ମହାଭାରତ ଜ୍ଞାନ : ଜୀବନରେ ଯେତେବେଳେ ଭଲ ସମୟ ଆସିଥାଏ ତ ତାକୁ ଖୋଳିକରି ବଞ୍ଚନ୍ତୁ, କାହିଁକି ନା…

ମଣିଷ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ମନୁଷ୍ୟ ଜୀବନରେ ଯେତେବେଳେ ସୁଖ କିମ୍ବା ଦୁଃଖ ଆସିଥାଏ ତେବେ ଏହି ସମୟରେ କେମିତି ରହିବା ଉଚିତ ? ଏହା ବିଷୟରେ ମହାଭାରତର ଭୀଷ୍ମ ପର୍ବରେ କୁହାଯାଇଛି । ମହାଭାରତର ଭୀଷ୍ମ ପର୍ବରେ ଏକ ଶ୍ଲୋକ ଜରିଆରେ କୁହାଯାଇଛି କି ସୁଖ ଓ ଦୁଃଖ ଦିନରେ ମଣିଷକୁ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ ।

ଏହି ପରିସ୍ଥିତିରେ ନିଜର ଭାବନା ଗୁଡିକ ଉପରେ କାବୁ ରଖିବା ବହୁତ ଜରୁରୀ ଅଟେ । ଯେଉଁ ବ୍ୟକ୍ତି ଏହି ସମୟରେ ବୁଦ୍ଧିମତାର ସହ କାମ କରିଥାଏ ସେ ହିଁ ସଠିକ ରୂପରେ ନିଜର ଜୀବନ ବ୍ୟତିତ କରିଥାଏ ।

ମହାଭାରତରେ ଲେଖା ଯାଇଥିବା ଶ୍ଲୋକ –

ନ ପ୍ରହ୍ଦଷ୍ଯେତ ପ୍ରିଯଂ ପ୍ରାପ୍ତ ନୋଦ୍ୱିଜେତ୍ ପ୍ରାପ୍ୟ ଚାପ୍ରିୟମ୍ ।

ସ୍ଥିରବୁଦ୍ଧିରସମ୍ମୂଢୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ ।।

ଏହି ଶ୍ଲୋକର ଅର୍ଥ –

ସୁଖ ଦିନ ଗୁଡିକରେ କେମିତି ରହିବା ଉଚିତ

ମହାଭାରତର ଭୀଷ୍ମ ପର୍ବରେ ଲେଖା ଯାଇଛି କି ଯେତେବେଳେ ମନୁଷ୍ୟ ଜୀବନରେ ସୁଖ ଆସିଥାଏ ତେବେ ସେହି ସମୟରେ ମନୁଷ୍ୟକୁ ସଂଯମ ରଖି କାମ କରିବା ଉଚିତ । ଜୀବନରେ ସୁଖ ଆସିବା ପରେ ପ୍ରାୟତଃ ଲୋକମାନଙ୍କର ମନ ନିଜ ଆୟତରେ ନ ଥାଏ ଓ ଅତ୍ୟଧିକ ଖୁସିରେ ସେମାନେ କିଛି ଏମିତି କାମ କରି ଦେଇଥାନ୍ତି କି ଯାହାର ଖରାପ ପରିଣାମ ସେମାନଙ୍କୁ ଭବିଷ୍ୟତରେ ଭୋଗିବାକୁ ପଡିଥାଏ । ସେଥିପାଇଁ ଆମକୁ ଭଲ ସମୟରେ ନିଜ ଉପରେ ସଂଯମ ରଖିବା ଉଚିତ ଓ ଏହା ଛଡା ନିଜର କଥାବାର୍ତ୍ତା ଉପରେ ବି ନିୟନ୍ତ୍ରଣ ରଖିବା ଉଚିତ ।

ଦୁଃଖ ଦିନ ଗୁଡିକରେ କେମିତି ରହିବା ଉଚିତ

ଜୀବନରେ ପ୍ରାୟତଃ ଦୁଃଖର ସାମ୍ନା କରିବାକୁ ପଡିଥାଏ । ମହାଭାରତର ଭୀଷ୍ମ ପର୍ବ ଅନୁସାରେ ଜୀବନରେ ଦୁଃଖ ଆସିବା ପରେ କେବେ ବି ନିରାଶ ହେବା ଉଚିତ ନୁହେଁ ଓ ସବୁବେଳେ ଧର୍ଯ୍ୟର ସହିତ କାମ କରିବା ଉଚିତ । ଦୁଃଖ ଆସିବା ପରେ ମନୁଷ୍ୟ ଯଦି ଧୈର୍ଯ୍ୟର ସହିତ କାମ ନ କରିଥାଏ ତେବେ ସେ ଭୁଲ ରାସ୍ତାରେ ଚାଲିବାକୁ ଲାଗିଥାଏ ଓ ଯାହାର ଫଳ କେବଳ ଖରାପ ହିଁ ମିଳିଥାଏ ।

ସେଥିପାଇଁ ଜୀବନରେ ସମସ୍ତ କାର୍ଯ୍ୟରେ ଧୈର୍ଯ୍ୟ ରଖିବା ଉଚିତ । ଯେଉଁ ଲୋକମାନେ ନିଜର ଖରାପ ସମୟରେ ଧୈର୍ଯ୍ୟ ରଖିଥାଏ ତାହାର ଖରାପ ସମୟ ବହୁତ ଜଲ୍ଦି ଶେଷ ହୋଇଯାଏ ।

ମହାଭାରତର ଭୀଷ୍ମ ପର୍ବ ଅନୁସାରେ ସମୟ ଯେମିତି ବି ଥାଉ ମଣିଷକୁ ସବୁବେଳେ ବୁଦ୍ଧିମତାର ସହ କାମ କରିବା ଉଚିତ । ଜୀବନରେ କେବେ ବି ଖରାପ ସମୟ ଓ ଭଲ ସମୟ ଆସିପାରେ । ସେଥିପାଇଁ ଆମେ ଦୁଇଟି ସମୟ ପାଇଁ ସବୁବେଳେ ପ୍ରସ୍ତୁତ ରହିବା ଉଚିତ । ଜୀବନରେ ଯେତେବେଳେ ଭଲ ସମୟ ଆସିଥାଏ ତେବେ ସେହି ସମୟକୁ ଖୋଲିକରି ଏନଜୟ କରିବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।