ଦେଖୁ ଦେଖୁ ପୁଅ ଆଗରେ ଭାସିଗଲା ବାପା, ଭିଡିଓରେ କଏଦ ହେଲା ହୃଦୟ ବିଦାରକ ଦୃଶ୍ୟ, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ପୁଅ ଆଗରେ ସମୁଦରେ ଭାସିଗଲେ ବାପା । ଦେଖୁ ଦେଖୁ ବାପା କୁଆଡେ ନିଖୋଜ ହୋଇଗଲେ ପୁଅ ବି ଜାଣି ପାରିଲାନି । ଏହି ସମୟର ଭିଡିଓଟି ଏବେ ସାମ୍ନାକୁ ଆସିଛି । ଏହାକୁ ଦେଖିବା ଲୋକର ଛାତିରେ ଛନକା ପଶି ଯାଉଛି । ଭିଡିଓ ଆରମ୍ଭରୁ ଆପଣ ଦେଖି ପାରୁଥିବେ କି, ସମୁଦ୍ରରେ ଗାଧୋଇ କିପରି ମଜା ନେଉଛନ୍ତି ଉଭୟ ବାପା ପୁଅ । ପୁଅଟି ୫ରୁ ୭ ବର୍ଷର ହେବ ଓ ବାପାଙ୍କ ବୟସ ୩୦ରୁ ୩୫ ବର୍ଷ ହେବ । ସାଙ୍ଗ ହୋଇ ସମୁଦ୍ରର ଢେଉରେ ଖେଳୁଛନ୍ତି ବାପା ପୁଅ ।

ପାଣିରେ ଶୋଇ ଢେଉ ସଙ୍ଗେ ଆଗକୁ ଭାସି ଆସୁଛନ୍ତି ବାପା । ଆଉ ତାଙ୍କ ସହ ପୁଅକୁ ମଧ୍ୟ ଏହା କରିବା ପାଇଁ ଶିଖାଉଛନ୍ତି । ବାପାଙ୍କ ପରି ଲହରୀର ମଜା ନେଇ କୁନି ପୁଅଟି ଖୁବ ଖୁସି ହେଉଛି । ତାଙ୍କ ସହ ଯାଇଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଦୃଶ୍ୟର ଭିଡିଓ ରେକର୍ଡ କରୁଛନ୍ତି । କିଛି ସମୟ ପୁଅ ସହ ଗାଧୋଇବା ପରେ ବାପା ସମୁଦ୍ର ଭିତରକୁ ଯିବାକୁ ଚିନ୍ତା କରୁଛନ୍ତି । ପୁଅକୁ କୂଳରେ ଥାଇ ଦେଖିବା ପାଇଁ କହୁଛନ୍ତି । ଆଉ ଦୌଡି ଦୌଡି ଯାଇ କିଛି ଦୂରରେ ଏକ ଲହରୀ ଭିତରକୁ ଲମ୍ଫ ମାରୁଛନ୍ତି ବ୍ୟକ୍ତି ଜଣକ ।

ଏହାପରେ ଆଉ ଏକ ଛୋଟ ଲହରୀ ଏବଂ ତା’ପରେ ଆଉ କିଛି ଲହରୀ ବି ଆସୁଛି । ଏହାରି ଭିତରେ ବାପାକୁ ଦେଖି ପିଲାଟି ଖୁସି ହେଉଥିବା ବେଳେ କିଛି ସମୟ ଯାଏଁ ଆଉ ତା’ ବାପାଙ୍କୁ ନଦେଖି ବାପା କୁଆଡେ ଗଲେ ବୋଲି ଖୋଜି ହେଉଛି । ପୁଅ ସହ ରହି ଭିଡିଓ କରୁଥିବା ଅନ୍ୟ ବ୍ୟକ୍ତିଜଣକ ମଧ୍ୟ ତୋ ବାପା କୁଆଡେ ଗଲେ କହି ପଚାରି ଦେଉଛନ୍ତି ।

କିନ୍ତୁ ବାପାଙ୍କୁ ଆଉ ଦେଖିବାକୁ ମିଳୁନି । କିଛି ସମୟ ପାଇଁ ତା’ ବାପା ଆସିଯିବେ ବୋଲି ପିଲାଟି ଧୈର୍ଯ୍ୟ ଧରିଛି ଏବଂ ଭିଡିଓ କରୁଥିବା ବ୍ୟକ୍ତିଜଣକ ବି ତୋ ବାପା ଆସିଯିବ ବୋଲି କହୁଥିବାର ଶୁଣିବାକୁ ମିଳୁଛି । କିନ୍ତୁ ବାପା ଆଉ ଫେରୁ ନାହାନ୍ତି । ସମୁଦ୍ରର ଅମାପ ଗଭୀରତା ଭିତରକୁ ଚିରଦିନ ପାଇଁ ତା’ ବାପା ଲମ୍ଫ ଲଗାଇ ଦେବେ ବୋଲି ଛୋଟ ପିଲାଟି କେବେବି କଳ୍ପନା ସୁଦ୍ଧା କରି ନଥିବ । ବର୍ତ୍ତମାନ ନିଖୋଜ ବାପାଙ୍କୁ ଖୋଜା ଚାଲିଛି ।

ବେଳେବେଳେ ସାମାନ୍ଯ ଅସତର୍କତା କେତେ ଭୟଙ୍କର ହୋଇପାରେ ଆପଣ ଭାବି ପାରୁଥିବେ । ସମୁଦ୍ର କୂଳରେ ଗାଧୋଇବାର ମଜା ସମସ୍ତେ ନେବାକୁ ଭଲ ପାଆନ୍ତି । କିନ୍ତୁ ସାବଧାନ ନ ରହି ବାହାଦୁରି ଦେଖାଇଲେ ଘଟିଯାଏ ଏହିଭଳି ଅଘଟଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।