TV ସିରିଏଲ ସାଥ ନିଭାନା ସାଥିୟା ରେ ରାଶିର ଦୁଇ ପୁଅ ତୋଲୁ ଓ ମୋଲୁ ରୋଲ କରି ଫେମସ ହେଇଥିବା ଏହି 2 Child Actor ଆଜି ଦେଖା ଯାଉଛନ୍ତି ଏମିତି

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ଶିଶୁ କଳାକାର ଭାବେ ପିଲାଦିନୁ ଟିଭି ଜଗତରେ ଅଭିନୟ କରୁଛନ୍ତି ।

ଶିଶୁ କଳାକାର ଭାବେ ଅଭିନୟ କରୁଥିବା କୁନି ପିଲା ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଆଜି ବି ଲୋକପ୍ରିୟ ହୋଇ ରହିଛନ୍ତି । ଟିଭି ଜଗତରେ ଷ୍ଟାର ପଲ୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା “ସାଥ ନିଭାନା ସାଥିୟା” ସିରିଏଲଟି ଖୁବ ଲୋକପ୍ରିୟ ହୋଇଥିଲା । ଆଜି ବି ଏହି ସିରିଏଲଟି ଲୋକଙ୍କ ହୃଦୟରେ ଘର କରି ରହି ପାରିଛି ।

ଏହି ସିରିଏଲରେ ଶିଶୁ କଳାକାର ଭାବେ ଅଭିନୟ କରୁଥିବା ଦୁଇଟି କୁନି ପିଲା ଆଜି ଦେଖିବାକୁ ବହୁତ ଷ୍ଟାଇଲିସ ଅଟନ୍ତି । ଏହି ସିରିଏଲରେ ଶିଶୁ କଳାକାର ଭାବେ ଅଭିନେତ୍ରୀ ରାଶିଙ୍କର ପୁଅ ତୋଲୁ ଭୂମିକାରେ ଅଭିନୟ କରିଥିବା କଳାକାରର ଅସଲି ନାମ ହେଉଛି ଇଶାନ ଭାନୁଶାଳୀ ଯିଏ ୨୦୦୭ ୨୮ ଏପ୍ରିଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

ସେ ତାଙ୍କର ଅଭିନୟ ଦୁନିଆ “ସାଥ ନିଭାନା ସାଥିୟା” ସିରିଏଲରୁ ଆରମ୍ଭ କରିଥିଲେ ଯେଉଁଥିରେ ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଥିଲେ । ଏହା ପରେ “ସଙ୍କଟମୋଚନ ହନୁମାନ”, “ବାବା ବାଏଚାନ୍ସ”, “ବଜରଙ୍ଗୀ ଭାଇଜାନ” ଆଦି ସୋରେ ଅଭିନୟ କରିବାର ମୌକା ପାଇଥିଲେ । ଏହାପରେ ମୋଲୁ ବା ସମର ମୋଦୀ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ଅସଲି ନାମ ହେଉଛି ଇକଲବ୍ୟା ଆହିର ୨୦୦୭ ୧୯ ଏପ୍ରିଲ ସୁରାଟରେ ଜନ୍ମଗ୍ରହଣ କରିଥିଲେ ।

ପିଲାଦିନୁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିବାରୁ ୨୦୦୯ରେ “ମେ କି ଆୱାଜ ପ୍ରତିଜ୍ଞା” ସିରିଏଲରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ “ଦିଲ କି ନଜର ସେ ଖୁବସୁରତ”, “ତୋତା ୱେଡ୍ସ ମେନା” ଆଦି ପପୁଲାର ସିରିଏଲରେ ଅଭିନୟ କରିଥିଲେ । ଶିଶୁ କଳାକାର ତୋଲୁ ବା ସାହିଲ ମୋଦୀ ବର୍ତ୍ତମାନ ୧୪ ବର୍ଷରେ ପଦାର୍ପଣ କରି ନିଜର ଲୁକକୁ ନେଇ ବହୁତ ପରିବର୍ତ୍ତନ କରିଛନ୍ତି । ଆଗ ଅପେକ୍ଷା ସେ ନିଜର ହେୟାର ଷ୍ଟାଇଲକୁ ବହୁତ ଚେଞ୍ଜ କରିଛନ୍ତି । ସେ ନିଜର ପାଠ ପଢାକୁ ଜାରି ରଖିଛନ୍ତି ।

୨୦୦୯ରେ ଆସିଥିବା “ରୂପ ମର୍ଦ କା ନଜା ସ୍ୱରୂପ” ସିରିଏଲରେ ସେ ନଜର ଆସିଥିଲେ । ମୋଲୁ ବା ସମର ମୋଦୀ ଚରିତ୍ରରେ ଅଭିନୟ କରିଥିବା ଇକଲବ୍ୟା ଆହିର ବର୍ତ୍ତମାନ ୧୪ ବର୍ଷରେ ପଦାର୍ପଣ କରି ବହୁତ ବଦଳି ଯାଇଛନ୍ତି । ଆଜିକା ଡେଟରେ ତାଙ୍କର ଡ୍ରେସ ଷ୍ଟାଇଲ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ ଯାଏଁ ସବୁ କିଛିରେ ନୂଆ ଚେଞ୍ଜେସ ଆସିଛି । ଆଗ ଅପେକ୍ଷା ଇକଲବ୍ୟା ଆହୁରି ବହୁତ କିୟୁଟ ଦେଖା ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।