ତ୍ରିକୋଣୀୟ ପ୍ରେମ ସମ୍ପର୍କ ପାଲଟିଲା କାଳ, ନଦୀକୁ ଡେଇଁବା ପୂର୍ବରୁ ପ୍ରେମିକ ପାଇଁ ଚିଠିଲରେ ଲେଖିଗଲେ କିଛି ଏମିତି…ପଢିଲେ ଆପଣ ବି କାନ୍ଦି ପକାଇବେ

“ପପୁନ୍ ତୁମେ ମୋ ସହ ଏମିତି କାହିଁକି କଲ ? ମୋ ନିଜଠୁ ବି ଅଧିକ ମୁଁ ତୁମକୁ ଭଲପାଏ । ଯେତିକି ମାମା ଆଉ ସିତୁଲ ଦିଦିକୁ ଭଲପାଏ, ସେତିକି ପରିମାଣରେ ତୁମକୁ ବି ଭଲପାଏ । ତୁମକୁ ଆଜି ଗୁଲୁ ଡାକିବା ପାଇଁ ବି ଖରାପ ଲାଗୁଛି । ମୋ ଭଲ ପାଇବା ଆଉ ଭାବନାର କିଛି ମୂଲ୍ୟ ନାହିଁ ତୁମ ପାଖରେ । ମୁଁ ଆଜି ସବୁ ଜାଣି ପାରୁଛି । ମୁଁ ଜାଣି ନଥିଲି ତୁମେ ମୋ ସହ ଏମିତି କରିବ । ତୁମ ଉପରେ ବହୁତ ଆଶା ଓ ଭରସା ଥିଲା । ହେଲେ ତୁମେ ମୋ ସହ ଯାହା କଲ ଏମିତି ଜମା ଠିକ ନୁହେଁ ।

ତୁମକୁ ଆଉ କାହା ସହ ଦେଖି ପାରିବିନି । ମତେ ଆଜି ବହୁତ କଷ୍ଟ ଲାଗୁଛି । ମୋ ଭଲ ପାଇବାରେ ଟିକିଏ ଖାଦ ନାହିଁ, କେବଳ ନିଃସ୍ଵାର୍ଥ ଭଲପାଇବା । ତୁମର ସେଇ ଗୋଟିଏ କମେଣ୍ଟ ମୋ ଦୁଃଖର କାରଣ । ମୋତେ କ୍ଷମା କରିଦେବ ମୁଁ ତୁମକୁ ଖୁସି ଦେଇ ପାରିଲିନି । ମୋ ଲାଇଫକୁ ଆସି ତୁମେ ପ୍ରେମର ମାନେ କଣ ବୁଝାଇଲ କିନ୍ତୁ ପ୍ରେମର ମୂଲ୍ୟ ରଖିଲନି । କିନ୍ତୁ ସବୁଦିନ ପାଇଁ ମୋ ଗୁଲୁ ହୋଇକି ରହିବ…ଗୁଲୁ ହୋଇକି ରହିବ ।”

ଜାଣିଲେ ତ ଏହି ଚିଠିରେ କଣ ସବୁ ଲେଖା ହୋଇଛି ? ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକା ବୈତରଣୀ ନଦୀ ବ୍ରିଜରୁ ଛାତ୍ରୀ ଡେଇଁ ନିଖୋଜ ଘଟଣାକୁ ପ୍ରାୟ ୨୪ ଘଣ୍ଟା ବିତି ସାରିଲାଣି । ହେଲେ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ତେବେ ଉକ୍ତ ଛାତ୍ରୀଙ୍କ ବ୍ୟାଗରୁ ଏ ଯେଉଁ ଚିଠି ମିଳିଛି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।

ଚିଠି ଟି ପୁପୁନ ବୋଲି ଯୁବକଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ବେଳେ ତାଙ୍କ ଚିଠିରେ ରଶ୍ମିତା ବୋଲି ଅନ୍ୟ ଜଣେ ଯୁବତୀଙ୍କ ନାମ ମଧ୍ୟ ସେ ଲେଖିଛନ୍ତି । ସେ ରଶ୍ମିତା କିଏ ଓ ଏଭଳି ଘଟଣା କାହିଁକି ଘଟିଲା ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଏଥିପାଇଁ ଦାୟୀ କିଏ ତାକୁ ନେଇ ଖୋଜା ଚାଲିଛି କାରଣ । ଚାନ୍ଦବାଲି ଥାନା କାଣ୍ଡଗରଡି ଗାଁର ପୁପୁନଙ୍କ ସହ ସିମ୍ରନଙ୍କର ପ୍ରେମ ସମ୍ପର୍କ ଥିଲା । ଏହାପରେ ତାଙ୍କ ଭାଣିଜୀକୁ କେହି ନଦୀକୁ ପେଲି ଦେଇଥିବା ସିମ୍ରନଙ୍କ ମାମୁଁ ବିଜୟ ପାତ୍ର ଅଭିଯୋଗ ଆଣିଛନ୍ତି । ଏ ପର୍ଯ୍ୟନ୍ତ ମେଧାବୀ ଝିଅର ପତ୍ତା ମିଳୁ ନଥିବା ବେଳେ ମେଧାବୀ ଝିଅକୁ ହରେଇ ଭାଙ୍ଗି ପଡିଛନ୍ତି ପୁରା ପରିବାର ।

ସେପଟେ ପୁପୁନଙ୍କ ବଡବାପା କହିଛନ୍ତି କି, କିଛିଦିନ ପୂର୍ବରୁ ସିମ୍ରନଙ୍କ ସହ ପୁପୁନଙ୍କ ପ୍ରେମ ସମ୍ପର୍କକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ସିମ୍ରନ ନଦୀକୁ ଡେଇଁବା ନେଇ ଆଇନ ଯାହାବି ରାୟ ଶୁଣାଇବ ଆମେ ସେନେଇଏ କିଛି କହିବୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।