ଇଏ ହେଉଛନ୍ତି ଭାରତର ସବୁଠୁ ଅଧିକ ପାଠୁଆ ବ୍ୟକ୍ତି, 42 ୟୁନିଭର୍ସିଟିରେ ପାଠ ପଢି ହାସଲ କରିଛନ୍ତି 20 ରୁ ଅଧିକ ଡିଗ୍ରୀ !

ଆଜି ଆମେ ଆପଣଙ୍କୁ ଭାରତର ସବୁଠୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯିଏ 40 ରୁ ଅଧିକ ୟୁନିଭର୍ସିଟିରେ ପାଠ ପଢିବା ସହ ଏକାସାଙ୍ଗେ 20 ରୁ ଅଧିକ ଡିଗ୍ରୀ ହାସଲ କରିଛନ୍ତି । ସେ ଲିମକା ବୁକ୍ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି । ପଢିବାର ଇଚ୍ଛାଶକ୍ତି ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଆଣି ଦେଇଥିଲା । ଏକାଧାରାରେ ସେ ଜଣେ ଡାକ୍ତର, ଆଇପିଏସ, ଆଇଏଏସ, ଆଇନଜୀବୀ, ଏମବିଏ, ବିଧାୟକ, ପିଏଚଡ଼ି, ଅଭିନେତା, ଚିତ୍ରକାର ଏବଂ ଫଟୋଗ୍ରାଫର ଭଳି 20ଟି ଡିଗ୍ରୀ ହାସଲ କରିଛନ୍ତି ।

ତେବେ ଭାରତର ଏହି ମହାନ ଜ୍ଞାନୀ ବ୍ୟକ୍ତିଙ୍କ ନାମ ହେଉଛି ଶ୍ରୀକାନ୍ତ ଜିଚକର । ଶ୍ରୀକାନ୍ତ ଭାରତର ସବୁଠାରୁ ଯୋଗ୍ୟ ଏବଂ ପାଠୁଆ ବ୍ୟକ୍ତି ଭାବେ ମାନ୍ୟତା ପାଇଛନ୍ତି । ସେ ଏକମାତ୍ର ବ୍ୟକ୍ତି ଯିଏକି 20ଟି ପ୍ରମୁଖ ଡିଗ୍ରୀ ହାସଲ କରି ଲିମକା ବୁକ୍ ଅଫ ରେକର୍ଡରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି । ଯୁବ ବୟସରେ ପାଠ ପଢିବାକୁ ଲୋକଙ୍କୁ ଖୁବ କଷ୍ଟ ଲାଗିଥାଏ ।

କିନ୍ତୁ ଶ୍ରୀକାନ୍ତ ସେହି ସମୟରେ ମୋବାଇଲ, କମ୍ପ୍ୟୁଟର ଓ ଇଣ୍ଟରନେଟର କୌଣସି ସୁବିଧା ନଥାଇ ମଧ୍ୟ ସଫଳତାର ସହ 20ଟି ଡିଗ୍ରୀ ନିଜ ନାଁରେ କରିଥିଲେ । ସେହି ମହାନ ବିଦ୍ଵାନ ବ୍ୟକ୍ତି ଆଜି ଆମ ଗହଣରେ ନଥିଲେ ମଧ୍ୟ ଆଜିର ଯୁବସମାଜ ପାଇଁ ସେ ଏକ ପ୍ରେରଣା । ସ୍ଵାଧୀନତାର 7 ବର୍ଷ ପରେ 14 ସେପ୍ଟେମ୍ବର 19554 ରେ ଡାକ୍ତର ଶ୍ରୀକାନ୍ତ ଜିଚକର ମହାରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ନିକଟସ୍ଥ ଅଜଗାଓଁ ର ଏକ ଧନୀ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ଶ୍ରୀକାନ୍ତଙ୍କର ପୁସ୍ତକ ପ୍ରତି ଏତେ ଆଗ୍ରହ ଥିଲା ଯେ ସେ ନିଜ ବ୍ୟକ୍ତିଗତ ଲାଇବ୍ରେରୀରେ ପ୍ରାୟ 52 ହଜାରରୁ ଅଧିକ ପୁସ୍ତକ ରଖିଥିଲେ । ଶ୍ରୀକାନ୍ତ 1980 ରେ ଜଣେ ବିଧାୟକ ହୋଇଥିଲେ ଏବଂ ବିଧାନସଭାରେ ତାଙ୍କ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ ନେଇଥିଲେ । ସେତେବେଳେ ଶ୍ରୀକାନ୍ତଙ୍କ ବୟସ ମାତ୍ର 25 ବର୍ଷ ହୋଇଥିଲା ।

ତେଣୁ ଶ୍ରୀକାନ୍ତ ସର୍ବ କନିଷ୍ଠ ବିଧାୟକ ଭାବେ ମଧ୍ୟ ପରିଚିତ । ଶ୍ରୀକାନ୍ତ ନିଜେ ପାଠ ପାଢୀ ଜ୍ଞାନ ଆହରଣ କରିବା ସହ ସାରା ଦେଶ ବୁଲି ଜ୍ଞାନ ବାଣ୍ଟୁଥିଲେ । ଏହା ବ୍ଯତୀତ ସେ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ସମ୍ବନ୍ଧୀୟ ବିଷୟରେ ଲୋକଙ୍କୁ ଅବଗତ କରାଉଥିଲେ । ଯାହାକି ଶ୍ରୀକାନ୍ତଙ୍କ ମହାନତାକୁ ଦର୍ଶାଏ ।

କାରଣ ଜ୍ଞାନ ହାସଲ କରିବା ଓ ଜ୍ଞାନ ବାଣ୍ଟିବା ହିଁ ଶ୍ରୀକାନ୍ତଙ୍କ ଜୀବନର ଲକ୍ଷ୍ୟ ଥିଲା । ଏନେଇ ସେ ବହୁତ ଉତ୍ସାହିତ ମଧ୍ୟ ରହୁଥିଲେ । ତେବେ 2004 ମସିହାରେ ଏକ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଶ୍ରୀକାନ୍ତ ।

ହେଲେ ଏବେବି ଜଣେ ଜ୍ଞାନୀ ଏବଂ ବିଦ୍ଵାନ ବ୍ୟକ୍ତି ଭାବେ ଲୋକେ ତାଙ୍କୁ ମନେ ରଖିଛନ୍ତି । ଯାହାଙ୍କୁ ଆମେ ଭାରତର ସବୁଠୁ ଅଧିକ ଯୋଗ୍ୟ ବ୍ୟକ୍ତି ଭାବେ ଚିହ୍ନିଥାଉ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।