ଭାରତକୁ ଘେରୁଛି ଚୀନ, ଜାଣନ୍ତୁ ଦେଶ ବାହାରେ କେଉଁଠି କେଉଁଠି ଅଛି ଭାରତର ସାମରିକ ଘାଟି ?

ବିଦେଶ ମାଟିରେ ସାମରିକ ଘାଟିର ଉଦ୍ଦେଶ୍ୟ ହେଉଛି ସୈନ୍ୟ ଉପକରଣ ଓ ଯବାନଙ୍କ ସୁରକ୍ଷା ସହ ଶତ୍ରୁର ଗତିବିଧି ଉପରେ ନଜର ରଖିବା । ଏଥିସହ ବିଦେଶ ମାଟିରେ ସାମରିକ ଘାଟି କରିଥିବା ଦେଶ ଆନ୍ତର୍ଜାତିୟ ସ୍ତରରେ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଟ୍ରେନିଂ ମମଧ୍ୟ ଦେଇଥାଏ । ଦୁନିଆରେ ଆମେରିକା ଏମିତି ଏକମାତ୍ର ଦେଶ ଯାହା ପାଖରେ ୩୮ଟି ଅନ୍ତଃରାଷ୍ଟ୍ରୀୟ ମିଲିଟାରୀ ବେସ୍ ରହିଛି । ଆଜି ଆମେ ଜାଣିବା ବିଦେଶ ମାଟିରେ କେଉଁ ଦେଶରେ ଭାରତର ସାମରିକ ଘାଟି ରହିଛି ।

ତାଜକିସ୍ତାନ, ଭୁଟାନ, ମାଡାଗାସ୍କାର, ମୋରିସିସ ଓ ଓମାନରେ ଭାରତର ସାମରିକ ଘାଟି ରହିଛି । ତାଜକିସ୍ତାନର ରାଜଧାନୀ ଦୋସାମ୍ବେ ଠାରୁ ପ୍ରାୟ ୧୩୦ କିମି ଦୂରରେ ଅବସ୍ଥିତ ଦକ୍ଷିଣ-ପୂର୍ବରେ ରହିଛି ଭାରତୀୟ ସାମରିକ ଘାଟି । ଭାରତୀୟ ବାୟୁସେନା ଏହାର ପରିଚାଳନା କରୁଛି । ବିଦେଶ ମାଟିରେ ଏହା ଭାରତର ପ୍ରଥମ ସାମରିକ ଘାଟି । ଏଠାରେ ଭାରତୀୟ ବାୟୁସେନା ସୁଖୋଇ-୩୦ ଓ ଏମକେଆଇ ଯୁଦ୍ଧବିମାନ ମୁତୟନ କରିଛି । ଯାହାର ସାଥ୍ ଦେଉଛି ତାକଜିସ୍ତାନ ଏୟାରଫୋର୍ସ ।

ସେହିପରି ଭୁଟାନରେ ଭାରତୀୟ ସାମରିକ ଘାଟିର ଏକ ସ୍ଥାୟୀ ଟ୍ରେନିଂ ସେଣ୍ଟର ରହିଛି । ଏହାକୁ ଭାରତୀୟ ମିଲିଟାରୀ ଟ୍ରେନିଂ ଟିମ୍ କୁହାଯାଏ, ଯାହା ପଶ୍ଚିମ ଭୁଟାନରେ ରହିଛି । ୧୯୬୧-୬୨ ମସିହାରେ ଏହି ସାମରିକ ଘାଟି ଭୁଟାନରେ ସ୍ଥାପିତ ହୋଇଥିଲା । ଏଠାରେ ଭୁଟାନର ରୟାଲ ଭୁଟାନ ଆର୍ମିର ଯବାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥାଏ । ଏଠାକାର କମାଣ୍ଡେଣ୍ଟ ଭୁଟାନର ରାଜାଙ୍କୁ ପ୍ରତିରକ୍ଷା ମାମଲାରେ ପରାମର୍ଶ ଦେଇଥାନ୍ତି । କାରଣ ଭୁଟାନରେ ପ୍ରତିରକ୍ଷା ମନ୍ତ୍ରୀ ନାହାନ୍ତି ।

