ଯାହା ଆମ ସାମ୍ନାରେ ଥାଏ ତାହାକୁ ଆମେ ମହତ୍ଵ ଦେଇ ନଥାଉ ଆହୁରି ଭଲ ପାଇବା ଆଶାରେ ଅନିଶ୍ଚିତତା ପଛରେ ଧାଇଁ ଥାଉ

ବହୁତ ବର୍ଷ ପୂର୍ବେ ଗୋଟିଏ ଗ୍ରାମରେ ଜଣେ ସୁନ୍ଦର ଯୁବତୀ ରହୁଥିଲେ । ସେ ରୂପରେ, ଗୁଣରେ ଓ ଶିକ୍ଷାରେ ସବୁଥିରେ ଆଗରେ ଥିଲେ । କିନ୍ତୁ ତାଙ୍କର ବାପା ମା’ ତା’ର ବିବାହକୁ ନେଇ ବହୁତ ଚିନ୍ତିତ ଥିଲେ, କାରଣ ସେ ତା’ ପାଇଁ ଯେ କୌଣସି ବି ପ୍ରସ୍ତାବ ଆଣନ୍ତି, ଝିଅ ସେ ସବୁକୁ ମନା କରି ଦିଅନ୍ତି । ଶେଷରେ ଦିନେ ମାତା ପିତା ନିଜ ଝିଅକୁ ଏକ ବାବା ପାଖକୁ ପଠାଇଲେ ଯିଏକି ତାକୁ ବିବାହ ବିଷୟରେ ବୁଝାଇବେ ।

ବାବାଙ୍କୁ ଯୁବତୀ ଜଣକ କରିଲେ ପ୍ରଶ୍ନ

ଯୁବତୀ ଜଣକ ବାବାଙ୍କ ପାଖକୁ ଯାଇ ବାବାଙ୍କୁ ପଚାରିଲେ କି ପ୍ରାୟତଃ ଲୋକମାନଙ୍କୁ ନିଜର ପ୍ରକୃତ ପ୍ରେମ କାହିଁକି ମିଳେ ନାହିଁ ? ସମସ୍ତେ ପ୍ରେମର ସନ୍ଧାନ କରିଥାନ୍ତି ତଥାପି ସେମାନଙ୍କୁ ନିଜର ପ୍ରେମ ମିଳେନାହିଁ । ଏହାର କାରଣ କଣ ଅଟେ ? ମୁଁ ମଧ୍ୟ ଏଭିହଳି ପ୍ରେମକୁ ଖୋଜୁଛି, ଯେତେବେଳ ପର୍ଯ୍ୟନ୍ତ ମୋତେ ମୋର ପ୍ରକୃତ ପ୍ରେମ ମିଳି ନାହିଁ ସେତେ ଦିନ ପର୍ଯ୍ୟନ୍ତ ମୁଁ ବିବାହ କରିବ ନାହିଁ ।

ଏହା ପରେ ବାବା କହିଲେ କି ମୁଁ ତୁମର ସମସ୍ତ ପ୍ରଶ୍ନର ଉତ୍ତର ଦେବି, କିନ୍ତୁ ତା’ ପୂର୍ବରୁ ତୁମେ ବଗିଚାକୁ ଯାଅ ଓ ସବୁଠୁ ସୁନ୍ଦର ଫୁଲଟି ତୋଳି କରି ଆଣ । ଏହି କଥାର ଧ୍ୟାନ ରଖିବ କି ଯେଉଁ ଫୁଲ ତୁମକୁ ସବୁଠୁ ସୁନ୍ଦର ଲାଗିବ ତାକୁ ହିଁ ଆଣିବ ।

ଯୁବତୀ ଜଣକ ଏକ ବଗିଚାକୁ ଗଲେ ଏବଂ ସବୁଠୁ ସୁନ୍ଦର ଫୁଲ ଖୋଜିଲେ । କିଛି ବାଟ ଆଗକୁ ଗଲା ପରେ ତାଙ୍କ ନଜରରେ ଗୋଟିଏ ସୁନ୍ଦର ଫୁଲ ପଡିଲା । ସେ ଚିନ୍ତା କରିଲେ ଏହି ଫୁଲକୁ ତୋଳି ନେବା ଉଚିତ କିନ୍ତୁ ପୁଣି ଚିନ୍ତା କଲେ କି ବଗିଚା ତ ବହୁତ ବଡ ଅଟେ ତେବେ ଆଗକୁ ମଧ୍ୟ ଆହୁରି ସୁନ୍ଦର ଫୁଲ ଥିବ ।

ଏହା ପରେ ସେ ଆଗକୁ ବଢିଲେ ତାଙ୍କୁ ଆଉ କୌଣସି ସୁନ୍ଦର ଫୁଲ ନଜର ଆସିଲା ନାହିଁ । ଏହା ପରେ ସେ ଚିନ୍ତା କରିଲେ କି ଯେଉଁ ଫୁଲଟି ସବୁଠୁ ସୁନ୍ଦର ଥିଲା ତାକୁ ହିଁ ବାବାଙ୍କୁ ଦେଇ ଦେବା ଉଚିତ, କିନ୍ତୁ ସେ ସେହି ଜାଗାକୁ ଫେରି ଦେଖିଲେ କି ଅନ୍ୟ କେହି ସେହି ଫୁଲକୁ ନେଇ ଯାଇଛି । ଏହା ପରେ ସେ ଦୁଃଖିତ ହୋଇ ଖାଲି ହାତରେ ଫେରି ଆସିଲେ ।

ଯାହା ସାମ୍ନାରେ ଥାଏ ଆମେ ତାହାକୁ ଗୁରୁତ୍ତ୍ଵ ଦେଇ ନଥାଉ

ଏହା ପରେ ଯୁବତୀ ଜଣକ ସମସ୍ତ କଥା ବାବଙ୍କୁ କହିଲେ । ଏହା ପରେ ବାବା କହିଲେ – ମୁଁ ମଧ୍ୟ ତୁମକୁ ଏହି କଥା ବୁଝାଇବାକୁ ଚେଷ୍ଟା କରୁଛି । ଯେମିତି ତୁମେ ଏକ ସୁନ୍ଦର ଫୁଲ ଦେଖି ତାହାକୁ ତୋଳି ପାରିଲ ନାହିଁ ଠିକ ସେହିଭଳି ସାମ୍ନାରେ ଭଲ ମଣିଷ ଦେଖି ମଧ୍ୟ ତୁମେ ତାକୁ ନିଜର ଜୀବନସାଥୀ କରି ପାରିଲ ନାହିଁ । ତୁମେ ବର୍ତ୍ତମାନ ଜାଣି ପାରିଲ କି ଅଧିକ ଭଲ ଖୋଜିବା ଲୋଭରେ ଯାହା ବି ଭଲ ଥିଲା ତାହାକୁ ତୁମେ ହରାଇ ବସିଲ । ଆମକୁ ମଧ୍ୟ ଏହି କାହାଣୀରୁ କିଛି ଶିଖିବା ଆବଶ୍ୟକ ।