ଲତା ମଙ୍ଗେଷ୍କର ଉପରେ ଅଜୟଙ୍କର ବଡ ବୟାନ, କହିଲେ ‘ଆପଣ ମୋତେ ଥାପଡ ମାରନ୍ତୁ, କିନ୍ତୁ ପ୍ଲୀଜ ଗୋଟେ ଥର…..’

ଲୋକପ୍ରିୟ ଗାୟିକା ଲତା ମଙ୍ଗେଷ୍କର ବଲୀଉଡ ଦୁନିଆରେ ପ୍ରାୟତଃ ଗୀତରେ ନିଜର ଆବାଜ ଦେଇଛନ୍ତି । ଲତା ମଙ୍ଗେଷ୍କରଙ୍କର ଗୀତ ଆଜି ବି କୋଟି କୋଟି ଲୋକମାନଙ୍କର ହୃଦୟରେ ଅଛି । ଲତା ମଙ୍ଗେଷ୍କରଙ୍କର ଆବାଜ ଭଳି ଅନ୍ୟ କୌଣସି ବି ଆବାଜ ଆଜି ପର୍ଯ୍ୟନ୍ତ ସାମନାକୁ ଆସି ନାହିଁ । ଲତା ମଙ୍ଗେଷ୍କରଙ୍କର ଆବାଜର ପ୍ରଶଂସା କେବଳ ଭାରତରେ ନୁହେଁ, ଅନ୍ୟ ଦେଶ ଗୁଡିକରେ ମଧ୍ୟ କରାଯାଇଥାଏ ।

କିନ୍ତୁ ବର୍ତ୍ତମାନ ସମୟରେ ସେ ବଲୀଉଡ ଅଭିନେତା ଅଜୟ ଦେବଗନ ଉପରେ ରାଗିଛନ୍ତି ବୋଲି ନଜର ଆସିଥିଲେ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଖାସ ଲେଖାରେ ଆପଣଙ୍କ ପାଇଁ କଣ ଅଛି ?

କିଛି ଦିନ ତଳେ ଅଜୟ ଦେବଗନ, ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅଭିନୀତ ଫିଲ୍ମ ଟୋଟାଲ ଧମାଲ ରିଲିଜ ହୋଇଛି । ପରଦାରେ ରିଲିଜ ହେବା ପରେ ଯେଉଁଠି ଦର୍ଶକମାନେ ଏହି ଫିଲ୍ମକୁ ନେଇ ନିଜର ରାୟ ଦେଉଛନ୍ତି, ତେବ ଅନ୍ୟ ପଟେ ସିନିୟର ଗାୟିକା ମାନେ ଲତା ମଙ୍ଗେଷ୍କର ବହୁତ କ୍ରୋଧିତ ନଜର ଆସୁଛନ୍ତି । ଲତା ମଙ୍ଗେଷ୍କର ଫିଲ୍ମର ଗୋଟିଏ ଗୀତକୁ ନେଇ ବହୁତ ରାଗି ଯାଇଛନ୍ତି ।

ଏହା ପ୍ରଥମ ଥର ନୁହେଁ କି ଯେତେବେଳେ ଲତା ମଙ୍ଗେଷ୍କର କୌଣସି ଗୀତକୁ ନେଇ ନିଜର କ୍ରୋଧ ପ୍ରକାଶ କରିଛନ୍ତି । କହିବାକୁ ଗଲେ ଲତା ମଙ୍ଗେଷ୍କରଙ୍କୁ ଗୀତକୁ ରିକ୍ରିଏଟ କରିବା ବିଲକୁଲ ପସନ୍ଦ ନୁହେଁ ଏବଂ ଏହି ଥର ବି ସେହି କାରଣରୁ ସେ ରାଗିଛନ୍ତି ।

