ଏହି ଷ୍ଟାରମାନଙ୍କର ହେୟାର ଷ୍ଟାଇଲକୁ କପି କରିବାକୁ ଲାଗିଥିଲେ ଲୋକ, ତୃତୀୟ ନମ୍ବରଙ୍କର ତ ଜାଦୁ ଆଜି ବି ଚାଲିଅଛି

ବଲୀଉଡ ଫିଲ୍ମ କେବଳ ମନୋରଞ୍ଜନ ଏବଂ ସନ୍ଦେଶ ଦେବା ପାଇଁ କାମ କରେ ନାହିଁ ଏହା ଛଡା ବି ସେ ଟ୍ରେଣ୍ଡ କରିଥାଏ ଏବଂ ଟ୍ରେଣ୍ଡକୁ ବଦଳାଇ ବି ଥାଏ । ବଲୀଉଡର ବେଳ ବେଳେ ଏହିଭଳି ସବୁ କିରଦାର ସାମନାକୁ ଆସିଥାନ୍ତି କି ଯେଉଁମାନେ କି ଜନତାଙ୍କ ଉପରେ ବହୁତ ଗଭୀର ପ୍ରଭାବ ପକାଇ ଦିଅନ୍ତି । ଏମାନଙ୍କ ମଧ୍ୟରୁ କେତେକ କିରଦାର ଏମିତି ଅଛନ୍ତି ଯେଉଁମାନଙ୍କର ହେୟାର ଷ୍ଟାଇଲ ପର୍ଯ୍ୟନ୍ତ ବି ଲୋକମାନେ କପି କରି ନିଅନ୍ତି ।

କେବେ ଗଜନୀ ଷ୍ଟାଇଲ ତ କେବେ ତେରେ ନାମର ଷ୍ଟାଇଲ । ଏହା ପ୍ରଥମ ସମୟରେ ଅଧିକ ହେଉଥିଲା । ଆଜି ଆମେ ଆପଣଙ୍କୁ ଏହିଭଳି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ସାଧନା

ପୂର୍ବ ସମୟର ହିଟ ହିରୋଇନ ଥିଲେ ସାଧନା । ଯାହାଙ୍କର ହେୟାର ଷ୍ଟାଇଲର ପୁରା ଦୁନିଆ ଦିବନା ଥିଲା । ସେ ସମୟରେ ସବୁ ମହିଳାମାନେ ସାଧନଙ୍କ ଭଳି ଚୁଟି ରଖିବା ପାଇଁ ଚାହୁଁଥିଲେ । ତାଙ୍କର ହେୟାର ଷ୍ଟାଲର ନାମ ବି ପଡି ଯାଇଥିଲା । ସାଧନା କଟ ।

ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନଙ୍କର ହେୟାରର ବି ସବୁଠୁ ବଡ ଖାସ କଥା ଏହା ଥିଲା କି କାନ ପାଖରୁ ବାହାରିଥିବା ଚୁଟି । ତାଙ୍କର ଏହି ହେୟାର ଷ୍ଟାଇଲ ସେହି ସମୟର ଯୁବକ ମାନଙ୍କ ମଧ୍ୟରେ ବହୁତ ଫେମସ ଥିଲା । ପ୍ରାୟତଃ ଲୋକମାନେ ଏହିଭଳି ଲମ୍ବା ଚୁଟି ରଖୁଥିଲେ ।

ସଞ୍ଜୟ ଦତ୍ତ

ନିଜର ନଶିଲେ ଆଖି ଏବଂ ଦମଦାର ଅଭିନୟ ଦ୍ଵାରା ଲୋକମାନଙ୍କର ହୃଦୟ ଜିତି ଯାଇଥିଲେ ସଞ୍ଜୟ ଦତ୍ତଙ୍କର । ସେ ବି ନିଜର ହେୟାର ଷ୍ଟାଇଲ ଦ୍ଵାରା ଯୁବକମାନଙ୍କୁ ବହୁତ ପ୍ରଭାବିତ କରିଥିଲେ । ସେହି ସମୟ ପର୍ଯ୍ୟନ୍ତ କୌଣସି ବି ହିରୋ ବେକ ତଳ ପର୍ଯ୍ୟନ୍ତ ଚୁଟି ରଖୁ ନ ଥିଲା, କିନ୍ତୁ ଯେତେବେଳେ ସଞ୍ଜୟ ଦତ୍ତ ଏମିତି କରିଲେ ତେବେ ଝିଅମାନେ ବି ତାଙ୍କର ଦିବାନ ହୋଇଗଲେ । ଏହା ପରେ ଯୁବକମାନେ ବି ଚୁଟି ବଢାଇଲେ ।

କାଜୋଲ

ଏହି ଲିସ୍ଟରେ କାଜୋଲଙ୍କର ନାମ ବି ସାମିଲ ଅଛି । ତାଙ୍କର ଫିଲ୍ମ ‘କୁଛ କୁଛ ହୋତା ହୈଂ’ରେ ସେ ବ୍ୱଯଜ କଟ ସହିତ ହେୟାର ବ୍ୟାଣ୍ଡ ଲଗାଇଥିଲେ । ଏହି ଷ୍ଟାଇଲକୁ ଝିଅମାନେ ବହୁତ ପସନ୍ଦ କରିଲେ । ସେହି ସମୟରେ ଅଧିକ ରୁ ଅଧିକ ଝିଅମାନେ ନିଜର ସ୍କୁଲ ଏବଂ କଲେଜରେ ଏହିଭଳି ହିଁ ହେୟାର ଷ୍ଟାଇଲ କରି ଯିବାକୁ ଲାଗିଲେ ।

ସଲମାନ ଖାନ

ବଲୀଉଡ ଦବଙ୍ଗ ଖାନ ସଲମାନ ଖାନଙ୍କର ହେୟାର ଷ୍ଟାଇଲକୁ ବି ସମସ୍ତେ ପସନ୍ଦ କରିଥିଲେ । ତାଙ୍କର ହେୟାର ଷ୍ଟାଇଲ ଯୁବକ ମାନଙ୍କ ମଧ୍ୟରେ ବହୁତ ଫେମସ ହୋଇଥିଲା । ଏହା ସହିତ ଛୋଟ ପିଲାମାନେ ବି ଏହିଭଳି ଷ୍ଟାଇଲକୁ କରିବାକୁ ଲାଗିଲେ ।