ପତ୍ନୀଙ୍କୁ ଗର୍ଭବତୀ କରିବାକୁ କୋର୍ଟ ଦେଲେ ଛୁଟି ! ଋକବେଦ କଥା ଉଠାଇ ଜଜ୍ ଯାହା ରାୟ ଶୁଣାଇଲେ ଏବେ ସମସ୍ତଙ୍କୁ ତାହା ଆଶ୍ଚର୍ଯ୍ୟ କରୁଛି

ସ୍ତ୍ରୀ ଙ୍କୁ ଗର୍ଭବତୀ କରିବାକୁ ମିଳିଲା ଛୁଟି । ସ୍ତ୍ରୀ ପାଖକୁ ଗଲା ସ୍ଵାମୀ । ଏଭଳି ଏକ ଅଜବ ମାମଲାରେ ଜଣେ କଏଦୀଙ୍କୁ ଛୁଟି ଦେଇଛନ୍ତି ଯୋଧପୁର ହାଇକୋର୍ଟ । ଏଥିପାଇଁ ୧୫ ଦିନ ପାଇଁ ପାରୋଲରେ ଛାଡିଲେ ବିଚାରପତି । ଏହି ୧୫ ଦିନ ମଧ୍ୟରେ ସ୍ତ୍ରୀ ଙ୍କୁ ଗର୍ଭବତୀ କରିବାକୁ ହେବ । ସ୍ତ୍ରୀ ଙ୍କୁ ଗର୍ଭବତୀ କରିବାର ଅଧିକାର ବଳରେ ଯୋଧପୁର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏନେଇ ସ୍ଵାମୀ ଯିଏ କି ଦୀର୍ଘ ଦିନ ଧରି ବିଚାର ବିଭାଗୀୟ ହାଇକୋର୍ଟରେ ରହିଛନ୍ତି ତାଙ୍କୁ ୧୫ ଦିନ ର ଛୁଟି ଦିଆ ଯାଇଛି ।

ଏହି ୧୫ ଦିନ ମଧ୍ୟରେ ସ୍ତ୍ରୀ ଙ୍କୁ ଗର୍ଭବତୀ କରିବାକୁ ହେବ । ଏଥିପାଇଁ ପାରୋଲରେ ସ୍ଵାମୀଙ୍କୁ ଛାଡିଛନ୍ତି କୋର୍ଟ । ଏନେଇ ଉକ୍ତ କଏଦୀ ସ୍ବାମୀଙ୍କ ସ୍ତ୍ରୀ ପ୍ରଥମେ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଏହାକୁ ବିଚାର କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଜଷ୍ଟିସ ସନ୍ଦୀବ ମେହଟ୍ଟା ଓ ଫରଜାନ୍ତ ଅଲ୍ଲୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ କହିଛି କି ସ୍ଵାମୀ ଅନେକ ମାସ ଧରି ଜେଲ୍ ରେ ରହିବାରୁ ସ୍ତ୍ରୀ ର ଶାରୀରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁମତି ଦିଆ ଯାଇଛି ।

ସ୍ଵାମୀ ଦୀର୍ଘ ଦିନ ଧରି ବନ୍ଦୀରେ ରହିବା ଯୋଗୁଁ ଏହା ହେତୁ ସ୍ତ୍ରୀଙ୍କ ଜୀବନ ଅନେକ ପ୍ରଭାବିତ ହୋଇଛନ୍ତି । ଏହା ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ହିନ୍ଦୁ ପ୍ରଥା ତଥା ଋକବେଦ କଥା ଉଠାଇ ଜଜ୍ ଏଭଳି ରାୟ ଶୁଣାଇଛନ୍ତି ବା ଉକ୍ତ କଏଦୀଙ୍କୁ ୧୫ ଦିନର ଛୁଟି ଦେଇଛନ୍ତି । ଫଳରତେ ୩୪ ବର୍ଷୀୟ ନନ୍ଦଲାଲ ଓ ତାଙ୍କ ପତ୍ନୀ ରେଖା ଏବେ ମିଶିବାର ସୁଯୋଗ ପାଇବେ ।

ଆଉ ସ୍ତ୍ରୀ ଙ୍କୁ ଗର୍ଭବତୀ କରିବାକୁ ନନ୍ଦଲାଲ ଚେଷ୍ଟା କରିବେ । ମଣିଷର ୧୬ ନିତ୍ୟାନ୍ତ ଆବଶ୍ୟକତା ମଧ୍ୟରେ ଏହା ହେଉଛି ସର୍ବ ପ୍ରଥମ । ଗର୍ଭରେ ସ୍ବାମୀଙ୍କ ଛୁଆ ଧାରଣ କରିବା ଜଣେ ମହିଳାଙ୍କ ଅଧିକାର ଅଟେ । ଏହି ସମୟରେ ଅଭିଯୁକ୍ତ ସ୍ଵାମୀ ତା’ର ସ୍ବଭାବରେ ଅନେକ ପରିବର୍ତ୍ତନ ଆଣି ପାରିବ ବୋଲି କୋର୍ଟ ଆଶା ମଧ୍ୟ ରଖିଛନ୍ତି ।

ଏହାର ପରବର୍ତ୍ତୀ ସମୟରେ ଯେତେବେଳେ ଅଭିଯୁକ୍ତ ଜେଲ୍ ରୁ ମୁକୁଳିବେ ସେ ସାଧାରଣ ଭାବେ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାରେ ପାରୋଲ ସହାୟକ ହେବ । ତେବେ ଏଭଳି ଏକ ମାମଲା ଉପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।