ଯେତେ ଚେଷ୍ଟା କଲେ ବି ଓଜନ ବଢୁନି ? ପତଳାରୁ ମୋଟା ହେବେ କିପରି ? ଆଜି ହିଁ କରନ୍ତୁ ଏହି ଘରୋଇ ଉପଚାର (Weight Gain Remedy)

ମୋଟାପଣ ଭଳି ଅଧିକ ପତଳା ହେବା ମଧ୍ୟ ଏକ ସମସ୍ଯା । ଓଜନ କମାଇବା ଭଳି ଓଜନ ବଢାଇବା ମଧ୍ୟ କଷ୍ଟ ହୋଇଥାଏ । ଏହା ବ୍ୟକ୍ତିତ୍ବ ଏବଂ ଆତ୍ମବିଶ୍ଵାସ ଉପରେ ପ୍ରଭାବ ପକାଇଥାଏ । ମୋଟା ହେବା ପାଇଁ ଅନେକ ଔଷଧ ବଜାରରେ ମିଳୁଥିଲେ ମଧ୍ୟ ଏହା ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇଥାଏ । ତେଣୁ ଏହି ମୋଟା ହେବା ପାଇଁ ସେହିସବୁ ଔଷଧ ବ୍ୟବହାର ନକରି ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ ଅଟେ । ତେବେ ଆସନ୍ତୁ ଜାଣିବା ଘରୋଇ ଉପରେ କେମିତି ବଢାଇବେ ଓଜନ ।

ପ୍ରଥମତଃ ଓଜନ ବଢାଇବା ପାଇଁ ପ୍ରତିଦିନ ଦୁଇ ଗ୍ଳାସ କ୍ଷୀର ପିଇବା ସହ ଦୁଇଟି କଦଳୀ ଖାଇବା ଜରୁରୀ ହୋଇଥାଏ । କ୍ଷୀର ଓ କଦଳୀକୁ ଅଲଗା ଅଲଗା ଖାଇବା ସେତେ ପ୍ରଭାବଶାଳୀ ହୋଇ ନଥାଏ । ତେଣୁ ଏକ ଗ୍ଳାସ କ୍ଷୀର, ଦୁଇଟି କଦଳୀ, ଅଧଚାମୁଚ ଗୁଜୁରାତି ପାଉଡର ଏବଂ ଏକ ଚାମୁଚ ଦେଶୀଘିଅକୁ ଏକାଠି ଗ୍ରାଇଣ୍ଡିଂ କରି ଏକ ସେକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଆପଣ ବ୍ରେକଫାଷ୍ଟ ପୂର୍ବରୁ ସେବନ କରନ୍ତୁ । ଏଥିରୁ ଆମ ଶରୀରକୁ ୪୫୦-୫୦୦ କ୍ୟାଲୋରି ଶକ୍ତି ମିଳିଥାଏ ।

ସେହିପରି ଓଜନ ବଢାଇବା ପାଇଁ ଖଜୁରୀ ସେକ୍ ର ସେବନ ମଧ୍ୟ ଲାଭକାରୀ ହୋଇଥାଏ । ଏଥିପାଇଁ ସକାଳୁ ଏକ ଗ୍ଳାସ କ୍ଷୀରରେ ୫-୬ଟି ଖଜୁରୀ ପକାଇ ରଖିଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏଥିରେ ଅଧଚାମୁଚ ଗୁଜୁରାତି ଗୁଣ୍ଡ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ ଓ ଉଷୁମ କରି ଏହାର ସେବନ କରନ୍ତୁ । ମିଠା ପାଇଁ ଆପଣ ଏଥିରେ ଗୁଡ ମଧ୍ୟ ପକାଇ ପାରିବେ । ଖଜୁରୀ ଶକ୍ତି ବୃଦ୍ଧି କରିବା ସହ ରକ୍ତ ଏବଂ ଧାତୁର ବୃଦ୍ଧି କରିଥାଏ ।

