ମୋର ନଥିଲା, ମୋ ସ୍ବାମୀର ଥିଲା… ଡ୍ରାଇଭର ସହ ଆଫେୟାର ନେଇ ଫେରାର ପତ୍ନୀ ଯାହା କହୁଛନ୍ତି ଶୁଣିଲେ ଆପଣ ଚମକି ପଡିବେ, ଶୁଣନ୍ତୁ ଏହି ଅଡିଓ କ୍ଲିପ

ଯେଉଁ ମହିଳାଙ୍କୁ ନେଇ ଆଜି ଦିନ ତମାମ ସୋସିଆଲ ମିଡିଆ ଉଠୁଛି ପଡୁଛି ତାଙ୍କର ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ମହିଳାଙ୍କ ନାଁ ହେଉଛି ସିଲସିଲା ବେହେରା । ତାଙ୍କ ନାଁରେ ଅଭିଯୋଗ ଆସିଛି କି ସ୍ବାମୀଙ୍କୁ ଛାଡି ସେ ଡ୍ରାଇଭର ସହ ପାପ ସମ୍ପର୍କ ରଖିଥିଲେ । ଏଥିପାଇଁ ନିଜ ସ୍ଵାମୀ ବିନାୟକ ବେହେରାଙ୍କୁ ମଧ୍ୟ ରାସ୍ତାରୁ ହଟେଇବା ପାଇଁ ସେ ସୁପାରି ଦେଇଥିବା ତାଙ୍କ ସ୍ଵାମୀ ନିଜେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସ୍ଵାମୀଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି ସିଲସିଲା ।

ସେ କହିଛନ୍ତି କି ତାଙ୍କର ନୁହେଁ ବରଂ ତାଙ୍କ ସ୍ଵାମୀଙ୍କର ଆଫେୟାର ଥିଲା । ଯାହାର ସଂପୂର୍ଣ୍ଣ ପ୍ରମାଣ ତାଙ୍କ ପାଖରେ ଅଛି । ଦୀର୍ଘ ୨୦ ବର୍ଷ ଧରି ବିନାୟକ ବେହେରା ଓ ସିଲସିଲା ବେହେରା ବିବାହିତ ଜୀବନଯାପନ କରି ଆସୁଥିଲେ । କିନ୍ତୁ ସ୍ବାମୀଙ୍କ କହିବା ମୁତାବକ ତାଙ୍କ ସ୍ତ୍ରୀ ଡ୍ରାଇଭର ସହ ଆଫେୟାର କରି ଫେରାର ହୋଇଯାଇଛି । ଗତ ତିନି ବର୍ଷ ହେବ ବିନାୟକ ଓ ସିଲସିଲା ଅଲଗା ରହୁଛନ୍ତି ।

କିଛିଦିନ ତଳେ କିଛି ଗୁଣ୍ଡା ତାଙ୍କୁ ନିଛାଟିଆ ସ୍ଥାନରେ ଷ୍ଟିଲ ଓ ପ୍ଲାଷ୍ଟିକ ପାଇପରେ ପିଟି ମାରିବାକୁ ଚେଷ୍ଟା କରିବା ବେଳେ ସେଠାରୁ ପ୍ରାଣ ବିକଳରେ ବିନାୟକ ଦୌଡି ପଳେଇ ଆସିଥିଲେ । ଏହାପରେ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ତାଙ୍କୁ ଜୀବନରୁ ମାରି ତାଙ୍କ ସ୍ତ୍ରୀ ସବୁ ସମ୍ପତ୍ତିର ମାଲିକାଣୀ ହୋଇ ଡ୍ରାଇଭର ସହ ରହିବାକୁ ଯୋଜନା କରୁଥିବା ସେ ଅଭିଯୋଗ କରୁଛନ୍ତି । କିନ୍ତୁ ସିଲସିଲା ଏହାକୁ ଅସ୍ଵୀକାର କରୁଛନ୍ତି ।

ସେ କହୁଛନ୍ତି କି ତାଙ୍କ ସ୍ଵାମୀ ନିଜେ ଅଲଗା ଆଡେ ଆଫେୟାର ରଖିଛନ୍ତି ଯାହାଫଳରେ ସେମାନେ ତିନି ବର୍ଷ ହେଲା ଅଲଗା ରହି ଆସୁଛନ୍ତି । ଆଉ ଏବେ ଏମିତି ଅଭିଯୋଗ ତାଙ୍କ ନାଁରେ ଆଣି ଆମ ୧୭ ବର୍ଷର ପୁଅର ଜୀବନ ବରବାଦ କରୁଛନ୍ତି । ବିନାୟକ ତାଙ୍କ ଏଫଆଇଆର ରେ ସ୍ପଷ୍ଟ ଲେଖିଛନ୍ତି କି ଅନ୍ଧାର ହୋଇଥିଲା ସେ ଭଲ ଭାବେ କିଛି ଦେଖି ପାରି ନାହାନ୍ତି । ଯଦି ସେ କିଛି ଦେଖି ନାହାନ୍ତି ତେବେ ଡ୍ରାଇଭରର ନାଁ କେମିତି ଆସିଲା ବୋଲି ସିଲସିଲା ପ୍ରଶ୍ନ କରିଛନ୍ତି ।

ତାଙ୍କର କାହା ସହ କିଛି ଆଫେୟାର ନାହିଁ ବରଂ ତାଙ୍କୁ ଫସେଇବା ପାଇଁ ସ୍ଵାମୀ ଏମିତି କରିଛନ୍ତି ବୋଲି ସିଲସିଲା ଓଲଟା କହିଛନ୍ତି । ସ୍ଵାମୀଙ୍କ ଆଫେୟାର ନେଇ ସେ ପୂର୍ବରୁ ପୁରୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସ୍ବାମୀଙ୍କ ଚାକିରି ଚାଲିଗଲେ ଆପଣ ଖାଇବାକୁ ପାଇବେନି କହି ସେମାନେ ତାଙ୍କ ଅଭିଯୋଗ ଗ୍ରହଣ କରି ନାହାନ୍ତି ବୋଲି ସିଲସିଲା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।