୪୭ ବର୍ଷ ବୟସ ଓ ଦୁଇଟି ପିଲାର ମା ହେବା ସତ୍ବେ ବି ୱେଟ ଲିଫଟିଙ୍ଗରେ ଜିତିଲେ ୪ ଟି ଗୋଲ୍ଡ ମେଡାଲ, ଜାଣନ୍ତୁ କେମିତି

୪୫ ବର୍ଷ ପାର ହେବା ପରେ ଲୋକମାନେ ନିଜର ଫିଜିକଲ ଏକ୍ଟିବିଟୀକୁ କମ କରି ଦିଅନ୍ତି । ଏହା ଏକ ଏମିତି ସମୟ ହୋଇଥାଏ ଯେତେବେଳେ ବ୍ୟକ୍ତି ଭାରି ଜିନିଷ ଉଠାଇ ପାରେ ନାହିଁ । ପ୍ରାୟତଃ ଲୋକମାନେ ଏହି ବୟସରେ ଆରାମଦାୟକ ଜୀବନ ଜାପାନ କରିବାକୁ ପସନ୍ଦ କରନ୍ତି । କିନ୍ତୁ ୪୭ ବର୍ଷର ଭାବନା ଟୋକେକର ଏହି ସମସ୍ତ କଥାକୁ ମିଥ୍ୟା ପ୍ରମାଣିତ କରି ଦେଇଛନ୍ତି ।

କହିବାକୁ ଗଲେ ଯେତେବେଳେ ତାଙ୍କୁ ୪୦ ବର୍ଷ ହେଲା ସେତେବେଳେ ସେ ୱେଟ ଲିଫଟିଙ୍ଗ (ଓଜନ ଉଠାଇବା)ର ଟ୍ରେନିଙ୍ଗ ନେବା ଆରମ୍ଭ କରିଥିଲେ । ଏହା ପରେ ସେ ୪୭ ବର୍ଷ ବୟସ ମଧ୍ୟରେ ଇଣ୍ଟରନ୍ୟାସନାଳ ଲେବୁଲରେ ଦେଶ ପାଇଁ ଗୋଟିଏ କିମ୍ବା ଦୁଇଟି ନୁହେଁ ୪ ଟି ଗୋଲ୍ଡ ମେଡାଲ ଜିତି ସମସ୍ତଙ୍କର ଛାତି ଗର୍ବରେ ଚଉଡା କରି ଦେଇଛନ୍ତି ।

କହିବାକୁ ଗଲେ ରୁସରେ ‘ଓପନ ଏଶିୟନ ପାୱରଲିଫ୍ଟିଂଗ ଚୈମ୍ପିୟନଶିପ ଅଫ AWPC/WPC’ ଆୟୋଜନ କରା ଯାଇଥିଲା । ଏଥିରେ ଭାଗ ନେବା ପରେ ଭାବନା ୪ଟି ମେଡାଲ ହାସଲ କରିଲେ । ଭାବନା ମୂଳ ରୂପରେ ପୁଣେର ନିବାସୀ ଅଟନ୍ତି ଓ ସେ ଦୁଇଟି ପିଲାର ମା ବି ଅଟନ୍ତି । ଏହି ବୟସରେ ସେ ଗୃହିଣୀ ନ ହୋଇ ଜୀବନରେ କିଛି ହାସଲ କରିଛନ୍ତି । ଅନ୍ୟ ପଟେ ଭାବନାଙ୍କର ସ୍ଵାମୀ ଇଣ୍ଡିଆନ ଆର୍ମୀରେ ପାଇଲଟ ଅଛନ୍ତି ।

ଚାଲନ୍ତୁ ଆପଣଙ୍କୁ କହିଦେଛୁ ଯେ ଶେଷରେ ଭାବନା ଏହି ୱେଟ ଲିଫଟିଙ୍ଗ ଫୀଲ୍ଡରେ କେମିତି ଆସିଲେ । କହିବାକୁ ଗଲେ ୪୧ ବର୍ଷ ବୟସରେ ଭାବନା ନିଜର ଶକ୍ତି ବଢାଇବା ପାଇଁ ଟ୍ରେନିଗ ନେବା ଆରମ୍ଭ କରିଦେଲେ । ଏଥିପାଇଁ ଇଣ୍ଡିଆନ ଏୟାରଫୋର୍ସର ବଡି ବିଲଡିଙ୍ଗ ଟିମ ତାଙ୍କୁ ସାହାର୍ଯ୍ୟ କରିଲେ । ଏହା ପରେ ସେ ଘରେ ଖାଲି ବସିଥିବା ସମୟରେ ଇଣ୍ଟର୍ନେଟରୁ ୱେଟ ଲିଫଟିଙ୍ଗର ସୂଚନା ହାସଲ କରିଲେ ।

ଏହା ମଧ୍ୟରେ ସେ ୬ ବର୍ଷ ପର୍ଯ୍ୟନ୍ତ ଇଣ୍ଡିଆନ ଏୟାରଫୋର୍ସରେ ବଡି ବିଲଡିଙ୍ଗ ଟିମ ଠାରୁ ଟ୍ରେନିଗ ନେବା ପରେ ଏକ ୱେଟ ଲିଫଟିଙ୍ଗ ପ୍ରତିଯୋଗିତାରେ ଭାଗନେଲେ ।

କହିବାକୁ ଗଲେ ସେ ତାଙ୍କର ସ୍ଵାମୀଙ୍କ ସହ ହିଁ ଟ୍ରେନିଗ କରୁଥିଲେ । ଏହି ଦୁଇ ଜଣ ଏକା ସହିତ ଏକ ହାଫ ମୈରାଥନ ରେସ ରେ ବି ଅଂଶଗ୍ରହଣ କରିଥିଲେ । ଆପଣଙ୍କୁ କହିଦେଛୁ ଯେ ଯେଉଁ ପ୍ରତିଯୋଗିତାରେ ଭାବନା ଚାରୋଟି ସ୍ଵର୍ଣ ପଦକ ଜିତିଛନ୍ତି ସେଥିରେ ପାଖାପାଖି ୫୦୦ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରେ ୧୪ ଜଣ ଖେଳାଳି ଭାରତୀୟ ଥିଲେ ।

ସୋସିୟାଲ ମିଡିୟାରେ ଭାବନାଙ୍କର ଏହି ପ୍ରତିଭାର ବହୁତ ପ୍ରଶଂସା କରାଯାଉଛି । ଲୋକମାନଙ୍କୁ ବିଶ୍ଵାସ ହେଉ ନାହିଁ କି ଭାବନା ୪୭ ବର୍ଷ ବୟସରେ ବି ଏହି କାମ କରି ଦେଖାଇଛନ୍ତି ।

ଆଶାକରୁଛୁ ଭାବନାଙ୍କର ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।