ଓଜନ ବଢାଇବା ପାଇଁ ଆପଣ ପ୍ରତିଦିନ ଗୋଟିଏ ମୁଠା ଚିନାବାଦାମ ଖାଇବା ଉଚିତ । ଗୋଟିଏ ମୁଠା ଚିନାବାଦାମରେ ୧୦୦-୧୨୦ କ୍ୟାଲୋରି ଶକ୍ତି ରହିଥାଏ । ଏହାବ୍ୟତୀତ ପ୍ରତିଦିନ ଗୋଟିଏ ଚାମୁଚ ପିନଟ୍ ବଟର୍ ଖାଇବା ଲାଭକାରୀ ହୋଇଥାଏ । ଏଥିରେ ଥିବା ଫ୍ୟାଟ ପ୍ରକୃତିକ ଉପାୟରେ ଶରୀରର ଓଜନ ବଢାଇବା ସହ ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ ।

ଅଣ୍ଡା ଓ ଡାଲିରେ ଅଧିକ ପ୍ରୋଟିନ ରହିଥାଏ । ଓଜନ ଏବଂ ମାଂସପେଶୀର ବୃଦ୍ଧି ପାଇଁ ପ୍ରୋଟିନ ଜାତୀୟ ଖାଦ୍ଯ ଖାଇବା ଜରୁରୀ ହୋଇଥାଏ । ତେଣୁ କ୍ଷୀର ତିଆରି ଖାଦ୍ଯ, ଅଣ୍ଡା ଓ ଡାଲିଜାତୀୟ ଖାଦ୍ଯ ଖାଇବା ଜରୁରୀ ହୋଇଥାଏ । ଗୋଟିଏ ଦିନରେ ଅତିକମରେ ଦୁଇଟି ଅଣ୍ଡା ଖାଇବା ଉଚିତ । ଏହାସହ ଦିନରେ ଗୋଟିଏ ଭୋଜନ ସହ ଡାଲି ନିଶ୍ଚିତ ଭାବେ ଖାଆନ୍ତୁ ।

କିସମିସ ଖାଇବା ଦ୍ଵାରା ଆମ ମେଟାବୋଲିଜିମ ଭଲ ହେବା ସହ ମସ୍ତିଷ୍କର ବିକାଶର ହୋଇଥାଏ । କମ୍ ସମୟରେ ଓଜନ ବଢାଇବା ପାଇଁ କିସମିସ ଚମତ୍କାରୀ ଔଷଧ ଭାବେ କାର୍ଯ୍ୟ କରିଥାଏ । ଗୋଟିଏ ମୁଠା କିସମିସ ରାତିରୁ ପାଣିରେ ଭିଜାଇ ରଖିଦିଅନ୍ତୁ ଏବଂ ଏହାକୁ ଅଧା ଅଧା କରି ଦିନରେ ଦୁଇଥର ସେବନ କରନ୍ତୁ ।

ଆମ୍ବ ମଧ୍ୟ ଓଜନ ବଢାଇବାରେ ବହୁ ସହାୟକ ହୋଇଥାଏ । ଗୋଟିଏ ସାମାନ୍ଯ ଆକାରର ଅମ୍ବରେ ୧୩୫ କ୍ୟାଲୋରି ଶକ୍ତି ଥାଏ । ତେଣୁ ଆମ୍ବ ଋତୁରେ ଦିନକୁ ଦୁଇଟି ଲେଖାଏଁ ଆମ୍ବ ଖାଇବା ମଧ୍ୟ ଲାଭକାରୀ ହୋଇଥାଏ । ଏହାବ୍ୟତୀତ ଅଶ୍ଵଗନ୍ଧା ଏବଂ ଶତାବରୀ ଭଳି ଆୟୁର୍ବେଦିକ ସାମଗ୍ରୀ ମଧ୍ୟ ଓଜନ ବଢାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।