Prerana ଙ୍କୁ ନେବାକୁ କୋଟିଏ ଟଙ୍କାର କାର୍ ରେ ଆସିଲେ Aswini, ଯାତ୍ରୀ ହୋଇ ଖୁବ ଠୁମକା ଲଗେଇଲେ ଓଲିଉଡର ଏହିସବୁ କଳାକାର, ଦେଖନ୍ତୁ video

ବୈଦିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ସାତ ଜନ୍ମର ସାଥି ହୋଇଛନ୍ତି ଓଲିଉଡର ଏହି ପ୍ରେମୀଯୁଗଳ । ପରସ୍ପରକୁ ବରଣମାଳା ପିନ୍ଧାଇବା ସହ ପ୍ରେରଣାଙ୍କ ମଥାରେ ସିନ୍ଦୂର ଦେଇ ସବୁଦିନ ପାଇଁ ତାଙ୍କୁ ନିଜର କରି ନେଇଛନ୍ତି ଅଶ୍ଵିନୀ । ପ୍ରେମର ରାସ୍ତାରେ ଚାଲୁ ଚାଲୁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଅଶ୍ଵିନୀ ଓ ପ୍ରେରଣା । ଓଡିଆ ଚଳଚ୍ଚିତ୍ର ଜଗତରେ ବହୁ ପରିଚିତ ଚେହେରା ଅଟନ୍ତି ଉଭୟ ଅଶ୍ଵିନୀ ଏବଂ ପ୍ରେରଣା । ଦୁଇଜଣଙ୍କ ଦୀର୍ଘ ବର୍ଷର ପ୍ରେମ କାହାଣୀ ଗତକାଲି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

କନ୍ୟାକୁ ନେବା ପାଇଁ ରୋଷଣୀ ବଜେଇ କନ୍ୟା ଘରେ ଆସି ପହଞ୍ଚିଥିଲେ ଅଶ୍ଵିନୀ । ବରଯାତ୍ରୀ ବେଶ ଧୁମଧାମରେ ନାଚ ନାଚି ଖୁସି ମଜାରେ ଅଶ୍ଵିନୀଙ୍କ ସହ ଆସି ପହଞ୍ଚିଥିଲେ । ଅଶ୍ଵିନୀ ଓ ପ୍ରେରଣାଙ୍କ ବାହାଘରରେ ଓଲିଉଡର ଅନେକ ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ ଓ ସଙ୍ଗୀତଜ୍ଞ ମାନେ ଯୋଗ ଦେଇଥିଲେ । ପପୁ ପମପମ୍ ଙ୍କ ଭଳି ଆଗଧାଡିର ହାସ୍ୟ ଅଭିନେତା ମଧ୍ୟ ଅଶ୍ଵିନୀଙ୍କ ବରଯାତ୍ରୀରେ ଧୁମ ନାଚ କରୁଥିବାର ଦେଖିବାକୁ ମିଳିଛି ।

ଏହାସହ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ପ୍ରଜ୍ଞା ଆଦି ଓଲିଉଡର ଆଗଧାଡିର ଗାୟକ ଓ ଗାୟିକାମାନେ ଖୁବ ଠୁମକା ଲଗାଉଥିବାର ନଜର ଆସିଥିଲେ । ତେବେ ଅଶ୍ଵିନୀ ରଜାପୁଅ ଭଳି ଏକ ଧଳା ରଙ୍ଗର ଭିଣ୍ଟେଜ ଗାଡିରେ ବରଯାତ୍ରୀଙ୍କ ସହ ପ୍ରେରଣାଙ୍କ ଘରେ ଯାଇ ପହଞ୍ଚିଥିଲେ । ବର ବେଶରେ ସେ ଖୁବ ସୁନ୍ଦର ଲାଗୁଥିଲେ । ଅଶ୍ଵିନୀଙ୍କ ବାଟ ବରଣୀ ହେବା ପରେ ପ୍ରେରଣାଙ୍କ ଭାଇମାନେ ତାଙ୍କୁ ନେଇ ବେଦି ଉପରେ ବସାଇଥିଲେ ।

ତା’ପରେ ଆରମ୍ଭ ହୋଇଥିଲା ବିବାହ କର୍ମ । ଶାଳୀମାନେ ଅଶ୍ଵିନୀଙ୍କ ସହ ଥଟ୍ଟାମଜା କରିବା ସହ ତାଙ୍କୁ ରସଗୋଲା ଖୁଆଇଥିଲେ । ହାତଗଣ୍ଠି ପଡିବା ପରେ ଉଭୟଙ୍କ ବିବାହ କର୍ମ ସମ୍ପନ୍ନ ହୋଇଥିଲା । ଲଭ ଗୁରୁ ନାମରେ ଜଣାଶୁଣା ଅଶ୍ଵିନୀ ଅନ୍ୟମାନଙ୍କୁ ଲଭ ଟିପ୍ସ ଦେଉ ଦେଉ ପ୍ରେମର ରାସ୍ତାରେ ନିଜେ ସଫଳତା ପାଇଛନ୍ତି । ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଶ୍ଵିନୀ ଏବଂ ପ୍ରେରଣା । ଦୀର୍ଘ 8 ବର୍ଷ ର ଭଲପାଇବା ପରେ ଉଭୟ ସ୍ଵାମୀ ସ୍ତ୍ରୀ ହୋଇ ଯାଇଛନ୍ତି ।

ମଞ୍ଚ ଉପରେ ଅଶ୍ଵିନୀ ଓ ପ୍ରେରଣାଙ୍କ କେମିଷ୍ଟ୍ରିକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ ସେମାନେ ବି ପରସ୍ପରକୁ ମନ ଦେଇ ବସିଥିଲେ । ଆଉ ସେହି ବନ୍ଧୁତା ଓ ପ୍ରେମ ଆଜି ବିବାହାର ରୂପ ନେଇ ସାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।