ଛିଡା ହୋଇ ପାଣି ପିଉଥିବା ଲୋକମାନେ ହୋଇ ଯାଆନ୍ତୁ ସାବଧାନ, ଛିଡା ହୋଇ ପାଣି ପିଇବା ଦ୍ଵାରା ହୋଇଥାଏ ଏହି ସବୁ ଅସୁବିଧା

କୁହାଯାଏ କି ବ୍ୟକ୍ତିକୁ ସବୁଦିନ ୮ ରୁ ୧୦ ଗ୍ଳାସ ପାଣି ପିଇବା ଉଚିତ । ପାଣି ପିଇବା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ପାଣି ପିଇବା ଦ୍ଵାରା ଅଧା ରୋଗ ଏମିତି ହିଁ ଭଲ ହୋଇଯାଏ ଓ ଚେହେରାରେ କୌଣସି ଦାଗ କିମ୍ବା ବ୍ରଣ ହୁଏ ନାହିଁ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ସକାଳେ ଉଠି ଖାଲି ପେଟରେ ଗୋଟିଏ ଗ୍ଳାସ ଗରମ ପାଣି ପିଇବା ଉଚିତ ।

ଏହା ଦ୍ଵାରା ଆପଣଙ୍କର ଓଜନ କମ କରିବାରେ, ପେଟ ସଫା ରଖିବାରେ ସାହାର୍ଯ୍ୟ ମିଳିଥାଏ । କିନ୍ତୁ କଣ ଜାଣିଛନ୍ତି କି ବ୍ୟକ୍ତିକୁ କେବେ ବି ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ । ଏହା ଦ୍ଵାରା ଆମ ଶରୀରକୁ ବିଭନ୍ନ ପ୍ରକାରର କ୍ଷତି ପହଞ୍ଚିଥାଏ । କାହିଁକି ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ ଚାଲନ୍ତୁ ଏହାର କାରଣ ଆମେ ଆପଣଙ୍କୁ କହିବୁ ।

କାହିଁକି ଛିଡା ହୋଇ ପିଇବା ଉଚିତ ନୁହେଁ ପାଣି

କୁହନ୍ତି କି ଛିଡା ହୋଇ ପାଣି ପିଇଲେ ଆମ ହୃଦୟ ପାଇଁ ଖରାପ ଅଟେ । ଛିଡା ହୋଇ ପାଣି ପିଇଲେ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ ଓ ଏହି କାରଣରୁ ଆମ ଶରୀରରେ କୋଲେଷ୍ଟ୍ରୋଲ ର ମାତ୍ରା ବଢିବାକୁ ଲାଗେ । କୋଲେଷ୍ଟ୍ରୋଲ ର ମାତ୍ରା ବଢିବା ଦ୍ଵାରା ହାର୍ଟଟାକ ର ସମ୍ଭାବନା ବଢିଯାଏ ।

କଣ କହିଥାଏ ଆୟୁର୍ବେଦ

ଆୟୁର୍ବେଦ ଅନୁସାରେ ଛିଡା ହୋଇ ପାଣି ପିଇବା ଦ୍ଵାରା ବ୍ୟକ୍ତିର ପେଟ ଉପରେ ଅଧିକ ପ୍ରେସର ପଡିଥାଏ । ଛିଡା ହୋଇ ପାଣି ପିଇବା ଦ୍ଵାରା ପାଣି ସିଧା ଇସୋଫେଗସ ଜରିଆରେ ଜଲ୍ଦି ପେଟକୁ ଚାଲି ଯାଏ । ଏହା ପେଟର ଆଖପାଖ ଅଂଶ ଓ ଡାଇଜେଷ୍ଟିଭ ସିଷ୍ଟମକୁ କ୍ଷତି ପହଞ୍ଚାଇଥାଏ ।

ପାଣି ପିଇବାର ସଠିକ ଉପାୟ

ଚେଷ୍ଟା କରନ୍ତୁ ଯେତେବେଳେ ବି ପାଣି ପିଇବେ ସେତେବେଳେ ବସି କରି ପିଇବେ । ବସି କରି ପାଣି ପିଇବା ଦ୍ଵାରା ପାଣି ଧୀରେ ଧୀରେ ପେଟକୁ ଯାଇଥାଏ ଯାହା ଦ୍ଵାରା ପାଣିକୁ ଡାଇଜେଷ୍ଟ କରିବାରେ ସାହାର୍ଯ୍ୟ ମିଳିଥାଏ । ଏହା ଦ୍ଵାରା ଶରୀରର ସ୍ନାୟୁକୋଷ ଗୁଡିକ ରିଲାକ୍ସ ରହିଥାଏ । ପାଣିର ପ୍ରେଶର ସ୍ପିଡ ହେବା ଦ୍ଵାରା ସ୍ନାୟୁକୋଷ ଗୁଡିକ ଉପରେ ପ୍ରେସର ମଧ୍ୟ ବଢିଯାଏ । କିନ୍ତୁ ଯଦି ଆପଣ ବସି କରି ପାଣି ପିଇବେ ତେବେ ଆମର ମାଂସପେଶୀ ଏବଂ ନର୍ବସ ସିଷ୍ଟମ ରିଲାକ୍ସ ରହିଥାଏ ।

ରୋଗ ହେବାର ଭୟ

ଛିଡା ହୋଇ ପାଣି ପିଇବା ଦ୍ଵାରା ଫୁସଫୁସ ସହିତ ହୃଦୟ ସମ୍ବନ୍ଧିତ ରୋଗ ହେବାର ମଧ୍ୟ ଡର ଅଧିକ ରହିଯାଏ । ଏହା ଦ୍ଵାରା ବ୍ୟକ୍ତିର ଫୁଡ ପାଇପ ଓ ବିଡିଙ୍ଗ ପାଇପରେ ଅକ୍ସିଜେନର ସପ୍ଲାଈ ପାଖାପାଖି କମ ହୋଇଯାଏ ।

ଶୋଷ ମେଣ୍ଟି ନଥାଏ

ଏତିକି ନୁହେଁ ଛିଡା ହୋଇ ପାଣି ପିଇବା ଦ୍ଵାରା ବ୍ୟକ୍ତିର ଶୋଷ ମଧ୍ୟ ମେଣ୍ଟି ନଥାଏ । ପାଣି ପିଇବାର କିଛି ସମୟ ପରେ ହିଁ ତାକୁ ପୁଣି ଥରେ ଶୋଷ ଲାଗେ । ସେଥିପାଇଁ ବସି କରି ପାଣି ପିଅନ୍ତୁ ।