ଏ କେମିତିକା ବୋହୁ ? ଶ୍ଵଶୁର ସହିତ କରିଲା ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ରେମୁଣାରେ ଘଟିଥିବା ଏହି ହତୟଆକାଣ୍ଡ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କଳଙ୍କ ଲୁଚାଇବା ପାଇଁ ଶ୍ବଶୁରଙ୍କୁ ମାରିଦେଲା ବୋହୂ । ଘଟଣା ସମ୍ପର୍କରେ କାଳେ କିଏ ଜାଣିଦେବ ତେଣୁ ଏହାକୁ ଲୁଚାଇବା ପାଇଁ ସବୁଦିନ ପାଇଁ ଶ୍ବଶୁରକୁ ରାସ୍ତାରୁ ହଟେଇ ଦେଲା ବୋହୂ । ରାତିର ଅନ୍ଧକାରର ସୁଯୋଗ ନେଇ ବୁଢା ଶ୍ବଶୁରକୁ ହାଆଣିଇଦେଲା ବୋହୂ । ବାଲେଶ୍ଵର ଜିଲ୍ଲା ରେମୁଣା ଅନ୍ତର୍ଗତ କାକାପଳାଇ ଗାଁରେ ଏଭଳି ଏକ ଭୟଙ୍କର ଘଟଣା ଘଟିଛି ।

୭୫ ବର୍ଷୀୟ ବୁଢା ବାପା ରଘୁନାଥ ବଡ ପୁଅ-ବୋହୂ ପାଖରେ ରହୁଥିଲେ । ସବୁ ଠିକଠାକ ଥିଲା ହେଲେ ପୁଅ ନଥିବା ବେଳେ ବୋହୂ ପାଖକୁ ଜୈନିକ ବ୍ୟକ୍ତି ଆସୁଥିଲେ । ଘରେ ପୁଅ ନଥିବା ବେଳେ କାହିଁକି ସମ୍ପୃକ୍ତ ବ୍ୟକ୍ତି ବାରମ୍ବାର ଆସୁଛନ୍ତି ସେନେଇ ଶ୍ଵଶୁର ରଘୁନାଥଙ୍କର ସନ୍ଦେହ ବଢିଥିଲା । ପରେ ତାଙ୍କ ସନ୍ଦେହ ସତରେ ମଧ୍ୟ ପରିଣତ ହୋଇଥିଲା । ସମୟ ଗଡିବା ସହ ଏନେଇ ଶ୍ଵଶୁର ଓ ବୋହୂଙ୍କ ମଧ୍ୟରେ ତିକ୍ତତା ମଧ୍ୟ ବଢି ଚାଲିଥିଲା ।

ନିଜ ପୁଅକୁ ବୋହୂର ପରକୀୟା ପ୍ରୀତି ସମ୍ପର୍କରେ କହିଦେବେ ବୋଲି ଚିନ୍ତା କଲେ ଓ ବୋହୂକୁ ସମୟ ବି ମାଗିଲେ । କିନ୍ତୁ ବୋହୂ ଏସବୁ ଜାଣିବା ପରେ ଚିନ୍ତାରେ ପଡି ଯାଇଥିଲା । ଏପଟେ ସ୍ବାମୀଙ୍କୁ ଛାଡିବାକୁ ଇଚ୍ଛା ନଥିଲା କି ସେପଟେ ଜୈନିକ ବ୍ୟକ୍ତିଙ୍କୁ ଛାଡିବାକୁ ବି ଇଚ୍ଛା ନଥିଲା । ଶେଷରେ ବୁଢା ଶ୍ବଶୁରକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବାକୁ ନିଷ୍ପତ୍ତି ନେଲେ ।

ରାତିରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ବୁଢା ବାପାର ମୁଣ୍ଡକୁ ଗର କରିଦେଲା ବୋହୂ । ବୋହୂର ପରକୀୟା ପ୍ରୀତି ଦେଖି ଶ୍ଵଶୁର ତାଙ୍କ ଉପରେ ବିଲକୁଲ ସନ୍ତୁଷ୍ଟ ନଥିଲେ ଓ ଏନେଇ ଶ୍ଵଶୁର ଓ ବୋହୂଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା ବୋଲି ଗ୍ରାମବାସୀ ଏବଂ ଟାକ ପରିବାରର ଲୋକେ ପ୍ରକାଶ କରିଛନ୍ତି । ସକାଳୁ ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଘୁନାଥଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ ।

ବର୍ତ୍ତମାନ ସାଇଣ୍ଟିଫିକ ଟିମ୍ ସହ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି ପୋଲିସ । ଏହାସହ ହତୟଆରେ ବ୍ୟବହୃତ ଧାଆରୁଆ ଅସ୍ତ୍ରକୁ ବି ପୋଲିସ ଜବତ କରିଛି । ପାପକୁ ଲୁଚାଇବା ପାଇଁ ଆଉ ଗୋଟିଏ ପାପ କରି ଦେଇଛି ଅଭିଯୁକ୍ତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।