ବାହାଘରର ୮ ମାସ ପରେ ଗର୍ଭବତୀ ହେଇଥିବା ପତ୍ନୀ ସହ ଯବାନ ସ୍ଵାମୀ କରିଲେ ଏହିଭଳି ବ୍ୟବହାର, ଫୋନରେ କହିଲେ – ‘ପାପା ପ୍ଲୀଜ..’

ଯୌତୁକ ଏକ ଏମିତି କୁପ୍ରଥା ଅଟେ ଯାହାକି ସମାଜ ପାଇଁ ଏକ ଅଭିଶାପ ସମାନ ଅଟେ । ଭାରତୀୟ ଆଇନ ଅନୁସାରେ ଯୌତୁକ ନେବା ଏବଂ ଯୌତୁକ ଦେବା ଅପରାଧ ଅଟେ । ଏହା ସତ୍ତ୍ୱେ ବି ଲୋକମାନେ ଯୌତୁକ ଦେବାକୁ ଖରାପ ଭାବନ୍ତି ନାହିଁ । ଏହି କାରଣରୁ ବହୁତ ଝିଅ ଓ ତାଙ୍କ ପରିବାର ବାର୍ବାଦ ହୋଇ ଯାଇଛନ୍ତି । ଆଜି ଆମେ ଯୌତୁକ ସମ୍ବନ୍ଧିତ ଏକ ଆଶ୍ଚର୍ଯ୍ୟକର ଘଟଣା ଆପଣମାନଙ୍କ ସାମ୍ନାକୁ ଆଣିଛୁ ।

ଏହି ମାମଲା ଗୁରଦାସପୁରର ଅଟେ । ଗ୍ରାମର ସରପଞ୍ଚଙ୍କ ହରପ୍ରୀତ ସିଂହଙ୍କ ଅନୁସାରେ ତାଙ୍କର ଦାଦା ହରଜୀତ ସିଂହଙ୍କର ଝିଅ ମନଜୀତ କୌରର ବାହାଘର ୨୨ ଅକ୍ଟୋବର ୨୦୧୭ରେ ସିମରନ ସହିତ ହୋଇଥିଲା । ବାହଘର ସମୟରେ ମନଜୀତଙ୍କ ପିତା ନିଜ ହିସାବରେ ପୁଅବାଲାଙ୍କୁ ଯୌତୁକ ଦେଇଥିଲେ । ଯୌତୁକ ନେବା ପରେ ପୁଅବାଲା ବାହାଘର ପାଇଁ ରାଜି ହୋଇଗଲେ ।

ବାହାଘର ସମ୍ପନ୍ନ ହେବାର କିଛି ଦିନ ପରେ ହିଁ ମନଜୀତର ଶାଶୁଘର ଲୋକ ତାକୁ ପୁଣିଥରେ ଯୌତୁକ ପାଇଁ ପ୍ରତାଡିତ କରିବାକୁ ଲାଗିଲେ ଓ ମନଜୀତଙ୍କୁ ମାରୁଥିଲେ ମଧ୍ୟ । ମନଜୀତଙ୍କ ପିତାଙ୍କ ଅନୁସାରେ ବାହାଘର ପର ଠାରୁ ହିଁ ମନଜୀତର ଶାଶୁଘର ଲୋକ ତାଙ୍କୁ ଫୋନ କରି କହୁଥିଲେ କି ନିଜ ଝିଅକୁ ଫେରାଇ ନିଅ ନ ହେଲେ ଯୌତୁକ ବାବଦରେ ଟଙ୍କା ଓ ଆମର ଦାବିକୁ ପୁରା କର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମନଜୀତର ସ୍ଵାମୀ ଭାରତୀୟ ସେନାରେ କାର୍ଯ୍ୟରତ ଅଟନ୍ତି । ସେନାରେ ହେବା ସତ୍ତ୍ୱେ ମଧ୍ୟ ସେ ନିଜର ପତ୍ନୀ ଓ ତାଙ୍କ ପିତାଙ୍କୁ ଯୌତୁକ ପାଇଁ ବାଧ୍ୟ କରୁଥିଲେ ।

ପଡୋଶୀଙ୍କ ଅନୁସାରେ ମନଜୀତର ସ୍ଵାମୀ ଦୁଇ ଦିନ ପୂର୍ବେ ହିଁ ନିଜ ଘରକୁ ଆସିଥିଲେ । ଘରକୁ ଆସିବା ପରେ ନିଜ ପତ୍ନୀ ସହ ଝଗଡା ଓ ମାରପିଟ କରି ସେ ପୁଣିଥରେ ନିଜ ଡ୍ୟୁଟି କୁ ଫେରିଯାଇଥିଲେ । ତା ପର ଦିନ ମନଜୀତ ନିଜ ଘରକୁ ଫୋନ କରି କହିଲେ କି ଶାଶୁଘର ଲୋକ ତାଙ୍କୁ ମାରପିଟ କରୁଛନ୍ତି । ଯଦି ତାଙ୍କୁ ଜଲ୍ଦି କୌଣସି ସାହାର୍ଯ୍ୟ ନ ମିଳେ ତେବେ ସେମାନେ ତାଙ୍କୁ ଜୀବନରୁ ମାରିଦେବେ ।

ଏହା ଶୁଣିବା ମାତ୍ରେ ହିଁ ମନଜୀତଙ୍କ ପିତା ତାର ଶାଶୁଘରେ ଯାଇ ପହଞ୍ଚିଲେ ଏବଂ ଶାଶୁଘରେ ପହଞ୍ଚିବା ମାତ୍ରେ ହିଁ ଯାହା ଦେଖିଲେ ତାହା ଦେଖି ମନଜୀତଙ୍କ ପିତାଙ୍କର ହୋସ ଉଡିଗଲା । ତାଙ୍କ କହିବା ଅନୁସାରେ ମନଜୀତଙ୍କ ଶବ ତାର ଶାଶୁଘରର ଲବିରେ ପଡିଥିଲା । ଏହ ପରେ ସେ ଏହି ମାମଲାର ସୂଚନା ପୋଲିସକୁ ଦେଲେ । ପୋଲିସ ସେଠାରେ ପହଞ୍ଚି ମନଜୀତର ଶାଶୁଘର ବିରୁଦ୍ଧରେ ମାମଲା ଦର୍ଜ କରିଛନ୍ତି । ଏମିତି କୁହାଯାଉଛି କି ମାମଲା ଦର୍ଜ ହେବା ପରେ ତାଙ୍କର ଶାଶୁଘର ଲୋକମାନେ ଫେରାର ହୋଇ ଯାଇଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।