ଘରକୁ ବାରମ୍ବାର ବିଲେଇ ଆସୁଥିଲେ କଣ ମିଳିଥାଏ ସଙ୍କେତ, ଶୁଭ ନା ଅଶୁଭ !

ଆଜିର ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଥିଲେ ମଧ୍ୟ ଏମିତି କିଛି ପ୍ରାଚୀନ ପ୍ରଥା ରହିଛି ଯାହାକୁ ସମସ୍ତେ ଏବେବି ପାଳନ କରିଥାନ୍ତି । ବହୁ ପୁରାତନ କାଳରୁ ଆମ ସମାଜରେ ଶୁଭ ଏବଂ ଅଶୁଭର ମାନ୍ୟତା ରହିଛି । ରାସ୍ତାରେ ଯିବାବେଳେ ଆପଣ ଅନେକ ଥର ଦେଖିଥିବେ ବିଲେଇ ଯଦି କାହାର ରାସ୍ତା କାଟି ଯାଏ ତେବେ ସେହି ବ୍ୟକ୍ତି କିଛି ସମୟ ରହି ତା’ପରେ ଯାଆନ୍ତି, କାରଣ ଏହାଦ୍ବାରା କିଛି ଅଶୁଭ ହେବ ବୋଲି ବିଶ୍ବାସ ରହିଛି । ତେବେ ଶାସ୍ତ୍ର ଅନୁସାରେ ଏହାର ପ୍ରକୃତ ଅର୍ଥ କଣ ଆସନ୍ତୁ ଜାଣିବା ।

ହିନ୍ଦୁ ଧର୍ମଶାସ୍ତ୍ରରେ ଏବଂ ଗୀତାରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ବିଲେଇ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି । ବିଲେଇ ଏକ ଗୃହପାଳିତ ପଶୁ ଏବଂ ଅନେକ ଲୋକ ବିଲେଇ ରଖିବାକୁ ପସନ୍ଦ କରନ୍ତି । ଶାସ୍ତ୍ରର ଅନୁସାରେ ବିଲେଇ ଯଦି ଆମ ରାସ୍ତାର ବାମ ପାର୍ଶ୍ଵରୁ ଡାହାଣ ପାର୍ଶ୍ଵକୁ ଯାଇଥାଏ ତେବେ ଏହା ଆପଣଙ୍କ ଯାତ୍ରା ପାଇଁ ବହୁତ ଅଶୁଭ ବୋଲି ମାନା ଯାଇଥାଏ । କିନ୍ତୁ ବିଲେଇ ଯଦି ଡାହାଣ ପାର୍ଶ୍ଵରୁ ବାମ ପାର୍ଶ୍ଵକୁ ଆସିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

ଏହାର କାରଣ ହେଉଛି ଆମ ଶାସ୍ତ୍ରରେ କୁକୁର ପରି ବିଲେଇର ମଧ୍ୟ ଷଷ୍ଠ ଇନ୍ଦ୍ରିୟ ଖୁବ ବିକଶିତ ବୋଲି ମାନାଯାଏ । ଯାହାଫଳରେ ବିଲେଇ ଭବିଷ୍ୟତରେ ହେବାକୁ ଥିବା ଘଟଣା ଓ ଅଘଟଣ ବିଷୟରେ ଜାଣି ପାରିଥାନ୍ତି । ଯାହା ପାଇଁ ସେମାନେ ବ୍ୟକ୍ତିଙ୍କୁ ସତର୍କ ହେବାକୁ ସଙ୍କେତ ଦେଇଥାନ୍ତି । ଯାହାର ଆଜିବି ମାନ୍ୟତା ରହିଛି ।

ଏହାସହ ଶକୁନ ବିଚାର ଓ ତନ୍ତ୍ରମନ୍ତ୍ର ବିଜ୍ଞାନରେ ମଧ୍ୟ ବିଲେଇକୁ ଏକ ମହତ୍ ପ୍ରାଣୀ ବୋଲି ମାନା ଯାଇଥାଏ । ଏଥିପାଇଁ ବିଲେଇ ଯଦି ଘରକୁ ଆସି କାନ୍ଦିବାର ଦେଖାଯାଏ ତେବେ ନିଶ୍ଚିତ ଭାବେ କୌଣସି ବଡ ଅଘଟଣ ଘଟିବାର କିମ୍ବା ଘରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବାର ସୂଚନା ଦେଇଥାଏ । ଏହାସହ ଯଦି ଦୁଇଟି ବିଲେଇ ଘରେ କଳି କରିବାର ଦେଖୁଛନ୍ତି ତେବେ ଆପଣଙ୍କର ମଧ୍ୟ କାହା ସହ ଝଗଡା ହେବାର ଥାଏ ।

ଠିକ ସେହିପରି ଯଦି ଦୀପାବଳି ରାତିରେ ଘରକୁ ବିଲେଇ ଆସିଥାଏ ତେବେ ଏହାକୁ ଶୁଭ ବୋଲି ମାନା ଯାଇଥାଏ । କାରଣ ମାନ୍ୟତା ରହିଛି କି ଏହିଦିନ ଘରକୁ ବିଲେଇ ଆସିଲେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ।

ଯଦି ବିଲେଇ ଆପଣଙ୍କ ଘରେ କିମ୍ବା ଘରର ଆଖପାଖରେ ଛୁଆ ଜନ୍ମ ଦିଏ ତେବେ ତାହ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ । ଯଦି ଆପଣ ଶୋଇବା ସମୟରେ ବିଲେଇ ଆସି ଆପଣଙ୍କ ପାଦ ଚାଟିବାର ଦେଖନ୍ତି ତେବେ ଏହା ଆପଣ କୌଣସି ସରକାରୀ ମାମଲାରେ ଫସିବାର ସଙ୍କେତ ଦେଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ମଧ୍ୟ ସଙ୍କେତ ଦେଇଥାଏ ।

ତେଣୁ ଆପଣ ପୂର୍ବରୁ ସତର୍କ ରୁହନ୍ତୁ ଓ ଏହାର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଘରେ ସତ୍ୟ ନାରାୟଣ ପୂଜାର ଆୟୋଜନ କରନ୍ତୁ । ଦେଖିବେ ଘରୁ ସବୁ ଅଶୁଭ ପ୍ରଭାବ ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।