ଜୀବନ ଚାଲିଗଲେ ବି ଶିବରାତ୍ରିରେ କରିବେ ନାହିଁ ଏହି 4 କାମ, ପରିବାର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା- Shivratri Special

ମହା ଶିବରାତ୍ରି ହିନ୍ଦୁ ମାନଙ୍କର ଏକ ପ୍ରଧାନ ପୂଜା ଅଟେ । ଭଗବାନ ଶିବଙ୍କର ଏହା ବହୁତ ଭଲ ଦିନ ଅଟେ । ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦସୀ ତିଥିକୁ ମହା ଶିବରାତ୍ରି ଭାବରେ ପୂଜା କରାଯାଇ ଥାଏ । ଏହି ବର୍ଷ ୧୧ ମାର୍ଚ୍ଚ ଦିନରେ ପାଳନ କରାଯିବ । କୁହାଯାଏ କି ସୃଷ୍ଟି ଆରମ୍ଭ ଯେଉଁ ସମୟରେ ହୋଇଥିଲା ସେହି ସମୟରେ ବ୍ରହ୍ମଙ୍କ ଠାରୁ ରୁଦ୍ର ଅବତାର ନେଇ ଜନ୍ମ ଗ୍ରହଣ କରିଥିଲେ । ଭଗବାନ ଶିବ ଯେତେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଠିକ ସେହି ଭଳି ଶୀଘ୍ର ରାଗି ମଧ୍ୟ ଯାନ୍ତି ।

ସେଥିପାଇଁ ଆପଣ ଯେଉଁ ସମୟରେ ଶିବରାତ୍ରି ପାଳନ କରିବେ ସେହି ସମୟରେ ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ସେହି ବିଷୟରେ କହିବୁ । ଆମ ହିନ୍ଦୁ ଧର୍ମରେ କୁହାଯାଇଛି କି ଭକ୍ତ ମାନେ କେବେ ହେଲେ ଶିବଳିଙ୍ଗରେ ଚଢା ଯାଉଥିବା ଭୋଗକୁ କେବ ହେଲେ ଗ୍ରହଣ କରିବା କଥା ନୁହେଁ ।

କାରଣ ଏହିପରି କରିବା ଦ୍ଵାରା ନିଜର କ୍ଷତି ହେବା ସହିତ ଦୁଖ ମଧ୍ୟ ଆସିଥାଏ । ତେଣୁ କରି ଆପଣ ତାଙ୍କ ଉପରେ ଯେଉଁ ବସ୍ତୁ ବା କିଛି ଅର୍ପଣ କରୁଛନ୍ତି ତେବେ ସେହି ଜିନିଷ କେବେ ହେଲେ ଗ୍ରହଣ କରନ୍ତୁ ନାହିଁ । ତାଙ୍କ ଚରଣ ପାଖରେ ଥିବା ଜିନିଷ ନେଇ ପାରିବେ ହେଲେ ତାଙ୍କ ଉପରେ ଚଢାଇଥିବା ଜିନିଷ କେବେ ହେଲେ ନିଅନ୍ତୁ ନାହିଁ ।

ଏହି ଶିବ ରାତ୍ରିରେ ଭକ୍ତ ମାନେ ତ୍ରିଶାଖ ବେଲପତ୍ର ନେଇ ଯିବା ଉଚିତ ହେବ । ଏବଂ ତାର ଗଣ୍ଠିରେ ଥିବା ଡେମ୍ଫକୁ ଛିଡାଇ ନେବେ । ଆପଣ ଯେଉଁ ବେଲପତ୍ର ଚଢାଇବେ ସେହି ପତ୍ର କେବେ ହେଲେ ଫାଟି ନଥିବା ଦରକାର ବା କିଛି ପୋକ ଖାଇନଥିବ। ଯେଉଁ ସମୟରେ ତାଙ୍କୁ ପୂଜା କରିବେ ସେହି ସମୟେରେ ଆପଣ ଧଳା ଫୁଲ ନିଶ୍ଚିନ୍ତ ରୂପରେ ଦେବେ ।

