ବିବାହିତଙ୍କ ପାଇଁ ଖୁସି ଖବର, ଏଥର ପତି-ପତ୍ନୀଙ୍କୁ ମାସିକ 18,500 ଟଙ୍କା ଦେବେ କେନ୍ଦ୍ର ସରକାର, ଏହି ଯୋଜନାର ଲାଭ କେମିତି ଉଠାଇବେ ?

ବିବାହିତ ଲୋକଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅନୁଯାୟୀ ଲୋକଙ୍କୁ ଅନେକ ସୁବିଧା ମିଳିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଏଭଳି ଅନେକ ଯୋଜନା ରହିଛି ଯେଉଁଥିରେ ଲୋକଙ୍କୁ ପ୍ରତିମାସରେ ଟଙ୍କା ମିଳୁଛି । ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ଠିକ ସେହିଭଳି ଏକ ଯୋଜନା ଅଟେ । ଏହି ଯୋଜନାରେ ମଧ୍ୟ ଆପଣଙ୍କୁ ପ୍ରତ୍ଯେକ ମାସରେ କିଛି ଟଙ୍କା ମିଳିବ । 2023 ମାର୍ଚ୍ଚ 31 ଯାଏଁ ଏହି ଯୋଜନାର ଲାଭ ଆପଣ ଉଠାଇ ପାରିବେ ।

ତେବେ ଏହା ଏକପ୍ରକାରର ପେନସନ ଯୋଜନା, ଯେଉଁଥିରେ ପତି-ପତ୍ନୀଙ୍କୁ ପ୍ରତ୍ଯେକ ମାସରେ 18,500 ଟଙ୍କା ମିଳିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଜନାରେ ଟଙ୍କା ନିବେଶ କରିବା ଏକଦମ ସୁରକ୍ଷିତ । 10 ବର୍ଷ ପରେ ସଂପୂର୍ଣ୍ଣ ସୁଧ ସହ ଆପଣ ନିଜ ଟଙ୍କା ଫେରିପାଇବେ । ପତି-ପତ୍ନୀ ଯଦି ଏହି ଯୋଜନାରେ 15 ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ସମୁଦାୟ 30 ଲକ୍ଷ ଟଙ୍କା ଉପରେ 7.4 ପ୍ରତିଶତ ସୁଧ ମିଳିବ । ଏ

ହି ରାଶି ଉପରେ ଆପଣ ବାର୍ଷିକ 2 ଲକ୍ଷ 22 ହଜାର ଆୟ କରିପାରିବେ । ଯଦି ଏହି ସୁଧା ଟଙ୍କାକୁ ମାସ ହିସାବରେ ବଣ୍ଟାଯାଏ ତେବେ ମାସରେ ଜଣଙ୍କୁ 18,500 ଟଙ୍କା ମିଳିବ । ପେନସନ ଭାବେ ଏହି ରାଶି ଆପଣଙ୍କ ବ୍ଯାଙ୍କ ଖାତାକୁ ଆସିଯିବ । ଯଦି ପତି-ପତ୍ନୀଙ୍କ ମଧ୍ୟରୁ କେବଳ ଜଣେ ଏହି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅଧିକତମ 15 ଲକ୍ଷ ଟଙ୍କା ଏଥିରେ ଆପଣ ନିବେଶ କରିପାରିବେ ।

ଯେଉଁଥିରେ ଆପଣଙ୍କୁ 1 ଲକ୍ଷ 11 ହଜାର ଟଙ୍କା ଅର୍ଥାତ ମାସିକ 9,250 ଟଙ୍କା ମିଳିବ । ଏହି ଯୋଜନାର ଅବଧି 10 ବର୍ଷ ଯାଏଁ ରଖାଯାଇଛି । 10 ବର୍ଷ ପାଇଁ ଆପଣ ଏହି ଯୋଜନାରେ ଟଙ୍କା ନିବେଶ କରିବେ । ଯଦି ଆପଣ ଠିକ ସମୟରେ ଏହି ଯୋଜନାରେ 10 ବର୍ଷ ପାଇଁ ଟଙ୍କା ରଖୁଛନ୍ତି ତେବେ 10 ବର୍ଷ ପୂରିବା ପରେ ଆପଣଙ୍କୁ ଏହି ଟଙ୍କା ସଂପୂର୍ଣ୍ଣ ମିଳିଯିବ ।

ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିକଟସ୍ଥ କୌଣସି କମନ୍ ସର୍ଭିସ ସେଣ୍ଟରକୁ ଯାଇ ଯାଞ୍ଚ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।