ଟୋଟାଲ ଧମାଲର ଗୀତ ମୁଂଗଡା ଉପରେ ଲତା ଜତାଇଛନ୍ତି ଆପତ୍ତି

ବଲୀଉଡର ଲୋକପ୍ରିୟ ଗାୟିକା ଲତା ମଙ୍ଗେଷ୍କରଙ୍କୁ ଆରମ୍ଭରୁ ହିଁ ଗୀତର ରିକ୍ରିଏଟ ଭର୍ସନ ପସନ୍ଦ ନୁହେଁ ଏବଂ ଏହା ଉପରେ ସେ ଲଗାତାର କିଛି ନା କିଛି କହୁଥିବାର ନଜର ଆସିଥାନ୍ତି, କିନ୍ତୁ ତଥାପି ବଲୀଉଡରେ ରିକ୍ରିଏଟ ଭର୍ସନର ଜମାନା ଚାଲିଛି । ଲତା ମଙ୍ଗେଷ୍କରଙ୍କର କହିବା ଅଟେ କି ଏହିଭଳି ପ୍ରକାରର ଗୀତର ରିକ୍ରିଏଟ ଭର୍ସନ ଆସିବା ଦ୍ଵାରା ଅସଲ ଗୀତର ପରିଚୟ ହଜି ଯାଇଥାଏ, ଯାହା କୌଣସି ପ୍ରକାରରେ ଠିକ ନୁହେଁ । ଏଥିପାଇଁ ସେ ଅଜୟ ଦେବଗନ ଉପରେ ରାଗିଛନ୍ତି ।

ଚାପୁଡା ଖାଇବାକୁ ପ୍ରସ୍ତୁତ ଅଛନ୍ତି ଅଜୟ ଦେବଗନ

ଅଜୟ ଦେବଗନଙ୍କୁ ଯେତେବେଳେ ଲତା ମଙ୍ଗେଷ୍କରଙ୍କର ଆପତ୍ତି ବିଷୟରେ ଜଣା ପଡିଲା ତେବେ ସେ କେହିଲେ କି ଲତା ମଙ୍ଗେଷ୍କର ବହୁତ ସିନିୟର ଅଟନ୍ତି ଏବଂ ସେ ଆସି ମୋତେ ଗାଳି ବି ଦେଇ ପାରିବେ । ଏବଂ ଯଦି ସେ ଚାହିଁବେ ତ ମୋତେ ଚାପୁଡା ବି ମାରି ପାରିବେ, କାରଣ ଜଣା ଅଜଣାତାରେ ମୁଁ ତାଙ୍କର ହୃଦୟକୁ କଷ୍ଟ ଦେଇଛି ।

ଅଜୟ କହିଲେ କି ଯଦି ଲତା ମଙ୍ଗେଷ୍କରଙ୍କୁ ଖରାପ ଲାଗିଛି, ତେବେ ମୁଁ ତାଙ୍କ ଠାରୁ କ୍ଷମା ମାଗିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି କିମ୍ବା ସେ ଯାହା ବି ଦଣ୍ଡ ଦେବେ ମୁଁ ତାହା ପାଇଁ ବି ପ୍ରସ୍ତୁତ ଅଛି । କିନ୍ତୁ ମୁଁ ସତରେ ଜାଣି ନଥିଲି କି ଲତା ମଙ୍ଗେଷ୍କରଙ୍କୁ ଖରାପ ଲାଗିବ ।

ଟୋଟାଲ ଧମାଲ କରି ପାରିଲା ନାହିଁ କିଛି ଖାସ ଧମାଲ

ଫିଲ୍ମ ଧମାଲର ପାର୍ଟ – ୩ ଟୋଟାଲ ଧମାଲ ଅଟେ । ଏହି ଫିଲ୍ମରୁ ଦର୍ଶକ ଏବଂ ଷ୍ଟାରମାନଙ୍କୁ ବହୁତ ଆଶା ଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଫିଲ୍ମର ରିଭ୍ୟୁରୁ ଏହା ଜଣା ପଡୁଛି କି ଟୋଟାଲ ଧମାଲ ପରଦାରେ କିଛି ଖାସ କମାଲ କରି ପାରି ନାହିଁ । ଯେଉଁ କାରଣରୁ ମାଧୁରୀ ଏବଂ ଅନିଲ କପୁରଙ୍କର ଯୋଡିକୁ ଏକ ବଡ ଝଟକା ଲାଗିପାରେ ।