କ୍ୟାନ୍ସର ରେ ପୀଡିତ ଥିବା ବାପାର ଇଚ୍ଛାକୁ ପୁରା କରିଲା ଝିଅ, ପାସ କରିଲେ IASର ପରୀକ୍ଷା

ବର୍ତ୍ତମାନ ହିଁ UPSCର ୨୦୧୯ ର ପରିଣାମ ଘୋଷିତ ହୋଇଛି ଯେଉଁଥିରେ ଦେଶର କେତେକ ଛାତ୍ରମାନେ ବାଜି ମାରି ଆଇଏଏସ ପରୀକ୍ଷାକୁ ପାସ କରିଛନ୍ତି । ସେହି ସବୁ ବିଜେତା ମଧ୍ୟରୁ ଏମିତି ଜଣେ ଯୁବତୀ ଅଛନ୍ତି ଯାହାଙ୍କର କାହାଣୀ ହୃଦୟକୁ ସ୍ପର୍ଶ କରୁଛି । କ୍ୟାନ୍ସର ପୀଡିତ ପିତାଙ୍କର ଇଚ୍ଛାକୁ ଝିଅ ପୁରା କରିଛନ୍ତି । ଏହି ଯୁବତୀ ଜଣେ ନିଜ ପିତାଙ୍କର କଷ୍ଟକୁ ବେକାର ଯିବାକୁ ଦେଇ ନାହାନ୍ତି ।

କ୍ୟାନ୍ସରରେ ପୀଡିତ ଥିବା ପିତାଙ୍କର ଇଚ୍ଛାକୁ ଝିଅ କରିଛନ୍ତି ପୁରା

ପଞ୍ଜାବର ମୋଗାରେ ରହୁଥିବା ରୀତିକା ଆଇଏଏସର ପରୀକ୍ଷାକୁ ପାସ କରି ୮୮ ତମ ରୈଂକ ପ୍ରାପ୍ତ କରିଛନ୍ତି । ସେ ଏହି ଉପଲବ୍ଧି ସେହି ସମୟରେ ହାସଲ କରିଛନ୍ତି ଯେଉଁ ସମୟରେ ତାଙ୍କର ପିତା ଲୁଧିୟାନାର ଏକ ହସ୍ପିଟାଲରେ କ୍ୟାନ୍ସର ପାଇଁ ଚିକିସ୍ଛା ହେଉଛନ୍ତି । କିନ୍ତୁ ରୀତିକାଙ୍କୁ ଯେତେବେଳେ ଏହି ଖବର ମିଳିଲା ସେତେବେଳେ ସେ ନିଜର ମନୋବଳକୁ ଭାଙ୍ଗିବାକୁ ଦେଲେ ନାହିଁ ଏବଂ ପରୀକ୍ଷାର ପ୍ରସ୍ତୁତିରେ ଲାଗିଗଲେ ।

ଯାହାର ଫଳ ସ୍ୱରୂପ ସେ ଏହି ପରୀକ୍ଷାରେ ଏକ ଭଲ ରୈଂକ ସହିତ ପାସ କରିଛନ୍ତି । ପରୀକ୍ଷାରେ ପ୍ରସ୍ତୁତିରେ ସାହାର୍ଯ୍ୟ କରୁଥିବା ନିଜୀ ଶୈକ୍ଷଣିକ ସଂସ୍ଥାର ଏମ କେ ୟାଦବ କହିଲେ କି ରୀତିକାଙ୍କୁ ସବୁବେଳେ ସଫଳତା ହାସଲ କରିବାର ଇଚ୍ଛା ଥିଲା । ତାଙ୍କର କେବଳ ଗୋଟିଏ ହିଁ କାମ ଥିଲା କି ସେ ପାଠ ପଢିବେ । ଦୁନିଆର ସମସ୍ତ ଜିନିଷ ଠାରୁ ନିଜକୁ ଦୂରେଇ ଦେଇଥିଲେ ।

ରୀତିକା +୨ ର ସିବିଏସଇ ପରୀକ୍ଷାରେ ଟପ କରିଥିଲେ । ଏବଂ ସ୍ନାତକର ଶିକ୍ଷା ଦିଲ୍ଲୀ ୟୂନିବର୍ସିଟୀ କଲେଜରୁ କମର୍ସ ସବଜେକ୍ଟ ସହ କରିଥିଲେ । ଏଠି ବି ରୀତିକା ଟପର ରହିଥିଲେ । ଏହା ପରେ ସେ କଲେଜର ପ୍ଲେସମେଂଟକୁ ମଧ୍ୟ ମନା କରି ଦେଇଥିଲେ । କାରଣ ସେ ନିସ୍ପତି ନେଇଥିଲେ କି ସେ ଇଉପିଏସସିର ପରିକ୍ଷାକୁ ପାସ କରିବେ । କିନ୍ତୁ ପ୍ରଥମ ଥର ସେ ଅସଫଳ ରହିଥିଲେ ଏବଂ ଦ୍ଵିତୀୟ ଥର ଚେଷ୍ଟାରେ ସେ ୮୮ ତମ ରୈକ ହାସଲ କରିଛନ୍ତି ।

ପିତାଙ୍କର ସବୁଠୁ ପାଖାପାଖି ଥିଲେ ରୀତିକା

ଯେତେବେଳେ ତାଙ୍କୁ ତାଙ୍କର ସଫଳତାର ଶ୍ରେୟ କାହାକୁ ଦେବେ ବୋଲି ପଚାଡ଼ାଗଲା ସେତେବେଳେ ସେ ନିଜ ପିତାଙ୍କର ନାମ ନେଇଥିଲେ । ରିତିକା ନିଜ ପିତାଙ୍କର ବହୁତ ପାଖାପାଖି ରହିଥିଲେ ଏବଂ ସେ ଏକ ମିଡିଲ କ୍ଳାସ ପରିବାରର ଅଟନ୍ତି । ରିତିକାଙ୍କ ଅନୁସରେ ତାଙ୍କର ପିତା ତାଙ୍କୁ ସମସ୍ତ ପ୍ରକାର ସୁବିଧା ଦେଇଛନ୍ତି । ବର୍ତ୍ତମାନ ସେ ନିଜର ପିତାଙ୍କର ଭଲ ଭାବରେ ଚିକିସ୍ଛା କରାଇବେ ।