ସମ୍ପୂର୍ଣ୍ଣ ମାନବ ଜୀବନ ପାଇଁ ପ୍ରେମ ଏକ ସର୍ବୋତ୍ତମ ଉପହାର ଅଟେ । ଦୁନିଆରେ ସମସ୍ତଙ୍କ ପାଇଁ ପ୍ରେମର ଅର୍ଥ ଅଲଗା ଅଲଗା ହୋଇଥାଏ । ସମସ୍ତଙ୍କର ନିଜ ନିଜର ଭାବନା ରହିଥାଏ । କିନ୍ତୁ ସଚ୍ଚା ପ୍ରେମ କାହାର ସମ୍ପତି କିମ୍ବା କାହାର ସୁନ୍ଦରତାକୁ ଦେଖି ହୋଇ ନ ଥାଏ । ପ୍ରେମ ପରସ୍ପରର ଭଲ ଗୁଣ ଦେଖି ହୋଇଥାଏ, ତାହାର ସତ୍ୟତାରେ ହୋଇଥାଏ ।
କେବେ ବି କୌଣସି ମନୁଷ୍ୟର ଚେହେରା ଦେଖି ପ୍ରେମ କରିବା ଉଚିତ ନୁହେଁ । କାରଣ ଗୋଟିଏ ସମୟ ପରେ ମନୁଷ୍ୟର ଚେହେରା ବଦଳି ଯାଏ । ଆଜି ଆମେ ଆପଣଙ୍କୁ ଏହିଭଳି ହିଁ ଏକ ପ୍ରେମ କାହାଣୀ କହିବାକୁ ଯାଉଛୁ ।
ବେଙ୍ଗାଲୁରୁର ଏକ ଧନୀ ପୁଅକୁ ଏକ ଚାଷୀର ଝିଅ ସହିତ ପ୍ରଥମ ନଜରରେ ପ୍ରେମ ହୋଇଗଲା । ସେହି ପୁଅର ନାମ ଶିବମ ଅଟେ । ଝିଅ ଜଣକ ବହୁତ ସୁନ୍ଦର ଥିଲା ଓ ବହୁତ ବୁଦ୍ଧିମାନ ବି ଥିଲା । ଶିବମ ଯେତେବେଳେ ପ୍ରଥମ ଥର ଏହି ଝିଅକୁ ପ୍ରପୋଜ କରିଲା ତେବେ ସେହି ଝିଅ ଜଣକ ପ୍ରଥମେ ମନା କରିଦେଲା ।
ଏହା ପରେ ଶିବମ ହାର ମାନିଲା ନାହିଁ ଏବଂ ଦ୍ଵିତୀୟ ଦିନ ସେହି ଝିଅର ଘରକୁ ଯାଇ ସେହି ଝିଅକୁ ବିବାହର ପ୍ରସ୍ତାବ ଦେଲା, ଏହା ପରେ ଯେମିତି ସେମିତି ହୋଇ ଝିଅ ଜଣକ ବିବାହ ପାଇଁ ରାଜି ହୋଇଗଲା । ଏହା ପରେ ଦୁଇଜଣଙ୍କର ବିବାହ କରି ଦିଆଗଲା ଓ ଦୁଇ ଜଣ ଖୁସିରେ ଜୀବନ ଯାପନ କରିବାକୁ ଲାଗିଲେ । ଏହା ପରେ ସେହି ଝିଅର ସୁନ୍ଦରତା ଦିନକୁ ଦିନ କମ ହେବାକୁ ଲାଗିଲା ଓ ସେ ରୋଗରେ ବି ପୀଡିତ ହୋଇ ଚାଲିଲା ।
ନିଜ ଚେହେରାକୁ ଦେଖି ସେହି ଝିଅ ଜଣକ ଚିନ୍ତାରେ ଆସିଗଲା ଓ ସେ ଚିନ୍ତା କରିଲା କି ତାହାର ସ୍ଵାମୀ ବର୍ତ୍ତମାନ ତାକୁ ଛାଡିଦେବ କାରଣ ତାହାର ସ୍ଵାମୀ ତାହାର ସୁନ୍ଦରତାକୁ ଦେଖି ତା’ ପାଖକୁ ଆସିଥିଲା ।
ଏହା ମଧ୍ୟରେ ଶିବମର ଏକ ଦୁର୍ଘଟଣାରେ ଆଖି ଚାଲିଗଲା । ସ୍ଵାମୀର ଏହିଭଳି ଅବସ୍ଥା ଦେଖି ତାହାର ଦେଖାଶୁଣା କରିବାକୁ ଲାଗିଗଲା । ଏହା ସହିତ ପତ୍ନୀର ଚିନ୍ତା ବି ଦୂର ହୋଇଗଲା କାରଣ ବର୍ତ୍ତମାନ ତାହାର ସ୍ଵାମୀ ତାହାର ଚେହେରାକୁ ଦେଖି ପାରିବେ ନାହିଁ । କିନ୍ତୁ ପତ୍ନୀର ରୋଗ ଏତେ ବଢିଗଲା କି ଦିନେ ସେ ଏହି ଦୁନିଆକୁ ଛାଡି ଚାଲିଗଲା ।
ପତ୍ନୀର ମୁର୍ତ୍ୟୁ ପରେ ସେ ସେହି ସହରକୁ ଛାଡିବା ପାଇଁ ନିଷ୍ପତି ନେଲା । ଯେତେବେଳେ ସହରକୁ ଛାଡି ଯାଉଥିଲା ତେବେ ସେଠିକାର ଲୋକମାନେ ତାକୁ ଅଟକାଇ କହିଲେ କି ତୁମର ତ ଆଖି ନାହିଁ ତୁମେ ନୂଆ ଜାଗାରେ କେମିତି ରହି ପାରିବ ।
ସେହି ସମୟରେ ସେହି ପୁଅ ଜଣକ କହିଲା କି ମୁଁ ଏତେ ବର୍ଷ ହେବ ନାଟକ କରୁଥିଲି ଯାହା ଦ୍ଵାରା ମୋର ପତ୍ନୀ ଖୁସିରେ ରହି ପାରିବ । ମୁଁ କେବେ ବି ଅନ୍ଧ ହୋଇ ନ ଥିଲି । ଏହା କହି ସେ ସେଠୁ ଚାଲିଗଲା । ବର୍ତ୍ତମାନ ସମୟରେ ଏହିଭଳି ପ୍ରେମ କରୁଥିବା ବ୍ୟକ୍ତି ବହୁତ କମ ଦେଖିବାକୁ ମିଳିଥାଏ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।