ଫାଶୀ ପୂର୍ବରୁ କଏଦୀ କାନରେ କଣ କୁହେ ଜହ୍ଳାଦ ? ଏହା ସହ ଫାଶୀ ଦିନ କଣ ସବୁ ହୁଏ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ଯେକୌଣସି ଜଘନ୍ୟ ଅପରାଧ ନିମନ୍ତେ ମୃତ୍ୟୁ ହିଁ ସର୍ବଶେଷ ଦଣ୍ଡ ଭାବେ ଘୋଷିତ କରା ଯାଇଥାଏ । ଏହି ଦଣ୍ଡ ପାଳନ କରାଗଲେ ଅପରାଧୀର ମୃତ୍ୟୁ ହେବା ସହ ତାଙ୍କୁ ଅପରାଧରୁ ମୁକ୍ତି ମିଳିଯାଏ । ଏହି ମୃତ୍ୟୁ ଦଣ୍ଡାଦେଶର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି । କେଉଁଠି ବିଦ୍ୟୁତ ଚେୟାର ବ୍ୟବହାରା କରା ଯାଉଥିବା ବେଳେ କେଉଁଠି ଗୁଳି କରି ତ ଆଉ କେଉଁଠି ବିଷ ଇଞ୍ଜେକସନ ଦେଇ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆ ଯାଇଥାଏ କିନ୍ତୁ ଭାରତ ଭଳି ଅନେକ ଦେଶରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା କଏଦୀଙ୍କୁ ଫାଶୀ ଦିଆଯାଏ ।

ଏହି ଫାଶୀ ପ୍ରକ୍ରିୟାରେ ଜହ୍ଳାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରନ୍ତି । କୋର୍ଟରେ ଯେତେବେଳେ କୌଣସି ଅପରାଧୀ ବିରୋଧରେ ବିଚାରପତି ମୃତ୍ୟୁଦଣ୍ଡ ବିଧାନ କରନ୍ତି ସେତେବେଳେ ଏ ସମ୍ପର୍କିତ ରାୟର ଫାଇଲରେ ଦସ୍ତଖତ କରିବା ସହ କଲମର ମୁନ ଭାଙ୍ଗି ଦିଅନ୍ତି । ଏହାପରେ ଉକ୍ତ କଏଦୀଙ୍କୁ ଫାଶୀ ତାରିଖ ଓ ସମୟ ତଥା ଡେଥ୍ ୱାରେଣ୍ଟ ବା ବ୍ଲାକ ୱାରେଣ୍ଟ ପାଇଁ ଅପେକ୍ଷା କରିବାକୁ ପଡିଥାଏ ।

ଏହି ୱାରେଣ୍ଟ ଆସିବା ପର୍ଯ୍ୟନ୍ତ କଏଦୀଙ୍କୁ ଡୋର ନଥିବା ପ୍ଯାଣ୍ଟ ପିନ୍ଧିବାକୁ ଦିଆଯାଏ ଓ ତା’ ଉପରେ ସବୁବେଳେ ସୁରକ୍ଷାକର୍ମୀ ନଜର ରଖିଥାନ୍ତି । ଫାଶୀର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଦୋଷୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଏ । ଏହି ସମୟରେ ଫାଶୀ ଦଉଡି ପ୍ରସ୍ତୁତ କରାଯିବା ସହ କଏଦୀଙ୍କ ଓଜନର ଡମି ବା ପୁତୁଳା ସହ ଅଭ୍ଯାସ କରା ଯାଇଥାଏ ।

ଫାଶୀ ଦିନ କଣ ହୁଏ ?

