ଆଜିର ରାଶିଫଳ, 11 ମାର୍ଚ୍ଚ 2021, ଗୁରୁବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ସେହି କାର୍ଯ୍ୟ ବହୁତ ଭଲ ଭାବରେ ବିଚାର କରି ସେଥିରେ ନିସ୍ପତି ନିଅନ୍ତୁ । ଯାହା ଫଳରେ ଆପଣଙ୍କୁ ପରବର୍ତୀ ସମୟରେ ଆଉ କିଛି ଅସୁବିଧା ହେବ ନାହିଁ । ନିଜର କେହି ଜଣେ ସାଙ୍ଗ ଆପଣଙ୍କୁ ଏକ ଉପଦେଶ ଦେବେ ଯାହା ଦ୍ଵାରା ସେଥିରେ ଆପଣଙ୍କୁ ବହୁତ ଲାଭ ଦାୟକ ହେବ । ଆପଣ ଏହି ସମୟରେ ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ବ୍ୟବସାୟରେ ବହୁତ ଲାଭ ହେବ । ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେହି କାର୍ଯ୍ୟରେ କାମ କରୁଥିବା ଅଭିଜ୍ଞାତା ବ୍ୟକ୍ତିଙ୍କ ଠାରୁ ଉପଦେଶ ନେଇ କାର୍ଯ୍ୟ କରିବା ଫଳରେ ସେଥିରେ ଆପଣ ବହୁତ ଲାଭବାନ ହେବେ । କୌଣସି ଏକ କାର୍ଯ୍ୟରେ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ ।

ବୃଷ

ଆଜି ଆପଣଙ୍କୁ ଭବିଷ୍ୟତ କଥା ଭାବିବା ନିହାତି ଦରକାର । ଯାହା ଦ୍ଵାରା ଆପଣ ପରବର୍ତୀ ସମୟରେ ଆପଣଙ୍କୁ କୌଣସି ଅସୁବିଧା ଦେଖାଦେବ ନାହିଁ । ବ୍ୟବସାୟରେ ଦେଖା ଯାଉଥିବା ଅସୁବିଧା ବହୁତ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଯେଉଁ ମାନେ ପାଠ ପଢୁଥିବେ ଏହି ସମୟରେ ସେମାନଙ୍କର ପାଠରେ ମନ ଲାଗିବ ନାହିଁ । ଆପଣଙ୍କର ସବୁ କାର୍ଯ୍ୟ ବହୁତ ସହଜରେ ପୂର୍ଣ୍ଣ ହୋଇଯିବ । କୌଣସି ବିପଦ ପୂର୍ଣ୍ଣ କାର୍ଯ୍ୟ ବା ନିବେଶ କରନ୍ତୁ ନାହିଁ, ନଚେତ ଅସୁବିଧାର ସମୁଖୀନ ହୋଇପାରନ୍ତି । ନିଜର କେହି ଜେଣ ଲୋକ ଆପଣଙ୍କୁ ବହୁତ ଅସୁବିଧାରେ ପକାଇ ପାରନ୍ତି ।

ମିଥୁନ

ଆଜି କୌଣସି ଜିନିଷ ହେବା ଫଳରେ ବହୁତ ଶାନ୍ତି ଅନୁଭବ କରିବେ । ନିଜ ପରିବାରରେ ବହୁତ ଖୁସି ରହିବ । ଯଦି ଆପଣ କୌଣସି କମ୍ପୁଟର କ୍ଷେତ୍ରରେ କାମ କରୁଛନ୍ତି ତେବେ ଆଜି ସେହି କାର୍ଯ୍ୟ କ୍ଷେତ୍ରରେ କିଛି ବାଧା ଆସିପାରେ । ସବୁଠୁ ଭଲ ହେବ କି ଆପଣ ଯେଉଁ କାମ କରୁଛନ୍ତି ସେହି କାର୍ଯ୍ୟରେ ଆଉ କାହାକୁ ପୁରାନ୍ତୁ ନାହିଁ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ଛୋଟ ପିଲାଙ୍କ ସହ ପାଟି ହୋଇପାରେ । ଆଜି କୌଣସି ଭୂମି ବିବାଦରୁ ବାଛିବାକୁ ଚେଷ୍ଟା କରନ୍ତୁ । ଘରେ ଆପଣଙ୍କର କଥାକୁ ଆଜି ସମସ୍ତେ ମହତ୍ୟ ଦେବେ ।

କର୍କଟ

ପାଠ ପଢା ପିଲା ମାନଙ୍କୁ ଆଜି କିଛି ନୂଆ ଶିଖିବାକୁ ମିଳିବ । ନିଜେ କରିଥିବା ପରିଶ୍ରମ ଓ ଚେଷ୍ଟା ଆଜି ଆପଣଙ୍କୁ ସଫଳତା ଆଡକୁ ଟାଣି ନେବ ଆର୍ଥିକ ସମସ୍ୟା ଦୂରେଇ ଯିବ । ଜୀବନ ସାଥିକୁ ନେଇ ବାହାରକୁ ବୁଲିବାକୁ ଯାଇ ପାରନ୍ତି ଓ ତା ସହିତ ସୁସ୍ଵାଦୁ ଖାଦ୍ୟ ମଧ୍ୟ ଖାଇ ପାରନ୍ତି । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।  କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ମିଳିବ ଯେଉଁ କାର୍ଯ୍ୟ ଆଜି କରିବେ ସେଥିରେ ସଫଳତା ହାସଲ କରିବେ ଓ ଆର୍ଥିକ ସମସ୍ୟା ଦୂରେଇ ଜୀବ । ଆପଣଙ୍କର ଭାଇ କିମ୍ବା ବାପାଙ୍କ ସହଯୋଗ ଫଳରେ ବ୍ୟବସାୟରେ ଲାଭ ହେବ ଓ କାର୍ଯ୍ୟରେ ବହୁତ ସହଜରେ ହୋଇଯିବ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

