“ଘରେ ଭଲ ଅଛନ୍ତି ସମସ୍ତେ”? ପୁଣି ଚର୍ଚ୍ଚାରେ ସାଂସଦ Anubhav Mohanty, ମିଡିଆ ଆଗରେ ଦେଲେ ଏମିତି ପ୍ରତିକ୍ରିୟା…ଭାଇରାଲ ହେଉଛି Video

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି । ଆଜି ହାଇକୋର୍ଟ ଆସିଥିବା ବେଳେ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ “ଭାଇ ଆପଣଙ୍କ ଘରେ ଭଲ ଅଛନ୍ତି ସମସ୍ତେ” ବୋଲି ପଚାରିଥିଲେ । ଯାହାର ଭିଡିଓ କ୍ଲିପଟି ଏବେ ଖୁବ ଭାଇରାଲ ହେଉଛି । ପ୍ରଫେଶନାଲ ଲାଇଫ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସବୁକୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି ଅନୁଭବ । ନିଜ ଅଭିନୟ ବଳରେ ଓଡିଶାର ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ଗତ କିଛି ବର୍ଷ ହେଲା ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଓଡିଶାରୁ  ଲୋକସଭାର ସଦସ୍ୟ ମନୋନୀତ ହେବା ସହ କେନ୍ଦ୍ରାପଡାର ସାଂସଦ ମଧ୍ୟ ହୋଇ ପାରିଛନ୍ତି । ତେବେ ଅଭିନୟ ଭଳି ତାଙ୍କ ରାଜନୀତିକୁ ଲୋକେ ସେତେ ପସନ୍ଦ କରୁ ନଥିବା ଦେଖିବାକୁ ମିଳେ । ତଥାପି ଅନୁଭବ ତାଙ୍କ କାର୍ଯ୍ୟ କରି ଚାଲିଛନ୍ତି । କିନ୍ତୁ ଗତ ଦୁଇ ବର୍ଷ ହେଲା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ପାରିବାରିକ ବିବାଦ ଯୋଗୁଁ ସେ ଖୁବ ଆଲୋଚନା ଓ ସମାଲୋଚନାର ପାତ୍ର ହୋଇଛନ୍ତି ।

କିଛି ଲୋକ ବର୍ଷାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଅନୁଭବଙ୍କ ସମର୍ଥନରେ ମଧ୍ୟ ବାହାରୁଛନ୍ତି । କିନ୍ତୁ ପତ୍ନୀ ବର୍ଷାଙ୍କ ପଲା ଏଥିରେ ଭାରି ପଡୁଥିବାର ନଜର ମଧ୍ୟ ଆସୁଛି । ଅନୁଭବ ସାଂସଦ ହେବା ପୂର୍ବରୁ ପତ୍ନୀ ବର୍ଷାଙ୍କ ସହ ମିଶି ପ୍ରଚାର କାର୍ଯ୍ୟ କରୁଥିଲେ । କିନ୍ତୁ ଏହାର ଠିକ ୬ ମାସ ପରେ ଅନୁଭବ ଓ ବର୍ଷାଙ୍କ ବିବାଦ ସେମାନଙ୍କ ପ୍ରଶଂସକଙ୍କ ମନକୁ ଖୁବ ଆଘାତ ଦେଇଛି ।

ବର୍ତ୍ତମାନ ମଧ୍ୟ କୋର୍ଟରେ ଉଭୟଙ୍କ ପାରିବାରିକ ବିବାଦ ମାମଲା ଚାଲି ଆସୁଛି । ଯାହା ପାଇଁ ସମୟ ସମୟରେ ଉଭୟଙ୍କୁ ହାଇକୋର୍ଟ ଯାଉଥିବାର ଦେଖିବାକୁ ମିଳୁଛି । ତେବେ ଆଜି ହାଇକୋର୍ଟରେ ଅନୁଭବଙ୍କୁ ଦେଖିବା ପରେ ଗଣମାଧ୍ୟମ ତାଙ୍କ ଠାରୁ ପ୍ରତିକ୍ରିୟା ନେବାକୁ ଇଚ୍ଛା କରିଥିଲେ । ତେବେ ପ୍ରତିକ୍ରିୟା ଦେବା ପୂର୍ବରୁ ଅନୁଭବ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘରେ ସମସ୍ତେ ଭଲ ଅଛନ୍ତି ବୋଲି ପଚାରି ଦେଇଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।

 

ପ୍ରଥମ ଥର ପାଇଁ ଅନୁଭବଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଲୋକମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।