିନ ତାଙ୍କର ପ୍ରିୟ ବସ୍ତୁ ଆଣି ଘରେ ପୂଜା କରିବା ଫଳରେ ସେ ଅଧିକ ପ୍ରସନ୍ନ ହେବେ ଓ ସୁଖ ସମୃଦ୍ଧି ମଧ୍ୟ ହେବ ।

ଏହା ଛଡା ସେଦିନ ଆପଣ କଣ ଖାଇବା ଉଚିତ ଓ କଣ ନୁହେଁ ତା ବିଷୟରେ ମଧ୍ୟ ଆମେ ଆଜି କହିବୁ । ଆପଣ ସେହି ଦିନ ଘରକୁ ମାଟି ଆଣି ଓ ସେଥିରେ ଶିବ ଲିଙ୍ଗ କରି ପୂଜା କରିବା ଫଳରେ ଅଶେଷ ଲାଭ ପାଇବେ ।

ସେହି ଦିନ ପାରଦ ସ୍ପଟିକ ଶିବଲିଙ୍ଗକୁ ପୂଜା କରି ନିଜ ବ୍ୟବସାୟ ସ୍ଥଳୀ ବା ନିଜ ଘରେ ରଖନ୍ତି ତେବେ ଆପଣଙ୍କୁ ବହୁତ ଲାଭ ମଧ୍ୟ ମିଳିବ । ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ବହୁତ ପ୍ରିୟ ଲାଗିଥାଏ । ଏହା ବହୁତ ପ୍ରକାରର ରହିଥାଏ । ଏହାକୁ ଆପଣ ସେହି ଦିନରେ ତାଙ୍କ ଉପରେ ଚଢାଇ ସେହି ରୁଦ୍ରାକ୍ଷକୁ ଆଣି ପିନ୍ଧି ମଧ୍ୟ ପାରିବେ । ଭାରତୀୟ ଶାସ୍ତ୍ର ଅନୁସାରେ ଡମ୍ବୁରୁକୁ ଶିବଙ୍କ ସହିତ ମଧ୍ୟ ତୁଳନା କରାଯାଇଛି । ଏହାକୁ ମଙ୍ଗଳ ମୟ ଜନ୍ତ୍ର ହିସାବରେ ମଧ୍ୟ କୁହାଯାଏ ।

ପୁରାଣ ଅନୁସାରେ ଶିବଙ୍କ ଡମ୍ବରୁ ଧ୍ଯୋନୀରେ ହିଁ ସଙ୍ଗୀତ ସ୍ଵର ଆସିଥିଲା । ସେଥିପାଇଁ ଶିବରାତ୍ରି ଦିନ ଘରକୁ ଆଣି ଏହାକୁ ମନ୍ତ୍ର ଉଚ୍ଚାରଣ କରି ବଜାନ୍ତୁ । ସେଥିରୁ ବାହାରୁ ଥିବା ଧୋନୀ ଶୁଣି ଶିବ ବହୁତ ଖୁସି ହୋଇ ଆପଣଙ୍କୁ ବହୁତ ଆଶ୍ରିବାଦ ମଧ୍ୟ କରିବେ । ଆପଣ ଯେଉଁ ସମୟରେ ଶିବଙ୍କୁ ଦେଖୁଥିବେ ସେହି ଫୋଟୋରେ ତାଙ୍କ ହାତରେ ଏକ ତ୍ରିଶୂଳ ଥିବାର ଦେଖୁଥିବେ । ଧନୁ ଓ ତ୍ରିଶୂଳ ହେଉଛି ତାଙ୍କର ଦୁଇ ଅସ୍ତ୍ର ଅଟେ । ମହା ଶିବରାତ୍ରି ଘରକୁ ଏକ ତ୍ରିଶୁଳ ଆଣି ନିଶ୍ଚିତ ପୂଜା କରନ୍ତୁ ।

ଶିବଙ୍କ କୃପାରୁ ଆପଣଙ୍କର ସବୁ ସମସ୍ୟା ଦୂରେଇଯିବା ସହ ସୁଖ ସମୃଦ୍ଧି ମଧ୍ୟ ପାଇବେ । ତାଙ୍କ ମୁଣ୍ଡରେ ସବୁ ସମୟରେ ଆପଣ ଚନ୍ଦ୍ର ଓ ନାଗ ମଧ୍ୟ ଦେଖିଥିବେ । ସେଥିପାଇଁ ସେହି ଦିନ ନିଜ ଘରକୁ ତାଙ୍କର ଏକ ସ୍ୱରୂପ ଆଣି ପୂଜା କରିବା ଉଚିତ ଅଟେ । ଯଦି ଆପଣ ରୂପାରେ ବନାଯାଇ ଥିବା ସର୍ପ ବା ଚନ୍ଦ୍ର ଆନୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଆପଣ ଭାତ, ଡାଲି ବା ଗହମ ଜାତୀୟ ଜିନିଷ ଖାଇବେ ନାହିଁ ।