ସିଂହ

ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।  ସ୍ଵାସ୍ଥ୍ୟରେ କିଛି ଟଙ୍କା ଖର୍ଚ୍ଚ ହୋଇପାରେ । ଆଜି ଆପଣ କୌଣସି ଏକ ଚିନ୍ତାରେ ରହିପାରନ୍ତି କିନ୍ତୁ ଜମା ଚିନ୍ତା କରନ୍ତୁ ନାହିଁ କିଛି ଦିନ ଭିତରେ ସେହି ସମସ୍ୟାକୁ ଆପଣ ନିଜେ ଦୂରେଇ ଦେଇ ପାରିବେ । ସନ୍ତାନ ସମସ୍ୟା ଯଦି ଅଛି ତେବେ ବହୁତ ଶୀଘ୍ର ଖୁସି ଖବର ପାଇବେ । ଯାନ ବାହାନ ଚଳାଇବା ସମୟରେ ଧ୍ୟାନ ରଖିବେ । ନଚେତ କିଛି କ୍ଷତି ହୋଇପାରେ ।

କନ୍ୟା

ଆଜି ଆପଣଙ୍କୁ କୌଣସି ଜାଗାରୁ ଏକ ବଡ ସୁଯୋଗ ଆସିପାରେ ଯାହାକି ଆପଣଙ୍କୁ ବଦଳାଇ ଦେବା ସହ ନିଜ ଜୀବନ ଶୈଳୀକୁ ମଧ୍ୟ ବଦଳାଇ ଦେବ । ସେହି କାର୍ଯ୍ୟରେ ଯଦି ମନ ଲଗାଇ କାମ କରିବେ ତେବେ ସେଥିରେ ଭଲ ଲାଭ କରିବେ । ନକରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଆଜି ପୁରା ଦିନ ମଜା ମଜଲିସରେ କଟିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ ।

ତୁଳା

ଜୀବନ ସାଥିଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ସାଙ୍ଗ ସାଥୀ କିମ୍ବା ପରିବାରର କୌଣସି ସଦସ୍ୟ ସାଙ୍ଗେ ମିଶି ବହୁତ୍ ମଜା ଉଠାଇ ପାରନ୍ତି । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳି ଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ଯେଉଁ କାର୍ଯ୍ୟ ଆଜି କରିବାକୁ ଯାଉଛନ୍ତି ସେହି କାର୍ଯ୍ୟ ବହୁତ ଭଲ ଭାରେ ଯାଞ୍ଚ କରି କରନ୍ତୁ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ ।

ବିଚ୍ଛା

ଶାରିରୀକ ଓ ମାନସିକ ଚାପ ରହିବ । ଆଜି ନିଜର କୌଣସି ମହତ୍ୟ ବସ୍ତୁ ଜିନିଷ ଭାଙ୍ଗି ଯାଇପାରେ ବା ନଷ୍ଟ ହୋଇପାରେ । ଆଜି କୌଣସି ବଡ ପଦକ୍ଷେପ ନିଅନ୍ତୁ ନାହିଁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ସାଙ୍ଗ ମାନଙ୍କ ସହ କୌଣସି ଏକ କଥାକୁ ନେଇ ପାଟି ତୁଣ୍ଡ ହୋଇପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟ ଭାର ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳ କରାଇ ଦେବ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ ।

ଧନୁ

ଘରର କୌଣସି ସମସ୍ୟାକୁ ନେଇ ବହୁତ ଚିନ୍ତାରେ ରହିପାରନ୍ତି ଓ ଆପଣଙ୍କୁ ବହୁତ ଅସୁବିଧା ମଧ୍ୟ ହେବ । ବ୍ୟବସାୟରେ ଭଲ ଲାଭ ହେବ । ପରିବାରରେ ସମସ୍ଥେ ଖୁସି ରହିବେ କିନ୍ତୁ ଧ୍ୟାନ ରଖିବେ କି ଆପଣଙ୍କର କଥା ଆଜି କାହାକୁ ଖରାପ ଲାଗିପାରେ । ଆଜି ଆପଣଙ୍କର କିଛି ରହିଯାଇଥିବା କାର୍ଯ୍ୟ ପୁରା ହେବ । ପୁରା ଦିନ ଆଜି ଘର ଲୋକଙ୍କ ସହିତ ଭଲରେ କଟିବ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ ।

ମକର

ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । ବିଭାହୀତ ଜୀବନରେ ବହୁତ ଖୁସି ରହିବ । ନିଜ କ୍ରୋଧରେ ଉପରେ ନିୟତ୍ରଣ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ରହିଯାଇ ଥିବା କାର୍ଯ୍ୟ ଆଜି ପୂର୍ଣ୍ଣ ହୋଇଯିବ ।

କୁମ୍ଭ

ଆଜି ମାତା ଓ ପିତାଙ୍କ ଆଶ୍ରୀବାଦ ମିଳିବା ସହିତ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ ଓ ଭାଗ୍ୟ ପୁରା ସାଥ ଦେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ । କୌଣସି ଏକ ଖରାପ କାମ କରିବା ଫଳରେ ନିଜ ସ୍ତ୍ରୀଙ୍କ ସାମନ୍ନାରେ ମୁଣ୍ଡ ତଳକୁ ହୋଇଯିବ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି ।

ମୀନ

ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପରେ ରହିପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ନିଜର କିଛି ଛୋଟ ସମସ୍ୟା ଦେଖା ଦେଇପାରେ । ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।