ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କଟରିନା କେଫ ଓ ବିକ୍କୀ କୌଶଳ କିଛି ଦିନ ମଧ୍ୟରେ ଏକ ହେବାକୁ ଯାଉଛନ୍ତି । ବର୍ତ୍ତମାନ ଦିନରେ ସୋସିଆଲ ମିଡିଆରେ କେବଳ ଏହି ଦୁଇ ଜଣଙ୍କ ବିବାହ ଖବର ଭାଇରାଲ ହେଉଛି । ସୂଚନା ଅନୁସାରେ ବିକ୍କୀ ଓ କଟରିନା ଆସନ୍ତା କିଛି ଦିନ ମଧ୍ୟରେ ରାଜସ୍ଥାନରେ ବହୁତ ଧୁମଧାମରେ ବିବାହ କରିବାକୁ ଯାଉଛନ୍ତି । ଆପଣଙ୍କୁ କହିଦେଉଛୁ କି ବିକ୍କୀ କୌଶଳ ଓ କଟରିନାଙ୍କ ବିବାହ ବଲୀଉଡର ହାଇ ପ୍ରୋଫାଇଲ ବିବାହ ମଧ୍ୟରେ ଗୋଟିଏ ହେବ ।
ଏହି ବିବାହରେ ବହୁତ ବଡ ବଡ ହସ୍ତୀ ସାମିଲ ହେବେ । କିନ୍ତୁ ଅନ୍ୟ ପଟେ ବିକ୍କୀ ଓ କଟରିନା ନିଜର ବିବାହକୁ ନେଇ ଚୁପ ଅଛନ୍ତି । କହିଦେଉଛୁ କି କଟରିନା ଓ ବିକ୍କୀ ଦୁଇ ଜଣଙ୍କ ବିବାହ ପରେ ଦୁଇ ଜଣଙ୍କ ମୋଟ ସମ୍ପତ୍ତିରେ ବି ବୁଦ୍ଧି ଆସିବ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ । କଟରିନା କେଫ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ଗତ ୧୮ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲଗାତାର କାମ କରୁଛନ୍ତି ।
କଟରିନା ବଲୀଉଡର ସବୁଠୁ ସଫଳ ଓ ଧନୀ ଅଭିନେତ୍ରୀ ବି ହୋଇ ଯାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ କଟରିନା ବର୍ତ୍ତମାନ ୨୨୪ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହୋଇ ସାରିଛନ୍ତି । କଟରିନା କେଫ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୧ ରୁ ୧୨ କୋଟି ଟଙ୍କା ନେଇ ଥାନ୍ତି । ଯାହାକି ତାଙ୍କୁ ହାଇଏସ୍ଟ ପେଡ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ କରୁଛି ।
କଟରିନା କେଫ ଗୋଟିଏ ଜଣା ଶୁଣା ବ୍ୟୁଟି ବ୍ରାଣ୍ଡର ମାଲିକାଣୀ ବି ଅଟନ୍ତି । ବ୍ରାଣ୍ଡର ପ୍ରମୋଶନ ଓ ବିଜ୍ଞାପନ ମାଧ୍ୟମରୁ ବି ଭଲ ଆୟ କରନ୍ତି । ତାଙ୍କ ପାଖରେ ଲଗଜରି କାର ବି ଅଛି । ତାଙ୍କର କାର କଲେକ୍ଶନରେ ରେଞ୍ଜ ରୋଭର ଓ ଅଡି ଭଳି କାର ଅଛି । ଯଦି ବିକ୍କୀ କୌଶଳଙ୍କ ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ସେ ମାତ୍ର ୨୫ କୋଟି ଟଙ୍କାର ମାଲିକ ଅଟନ୍ତି । ଗୋଟିଏ ଫିଲ୍ମ ପାଇଁ ବିକ୍କୀ କୌଶଳ ପାଖାପାଖି ୩ ରୁ ୪ କୋଟି ଟଙ୍କା ନେଇଥାନ୍ତି । ସେ ବ୍ରାଣ୍ଡରୁ ବି ଭଲ ଆୟ କରନ୍ତି ।
ଯେତେବେଳେ କଟରିନା କେଫ ଓ ବିକ୍କୀ କୌଶଳଙ୍କ ବିବାହ ହୋଇଯିବ ତେବେ ସେମାନଙ୍କ ମୋଟ ସମ୍ପତ୍ତିରେ ବୁଦ୍ଧି ଦେଖିବାକୁ ମିଳିବ । ଦୁଇ ଜଣ ୨୫୦ କୋଟି ଟଙ୍କାର ମାଲିକ ହୋଇ ଯିବେ । ମିଡିଆ ରିପୋର୍ଟ ଅନୁସାରେ କୁହାଯାଉଛି ଦୁଇ ଜଣ ବିବାହ ପରେ ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ରହିବେ । କହିଦେଉଛୁ କି କଟରିନା କେଫ କେବଳ ବୟସରେ ନୁହେଁ ଆୟ ମାମଲାରେ ବି ବିକ୍କୀ କୌଶଳଙ୍କ ଠାରୁ ବହୁତ ବଡ ଅଟନ୍ତି । ଯେଉଁଠି କଟରିନା କେଫ ୩୮ ବର୍ଷର ହୋଇଛନ୍ତି ତ ଅନ୍ୟ ପଟେ ବିକ୍କୀ କୌଶଳ ମାତ୍ର ୩୩ ବର୍ଷର । କିନ୍ତୁ ଦୁଇ ଜଣଙ୍କ ଯୋଡି ଜବରଦସ୍ତ ଅଟେ ।