ଭାରତୀୟ ସେନା ଉତ୍ତର ମାଡାଗାସ୍କାରରେ ଲିସନିଙ୍ଗ ପୋଷ୍ଟ ସହ ଏକ ରାଡ଼ାର ସିଷ୍ଟମ ତିଆରି କରିଛି । ଭାରତୀୟ ମହାସାଗର ଦେଇ ଯାଉଥିବା ଜାହାଜ ଉପରେ ନଜର ରଖିବା ଉଦ୍ଦେଶ୍ୟରେ ଏହା ୨୦୦୭ରେ ନିର୍ମାଣ କରା ଯାଇଥିଲା । ଏହା ସାହାଯ୍ୟରେ ମାଡାଗାସ୍କାର ନୌସେନା ସର୍ଭିଲାନ୍ସ କରୁଛି । ଆତଙ୍କବାଦୀ ଗତିବିଧି ଓ ଅନୁପ୍ରବେଶ ରୋକିବା ପାଇଁ ମାଡାଗାସ୍କାର ନୌସେନା ଅସମର୍ଥ ଥିବାରୁ ଭାରତୀୟ ସେନା ଏଥିପାଇଁ ସାହାଯ୍ୟ କରୁଛି ।

ମୋରିସିସର ଉତ୍ତର ଭାଗରେ ଥିବା ଆଗଲେକ ଦ୍ବୀପରେ ଭାରତୀୟ କୋଷ୍ଟାଲ ସର୍ଭିଲାନ୍ସ ରାଡ଼ାର ସିଷ୍ଟମ ଲଗାଯାଇଛି । ଭାରତ ମହାସାଗରରେ ଏହି ଦ୍ଵୀପ ରହିଛି । ଭାରତ- ମୋରିସିସ ମଧ୍ୟରେ ସୈନ୍ୟ ସହାୟତା ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଛି । କୂଟନୀତି ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏଠାରୁ ବହୁତ ବଡ ସାମୁଦ୍ରିକ ଅଞ୍ଚଳ ଉପରେ ସିଧା ନଜର ରଖା ଯାଇପାରୁଛି । ଏଥିରେ ଥିବା ପୁରା ଦ୍ଵୀପ ହେଉଛି ଭାରତର ସାମରିକ ଘାଟି ।

ଓମାନର ରସ-ଅଲ-ହଦ ରେ ରହିଛି ଭାରତର ଲିସନିଙ୍ଗ ପୋଷ୍ଟ । ଏହାସହ ଭାରତ ପାଖରେ ମସ୍କଟ ନୌସେନା ଘାଟିରେ ବର୍ଥିଙ୍ଗର ଅଧିକାର ରହିଛି । ଅର୍ଥାତ ସେଠାରେ ଭାରତର ଯୁଦ୍ଧ ଜାହାଜ ଓ ବୁଡା ଜାହାଜ ଆଡିକୁ ଇନ୍ଧନର ସହାୟତା ମିଳିଥାଏ । ଏହା ବ୍ଯତୀତ ଡକମରରେ ଭାରତୀୟ ବାୟୁସେନା ଓ ନୌସେନାର ଏକ ଛୋଟ ଘାଟି ମଧ୍ୟ ରହିଛି ।

ବିଦେଶ ମାଟିରେ ଥିବା ଏସବୁ ସାମରିକ ଘାଟିରୁ ଶତ୍ରୁ ଉପରେ ନଜର ରଖିବା ସହ ଆନ୍ତର୍ଜାତୀୟ ସୀମାରେ ଚାଲିଥିବା ଗତିବିଧି ସମ୍ପର୍କରେ ଜାଣି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।