10 ମିନିଟ ର ସୁଖ ପାଇଁ ଜୀବନସାରା ଦୁଃଖ ଭୋଗିବାକୁ ପଡୁଛି, ସୁଖ ଭୋଗ ସରିଗଲା ପରେ ପିଲାମାନେ… କାହିଁକି ଏମିତି କହିଲେ Voice Over Artist Liza ?

ମାନନୀୟ ସୁପ୍ରିମକୋର୍ଟ ଲିଭ-ଇନ ରିଲେସନସିପକୁ ସ୍ବୀକୃତି ଦେବା ପରେ ଆଜିର ଯୁବପିଢି ଏହାର ଭୁଲ ଫାଇଦା ଉଠାଉଛନ୍ତି । ଯାହାର ଫଳସ୍ଵରୂପ ଦେଶରେ ଅନେକ ହତ୍ୟା, ଆତ୍ମହତ୍ୟା ଓ ପ୍ରତାରଣା ମାମଲା ଦେଖିବାକୁ ମିଳୁଛି । ଏହି ବିଷୟକୁ ନେଇ ଓଡିଶାର ଭଏସ ଓଭର ଆର୍ଟିଷ୍ଟ ଲିଜା ଆଜିର ଯୁବପିଢିଙ୍କୁ ଆଇନା ଦେଖାଇବା ସହ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଉପଦେଶ ଦେଇଛନ୍ତି । ସେ କହିଛନ୍ତି କି, ବର୍ତ୍ତମାନ ଦୀର୍ଘ କିଛି ମାସ ଧରି ବ୍ରହ୍ମପୁରର କେ. ଦୀପିକା ନ୍ୟାୟ ପାଇଁ ପ୍ରେମିକ ଦିନେଶଙ୍କ ଘର ଆଗରେ ବସି ରହୁଛନ୍ତି ।

ଆଉ ଦୀପିକା ଏଭଳି କରି କେବଳ ଲୋକହସା ହେଉଛନ୍ତି ଓ ନିଜ ଭବିଷ୍ୟତ ନଷ୍ଟ କରୁଛନ୍ତି ବୋଲି ଲିଜା କହିଛନ୍ତି । କାରଣ ପ୍ରଥମତଃ ସେ ଭାରତୀୟ ସଂସ୍କୃତି ବିରୋଧରେ ଯାଇ ବିବାହ ପୂର୍ବରୁ ଲିଭ-ଇନରେ ରହିଲେ ଏବଂ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଗର୍ଭବତୀ ହୋଇ ପିଲା ଏତେ ବଡ ହେବା ପରେ ଏବେ ରାସ୍ତା ଉପରେ ବସି ତାମସା କରୁଛନ୍ତି । ସେ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳୁ ହିଁ ତାଙ୍କୁ କିଛି କରିବାର ଥିଲା । କିନ୍ତୁ ସେ ଦିନେଶଙ୍କ ବିରୋଧରେ ରେପ୍ କେସ୍ ଦେଇ ମାମଲା ବିଗାଡି ଦେଲେ ।

ଦିନେଶଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ବୋଲି ସୋସିଆଲ ମିଡିଆ ସାରା ପ୍ରମାଣ ବୁଲୁଛି । ସେ ନିଜ ସ୍ବଇଚ୍ଛାରେ ଦିନେଶଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେବା ପରେ ରେପ୍ କେସ୍ ଦେବା ଉଚିତ ନଥିଲା । ଏହାପରେ ବି ସେ ଗୋଟେ ପରେ ଗୋଟେ ଭୁଲ କରି ଚାଲିଛନ୍ତି । ଭାରତୀୟ ସଂସ୍କୃତିରେ ସିନ୍ଦୁରର ମହତ୍ଵ ଖୁବ ବେଶୀ । ଆଉ ସେ ମଥାରେ ସିନ୍ଦୁର ଲଗେଇ ଦିନେଶଙ୍କ ପତ୍ନୀ ହେବାକୁ ଦାବି କରି ତାଙ୍କ ଘର ସାମ୍ନାରେ ବସିବା ଉଚିତ ହେଉନାହିଁ ।

ନିଜ ଭୁଲକୁ ସ୍ଵୀକାର କରି ସ୍ଵାଭିମାନର ସହ ସେ ଯଦି ଘରେ ରହିଥାନ୍ତେ ଏବଂ ନିଜ ଗୋଡରେ ନିଜେ ଠିଆ ହୋଇଥାନ୍ତେ ତେବେ ସମୟ ତାଙ୍କୁ ନ୍ୟାୟ ଦେଇଥାନ୍ତା । ଦିନେଶ ର ବ୍ୟବହାରରୁ ଜଣାପଡୁଛି କି ସେ ଜମା ବି ଭଲ ପିଲା ନୁହେଁ । ଏଭଳି ପିଲା ପଛରେ କଣ ପାଇଁ ନିଜ ଇଜ୍ଜତ ହାରୁଛନ୍ତି ଦୀପିକା ବୋଲି ଲିଜା ପ୍ରଶ୍ନ କରିଛନ୍ତି । ଦୀପିକା ଓ ତପସ୍ଵିନୀଙ୍କ ଭଳି ଅନେକ ମାମଲା ସାମ୍ନାକୁ ଆସିଛି । ନିକଟରେ ଦିଲ୍ଲୀର ଶ୍ରଦ୍ଧା ଓ ଅଫତାବଙ୍କ କେସ୍ ଆଜିର ଯୁବପିଢିଙ୍କୁ ସତର୍କ କରିବା ପାଇଁ ଯଥେଷ୍ଟ ।

ବାପାମା’ଙ୍କ ବାରଣ ସତ୍ତ୍ୱେ ଅଫତାବ ସହ ରହି ଶ୍ରଦ୍ଧା ଅବସ୍ଥା କଣ ହେଲା ସାରା ଦେଶ ଜାଣିଛି । 10 ମିନିଟ ର ସୁଖ ପାଇଁ ନିଜ ଜୀବନ ଓ ଭବିଷ୍ୟତକୁ ଦାଉ ଲଗାଇବା କିଛି ଆବଶ୍ୟକ ନାହିଁ । ମୋହାମାୟା ଛାଡି କର୍ମ ଅଭିମୁଖେ ଯାଆନ୍ତୁ, ନିଜ ବାପାମା’ଙ୍କର ବାଧ୍ୟ ହୁଅନ୍ତୁ ତେବେ ଯାଇ ଜୀବନରେ ଏଭଳି ଦୁଃଖ ଆସିବାରୁ ବଞ୍ଚିତ ରହିବେ ବୋଲି ଉପଦେଶ ଦେଇଛନ୍ତି ଲିଜା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।