ଶାସ୍ତ୍ର ଅନୁସାରେ ଏହି ୪ ଜଣ ଲୋକମାନେ କେବେ ବି ଜୀବନରେ ଧନୀ ହୋଇ ପାରନ୍ତି ନାହିଁ, କଣ ଆପଣ ବି ତ ନାହାନ୍ତି ଏଥିରେ, ଜାଣନ୍ତୁ

ଜୀବନ ଯାପନ କରିବାର ସମସ୍ତ ଉପାୟ ସବୁ ଧର୍ମର ଶାସ୍ତ୍ରରେ କୁହା ଯାଇଅଛି । ଏହା ସହିତ ଶାସ୍ତ୍ରରେ କୁହା ଯାଇଅଛି କି ଯେଉଁଭଳି ଭାବରେ ମଣିଷ କର୍ମ କରିଥାଏ, ସେମିତି ହିଁ ତାକୁ ଫଳ ମିଳିଥାଏ । ବେଳେ ବେଳେ ଆମେ ଅଜଣତାରେ ଏହିଭଳି କାମ କରିଦେଉ କି ତାହା ଆମ ସଫଳତାରେ ବାଧା ସୃଷ୍ଟି କରିଥାଏ । ଏହି ସମସ୍ତ କାମ ବିଷୟରେ ଶାସ୍ତ୍ରରେ କୁହାଯାଇଛି ।

ଯଦି ଆପଣଙ୍କ ଉପରେ କୌଣସି ଖରାପ ମଣିଷର ଛାୟା ପଡିଯାଏ, ତେବେ ଆପଣଙ୍କ ଜୀବନ ବର୍ବାଦ ହୋଇଯାଏ । ରାମଚରିତମାନସ ଅନୁସାରେ ଯେଉଁ ଲୋକମାନେ ନିଜର ବନ୍ଧୁ, ଜୀବନ ସାଥି କିମ୍ବା ଭାଇକୁ ଧୋକା ଦେଉଛନ୍ତି ସେହି ଲୋକମାନଙ୍କୁ ଜୀବନ ସାରା ଆର୍ଥିକ ସମସ୍ୟା ହୋଇଥାଏ । ଯେଉଁ ଲୋକମାନେ ନୀତି ଗୁଡିକର ପାଳନ କରନ୍ତି ନାହିଁ ତାଙ୍କର ସଫଳତାରେ ମଧ୍ୟ ବିଭିନ୍ନ ବାଧା ସୃଷ୍ଟି ହୋଇଥାଏ । ବଡ ସଫଳତା ପାଇଁ ଚତୁରତା ଏବଂ ନୀତିର ଆବଶ୍ୟକତା ହୋଇଥାଏ । ସେଥିପାଇଁ ନୀତିର ପାଳନ କରିବା ଜରୁରୀ ଅଟେ ।

ଯେଉଁ ଲୋକମାନେ ଅନ୍ୟର ଧନକୁ ଦେଖି ଲୋଭ କରିଥାନ୍ତି, ତାଙ୍କୁ ସବୁବେଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । କାରଣ ସେମାନେ ଟଙ୍କା ଆୟ କରିବା ପରିବର୍ତ୍ତେ ଅନ୍ୟ ଟଙ୍କାକୁ ଆପଣାଇବା ପାଇଁ ଚେଷ୍ଟା କରିଥାନ୍ତି । ରାମଚରିତମାନସରେ କୁହାଯାଇଛି କି ଯେଉଁ ମଣିଷ ଟଙ୍କା ପଛରେ ଅଧିକ ଦଉଡି ଥାଏ ସେ କେବେ ବି ଧନୀ ହୋଇ ନଥାଏ ।

ମଣିଷ ପାଖରେ ଯେଉଁ ଜିନିଷଟି ଅଧିକ ହୋଇଯାଏ ତାକୁ ତାହାର ଗର୍ବ ହୋଇଯାଏ । ଏମିତିରେ କିଛି ଥର ଜିନିଷ ଆମ ବିପରୀତରେ ହୋଇଯାଏ । ଆମକୁ କେବେ ବି କୌଣସି ଜିନିଷ ଉପରେ ଗର୍ବ କରିବା ଉଚିତ ନୁହେଁ । ଗର୍ବ କରିବା ଦ୍ଵାରା ଆମେ ସମ୍ମାନ କରିବା ଭୁଲିଯାଉ । ଏହିଭଳି ଲୋକମାନେ କେବେ ବି ଧନୀ ହୋଇ ପାରନ୍ତି ନାହିଁ ।

ଶାସ୍ତ୍ରରେ କୁହାଯାଇଛି କି ଯେଉଁ ଲୋକମାନେ ନିଶାର ସେବନ କରିଥାନ୍ତି, ସେମାନଙ୍କର ଧନ, ମାନ, ସମ୍ମାନ ସବୁ ଚାଲିଯାଏ । ଯାହାକୁ ନିଶାଦ୍ରବ୍ୟର ଅଭ୍ୟାସ ଲାଗିଯାଏ ତାଙ୍କର ଜୀବନ ନଷ୍ଟ ହୋଇଯାଏ । ଶାସ୍ତ୍ର ଅନୁସାରେ ଏହିଭଳି ଲୋକମାନଙ୍କ ଘରେ କେବେ ବି ଲକ୍ଷ୍ମୀ ବାସ କରନ୍ତି ନାହିଁ ।