ପ୍ରଥମେ କଏଦୀଙ୍କୁ ସାଧାରଣ ସେଲରୁ ଡେଥ୍ ସେଲକୁ ସ୍ଥାନାନ୍ତର କରାଯାଏ । ଫାଶୀ ଦିନ କଏଦୀଙ୍କୁ ଭୋରରୁ ସ୍ନାନ କରି କଳା ରଙ୍ଗର ନୂଆ ପୋଷାକ ପିନ୍ଧିବାକୁ ଦିଆଯାଏ ଓ ଚା’ ଜଳଖିଆ ମଧ୍ୟ ଦିଆଯାଏ । ଏହାପରେ ତାଙ୍କ ହାତକୁ ପଛପଟୁ ବାନ୍ଧି ଫାଶୀ ଖୁଣ୍ଟକୁ ନିଆଯାଏ । ଫାଶୀ ଦେବା ପୂର୍ବରୁ ଦୋଷୀଙ୍କ ହାତ ସହ ଗୋଡ ମଧ୍ୟ ବାନ୍ଧି ଦିଆଯାଏ  ଓ ମୁହଁରେ କଳାପଟି ମଧ୍ୟ ବନ୍ଧାଯାଏ । ଜେଲ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ସୁରକ୍ଷାକର୍ମୀ ମାନେ କଏଦୀଙ୍କୁ ଫାଶୀ କୋଠରୀକୁ ଆଣିଥାନ୍ତି ।

ଫାଶୀ ଦେବା ସମୟରେ ସେହି ସ୍ଥାନରେ କେବଳ ଜେଲ ଅଧିକ୍ଷକ, ମେଡିକାଲ ଅଫିସର ଏବଂ ମାଜିଷ୍ଟ୍ରେଟ ଉପସ୍ଥିତ ରୁହନ୍ତି । ଏହାପରେ କଏଦୀଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ଡେଥ୍ ୱାରେଣ୍ଟ ମଧ୍ୟ ପଢି ଶୁଣାଯାଏ । ପୂର୍ବରୁ କଏଦୀ ସେହି ବ୍ଲାକ ୱାରେଣ୍ଟରେ ଦସ୍ତଖତ କରିଥାନ୍ତି ।

ଫାଶୀ ପୂର୍ବରୁ କଏଦୀଙ୍କୁ ତାଙ୍କ ଶେଷ ଇଚ୍ଛା ପଚାରି ଜେଲ୍ ମାନୁଆଲ ଅନୁସାରେ ତାହା ପୂରଣ କରାଯାଏ । ଫାଶୀ କେବଳ ସକାଳ ସମୟରେ ହିଁ ଦିଆଯାଏ ଓ ଦୋଷୀଙ୍କ ନିକଟରେ କେବଳ ଜହ୍ଳାଦ ହିଁ ରୁହନ୍ତି । ଫାଶୀ ସମୟରେ ଜେଲର ପୁରା କାମ ବନ୍ଦ ରୁହେ ଓ ଫାଶୀ ଦେବା ବେଳେ କେହିବି କଥାବାର୍ତ୍ତା କରନ୍ତି ନାହିଁ ।

କାନରେ କଣ କୁହନ୍ତି ଜହ୍ଳାଦ ?

ଫାଶୀର ଠିକ ପୂର୍ବରୁ ଜହ୍ଳାଦ କଏଦୀଙ୍କ ନିକଟକୁ ଯାଇ ତାଙ୍କ କାନରେ କୁହନ୍ତି ଯେ, “ମୋତେ କ୍ଷମା କର ମୁଁ ଜଣେ ସରକାରୀ କର୍ମଚାରୀ । ମୁଁ ଆଇନ ଦ୍ଵାରା ବନ୍ଧା ।” ଏହାପରେ ଅପରାଧୀ ହିନ୍ଦୁ ହୋଇଥିବେ ତାଙ୍କୁ ‘ରାମ ରାମ’ କୁହନ୍ତି ଏବଂ ମୁସଲିମ ହୋଇଥିଲେ ତେବେ ଶେଷ ଥର ପାଇଁ ସଲାମ ଜଣେଇଥାନ୍ତି । ଏହା କହିବା ପରେ ସେ ଲିଭରକୁ ଟାଣି ଦିଅନ୍ତି ଓ ଦୋଷୀଙ୍କ ଜୀବନ ଯିବା ଯାଏଁ ତାଙ୍କୁ ଟାଙ୍ଗୀ ରଖନ୍ତି ।

ତା’ପରେ ମୃତ ଶରୀରକୁ ତଳକୁ ଆଣି ଡାକ୍ତର ନାଡି ପରୀକ୍ଷା କରନ୍ତି । ମୃତ୍ୟୁ ନିଶ୍ଚିତ ହେବା ପରେ ଆବଶ୍ୟକ ପ୍ରକ୍ରିୟା ସମାପ୍ତ ହୁଏ ଏବଂ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।