କାରଣ ଏହି ରଙ୍ଗର ଫୁଲ ତାଙ୍କୁ ବହୁତ ପସନ୍ଦ ହୋଇଥାଏ । ଆପଣ ତାଙ୍କୁ ଚନ୍ଦନ ଲଗାଇ ପାରିବେ କିନ୍ତୁ ତାଙ୍କୁ କେବେ ହେଲେ ସିନ୍ଦୁର ଲଗାଇବେ ନାହିଁ । ଯେଉଁ ସମୟରେ ଆପଣ ତାଙ୍କୁ ଅଭିଷେକ ଅକରିବେ ସେହି ସମୟରେ କ୍ଷୀର, ଗୋଲାପ ଜଳ, ଘିଅ, ମିଶ୍ରି ଓ ଚିନିକୁ ପ୍ରୋଯୋଗ କରନ୍ତୁ । ତାଙ୍କୁ ଚନ୍ଦନ ଲଗାନ୍ତୁ ଓ ଏହାପରେ ସେଠାରେ ଦକ୍ଷିଣା ମଧ୍ୟ ଦେବେ ।

ଯେଉଁ ସମୟରେ ଆପଣ ତାଙ୍କୁ ଅଭିଷେକ କରାଉ ଥିବେ ସେହି ସମୟରେ ଆପଣ ପଞ୍ଚାମୃତ ମଧ୍ୟ କରୁଥିବେ । କିନ୍ତୁ ଆପଣ ତାଙ୍କର ଚତୁର୍ଥ ପ୍ରହରରେ ତାଙ୍କର ପୂଜା କରୁଛନ୍ତି ତେବେ ଆପଣଙ୍କୁ ଧ୍ୟାନ ଦେବା ଉଚିତ ଯେ ତାଙ୍କ ପାଖରେ କେବେ ହେଲେ ତୁଲସୀ ଦେବେ ନାହିଁ । ଆପଣ ତାଙ୍କ ପାଖରେ କେତକୀ ଓ ଚମ୍ପା ଫୁଲ ଦେବେ ନାହିଁ । ବଜାରରେ ମିଳୁଥିବା କ୍ଷୀରକୁ କେବେ ହେଲେ ଶିବଙ୍କ ଉପରେ ଚଢାନ୍ତୁ ନାହିଁ । ସବୁ ବେଳେ ଗାଈ ଦୁହାଁ ଯାଉଥିବା ଜାଗାରୁ ଆଣି କ୍ଷୀର ଦେବେ ।

ଯେଉଁ ସମୟରେ ଆପଣ ପୂଜା କରୁଛନ୍ତି ଆପଣ ଏକ ପାତ୍ର ବ୍ୟବହାର କରୁଥିବେ ସେହି ପାତ୍ର ଗୁଡିକ କେବେ ହେଲେ ଷ୍ଟିଲ ଲଗାଇବେ ନାହିଁ । ଆପଣ ସବୁ ବେଳେ ପିତଳ ଓ ଚାନ୍ଦି ହୋଇଥିବା ଦରକାର । ମାନ୍ୟତା ଅଛି ଯେ ସେହି ଦିନ ତାଙ୍କ ପାଖରେ ଶଙ୍ଖ ଫୁଙ୍କା ଯାଏ ନାହିଁ । ଯଦି ଆପଣ ଶିବରାତ୍ରି ଦିନ ପୁରା ଉପବାସ ରଖୁଛନ୍ତି ତେବେ ଆପଣ ସେହି ଦିନ ପ୍ରସାଦ ନଖାଇ ତାର ପର ଦିନ କିଛି ଖାଇବା ଦରକାର ।  ସେହି ଦିନ କଳା ବସ୍ତ୍ର ମଧ୍ୟ ପିନ୍ଧିବା ଉଚିତ ନୁହେଁ । ଏହି ଦିନ ଓଁ ନମଃ ଶିବାୟ ଜପ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।