ଲ୍ୟାଣ୍ଡଫଲ ବେଳେ ଧ୍ବଂସଲୀଳା ରଚିଲା ବାତ୍ୟା ‘ମାଣ୍ଡୋସ’, ଶୋଚନୀୟ ରହିଛି ବାତ୍ୟା ପରର ଦୃଶ୍ୟ, ଦେଖନ୍ତୁ video

ବାତ୍ୟା ମାଣ୍ଡୋସ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି । ବାତ୍ୟା ମାଣ୍ଡୋସ ର ପ୍ରଭାବରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଲ୍ୟାଣ୍ଡଫଲ ବେଳେ ଚେନ୍ନାଇ ସମେତ ତାମିଲନାଡୁର ବିଭିନ୍ନ ସ୍ଥାନରେ କରାଳ ରୂପ ଦେଖାଇଥିଲା ବାତ୍ୟା ମାଣ୍ଡୋସ । ବାତ୍ୟାର ପ୍ରଭାବ ଏତେ ଥିଲା ଯେ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ରାସ୍ତା ଅବରୋଧ ହୋଇଛି ଓ ଘର ଦୋକାନ ଆଦି ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏତିକି ବେଳେ ତାମିଲନାଡୁର ଏକ ପେଟ୍ରୋଲ ପମ୍ପର ଦୃଶ୍ୟ ସାମ୍ନାକୁ ଆସିଛି ।

ଯେଉଁଠି ବାତ୍ୟା ମାଣ୍ଡୋସ ର ପ୍ରଭାବରେ ଖୁବ କ୍ଷତି ଘଟିଥିବା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ପେଟ୍ରୋଲ ପମ୍ପଟି ଏକଦମ ଭାଙ୍ଗିରୁଜି ଯାଇଛି ଏବଂ ବାତ୍ୟାର ପ୍ରଭାବ କମିବା ପରେ କର୍ମଚାରୀ ମାନେ ଏହାକୁ ସଜାଡିବାରେ ଲାଗି ପଡିଛନ୍ତି । ଏହାସହ ରାସ୍ତାରେ ସ୍ଥାନେ ସ୍ଥାନେ ବଡ ବଡ ଗଛ ସବୁ ମଧ୍ୟ ଉପୁଡି ପଡିଛି । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେବାସହ ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିଛି ।

ମାଣ୍ଡୋସ ପ୍ରଭାବରେ ଚେନ୍ନାଇର ମେରାଇନ ଡ୍ରାଇଭ ରୋଡରେ ତୀବ୍ରଗତିରେ ପବନ ବୋହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ରାତି ପ୍ରାୟ ସାଢେ ଗୋଟାଏ ସମୟରେ ତାମିଲନାଡୁ ମବଲାପୁରମ ନିକଟରେ ସ୍ଥଳଭ ଛୁଇଁଥିଲା ବାତ୍ୟା ମାଣ୍ଡୋସ । ପ୍ରାୟ ଏକ ଘଣ୍ଟା ଧରି ମାଣ୍ଡୋସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିଥିଲା । ଲ୍ୟାଣ୍ଡଫଲ ପରେ ଏହା କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇଥିବା ସୂଚନା ମିଳିଛି ।

ଆଗାମୀ କିଛି ଘଣ୍ଟା ମଧ୍ୟରେ ବାତ୍ୟା ଆହୁରି ଦୁର୍ବଳ ହୋଇଯିବ ଏବଂ ଆଜି ମଧ୍ୟାହ୍ନ ସୁଦ୍ଧା ଏହା ଅବପାତରେ ପାଇରଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଏବଂ ଏହା ଯୋଗୁଁ ପବନର ବେଗ ଘଣ୍ଟାପ୍ରତି 55 ରୁ 65 କିମି ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ପବନର ବେଗ କମି ଘନତପରତି 30 ରୁ 40 କିମି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବାତ୍ୟା ମାଣ୍ଡୋସ ପ୍ରଭାବରେ ଗତକାଲି ରାତିରୁ ହିଁ ଚେନ୍ନାଇ ଓ କେରଳ ସମେତ ବହୁ ସ୍ଥାନରେ ବର୍ଷା ପବନ ହେବାସହ ଖୁବ କ୍ଷୟକ୍ଷତି ଘଟିଥିବା ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।