‘ତୋର କେତେଟା ରଖିବାର ଦମ୍ ଅଛି ବେ…’ ସ୍ଵାମୀ ଦ୍ଵିତୀୟ ବିବାହ କରୁଥିବା ବେଳେ ଦୁଇ ଛୁଆଙ୍କୁ ଧରି ମଣ୍ଡପରେ ପହଞ୍ଚି ହଙ୍ଗାମା ହାଇଡ୍ରାମା କଲେ ସ୍ତ୍ରୀ, ଦେଖନ୍ତୁ Video

ଭୋଜିଭାତ ସବୁ ରେଡ୍ଡି ଥିଲା, ଆଉ ଅଧା ଲୋକ ଖାଇ ବି ସାରିଥିଲେ । ବାକି କିଛି ଲୋକ ବସି ବାହାଘର ଦେଖିବାରେ ବ୍ୟସ୍ତ ଥିଲେ । ଏତିକି ବେଳେ ହଠାତ ସେ ସ୍ଥାନକୁ ଗୋଟିଏ ଛୁଆକୁ କାଖେଇ ଜଣେ ମହିଳା ପଶି ଆସିଥିଲେ । ସେଠାରେ ପହଞ୍ଚିବା ମାତ୍ରେ ସେ ବାହାଘର ବନ୍ଦ କରିବାକୁ ଚିଲେଇଲେ ଆଉ ବରକୁ ବେଦୀରୁ ଉଠେଇ ଆଣି ଖୁବ ଗାଳିଗୁଲଜ କଲେ । ତୋର କେତେଟା ରଖିବାର ଦମ୍ ଅଛି ବୋଲି କହି ଗାଳି ଦେଉଥିଲେ ମହିଳା । ଅତିଥି ହୋଇ ଆସିଥିବା ଲୋକେ କିଛି ବୁଝିପାରୁ ନଥାନ୍ତି ।

କିଛି ଲୋକେ ପୁଅର ସମର୍ଥନ କରି ମହିଳାଙ୍କ ଆଡକୁ ଆଙ୍ଗୁଳି ଉଠାଉଥିବା ବେଳେ ସେପଟେ ଦୁଇଜଣ ସାମାଜିକ କର୍ମୀ ମହିଳାଙ୍କ ସମର୍ଥନରେ ବାହାରି ବରକୁ ଦୋଷ ଦେଇ ଚାଲିଥାନ୍ତି । ପୁରା କେଉଁ ସିନେମାର ସିନ୍ ଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଥିଲା । ବୁଝାବୁଝି କରିବା ପରେ ଜଣା ପଡିଥିଲା କି ବର ସୁଜିତ ବାଗ୍ ଆଗରୁ ବିବାହ କରିଛନ୍ତି । ଆଉ ଏହି ମହିଳା ହେଉଛନ୍ତି ତାଙ୍କର ପତ୍ନୀ ।

ସୁଜିତ ଏବେ ଦ୍ଵିତୀୟ ବାହାଘର ପାଇଁ ବର ବେଶରେ ସଜବାଜ ହୋଇ ମଣ୍ଡପକୁ ଆସିଥିଲେ । କିନ୍ତୁ ସେସବୁକୁ ଭଣ୍ଡୁର କରି ଦେଇଛନ୍ତି ତାଙ୍କର ପ୍ରଥମ ପତ୍ନୀ । ପ୍ରଥମ ପତ୍ନୀଙ୍କୁ ନ ଜଣାଇ ସ୍ଵାମୀ ସୁଜିତ ଦ୍ଵିତୀୟ ବିବାହ କରୁଥିଲେ । ଆଉ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛନ୍ତି ପତ୍ନୀ । ଏପରିକି ପ୍ରଥମ ସ୍ତ୍ରୀଙ୍କ ଔରସରୁ ସୁଜିତଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି ।

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଗୁରୁପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଏହି ବିବାହ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ମହିଳା ଜଣକ ତାଙ୍କର ଦୁଇ ଛୁଆକୁ ଧରି ପହଞ୍ଚି ସେଠାରେ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଦୁଇ ବର୍ଷ ହେଲାଣି ସେମାନେ ଅଲଗା ହୋଇ ରହିଛନ୍ତି ।

ସ୍ଵାମୀଙ୍କ ଭୁଲ ଦେଖିଲେ ବୋଲି ସେ ଓଲଟା ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠେଇ ସ୍ତ୍ରୀ ପିଲାଛୁଆଙ୍କୁ ଛାଡି ଅଲଗା ରହୁଛନ୍ତି ସୁଜିତ । ସୁଜିତଙ୍କ ଘରଲୋକ ମଧ୍ୟ ସେମାନଙ୍କ ଝଗଡା ସମାଧାନ କରିବାକୁ କେବେ ଚେଷ୍ଟା କରି ନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଦୁଇ ପିଲା ଥାଇ ଓ ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ନହୋଇ ଥିବା ସତ୍ତ୍ୱେ ସ୍ଵାମୀ ଦ୍ଵିତୀୟ ବିବାହ କରିବାକୁ ସ୍ତ୍ରୀ ଆସି ତାଙ୍କ ବିବାହ ଭଣ୍ଡୁର କରି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।