ତାନ୍ତ୍ରିକ ହସ୍ପିଟାଲରେ କଲା ଆତ୍ମାକୁ ଫେରାଇ ଆଣିବା ପାଇଁ ଯଜ୍ଞ, ଜାଣନ୍ତୁ ତା ପରେ କଣ ହେଲା

ଆମ ଦେଶରେ ଏମିତିରେ କେତେକ ଲୋକମାନେ ଅଛନ୍ତି ଯେଉଁମାନେ ଆଜି ବି ଅନ୍ଧବିଶ୍ଵାସକୁ ମାନନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ଯେଉଁଠି ଗୋଟିଏ ବ୍ୟକ୍ତିର ଆତ୍ମାକୁ ଫେରାଇ ଆଣିବା ପାଇଁ ହସ୍ପିଟାଲରେ ଯଜ୍ଞ କରା ଯାଇଥିଲା । ସୂଚନା ଅନୁସାରେ ରାଜସ୍ଥାନର ଅଜମେରରେ ରହୁଥିବା ଏକ ପରିବାରର ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣା ହୋଇଥିଲା ।

ଏହା ପରେ ସେମାନେ ସେହି ବ୍ୟକ୍ତିକୁ ହସ୍ପିଟାଲ ଭର୍ତ୍ତି କରିଲେ । ଯେଉଁଠି ହସ୍ପିଟାଲରେ ସେହି ବ୍ୟକ୍ତିର ମୁର୍ତ୍ୟୁ ହୋଇଗଲା । ଏହା ପରେ ସେହି ମୃତ ବ୍ୟକ୍ତି ତାଙ୍କର ପରିବାର ଲୋକମାନେ ଘରକୁ ନେଇ ତାହାର ଅନ୍ତିମ ସଂସ୍କାର କରିଦେଲେ । କିନ୍ତୁ ଏହା ପରେ କିଛି ଏମିତି ହେଲା କି ଯାହା ସମସ୍ତଙ୍କୁ ଆଚମ୍ବିତ କରି ଦେଇଛି ।

ହସ୍ପିଟାଲରେ କରିଲେ ଆତ୍ମାକୁ ଆଣିବା ପାଇଁ ଯଜ୍ଞ

ଅନ୍ଧବିଶ୍ଵାସ ସହ ଜଡିତ ଏହି ଘଟଣା ଜେଏଲଏନ ହସ୍ପିଟାଲରେ ହୋଇଛି । ଏହି ହସ୍ପିଟାଲରେ କାମ କରୁଥିବା ଲୋକମାନଙ୍କ ଅନୁସାରେ ଗୋଟିଏ ଆଘାତ ବ୍ୟକ୍ତିକୁ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ଡାକ୍ତରମାନେ ସେହି ବ୍ୟକ୍ତିକୁ ବଞ୍ଚାଇ ପାରିଲେ ନାହିଁ । ଏହା ପରେ ସେହି ବ୍ୟକ୍ତିର ଶବକୁ ତାଙ୍କର ଘର ଲୋକମାନେ ନେଇ ଚାଲିଗଲେ । କିନ୍ତୁ ଶବ ନେଇ ଯିବାର କିଛି ଦିନ ପରେ ମୃତକ ବ୍ୟକ୍ତିର ପରିବାର ଲୋକମାନେ ଏବଂ ଗ୍ରାମବାସୀ ମାନେ ତାହାର ଆତ୍ମାକୁ ଫେରାଇ ଆଣିବା ପାଇଁ ପୁଣି ଥରେ ହସ୍ପିଟାଲକୁ ପହଞ୍ଚି ଗଲେ ।

ହସ୍ପିଟାଲରେ ସମସ୍ତେ ଏକ ତାନ୍ତ୍ରିକ ସହିତ ଆସିଥିଲେ ଏବଂ ତାନ୍ତ୍ରିକ ସହ ମିଶି ସେମାନେ ହସ୍ପିଟାଲରେ ପୂଜା କରିବା ଆରମ୍ଭ କରିଦେଲେ । ଏହାର କାରଣ ପଚାରିବାରୁ ସେମାନେ କହିଲେ କି ମୃତକ ବ୍ୟକ୍ତିର ଆତ୍ମା ଏଠି ହିଁ ରହି ଯାଇଛି ।

କରୁଥିଲେ ଯଜ୍ଞ, କେହି କିଛି କହିଲେ ନାହିଁ

ଏହାକୁ ଦେଖି ହସ୍ପିଟାଲରେ ସମସ୍ତେ ଡରି ଯାଇଥିଲେ ଏବଂ ସେମାନଙ୍କୁ କେହି ବି ଅଟକାଇଲେ ନାହିଁ । ଯେଉଁ ଜାଗାରେ ଯଜ୍ଞ କରୁଥିଲେ ସେହି ଜାଗାରେ ବହୁତ ରୋଗୀ ବି ଥିଲେ ସେମାନେ ବି କିଛି କହିଲେ ନାହିଁ । ଏହି ହସ୍ପିଟାଲରେ କାମ କରୁଥିବା ଏକ ଯୁବକ ଜଣକ ଅନୁସାରେ ତାଙ୍କର କହିବା ଅଟେ କି ସେ ମୃତକର ଶବକୁ ନେଇ ଯାଇଥିଲେ । କିନ୍ତୁ ତାହାର ଆତ୍ମା ଏଠି ରହି ଯାଇଛି ଏବଂ ବର୍ତ୍ତମାନ ଆମେ ତାହାର ଆତ୍ମାକୁ ନେବାକୁ ଆସିଛୁ ।

ଏହି ଆତ୍ମାକୁ ଆମେ ଘରର ଏକ କୋଣରେ ରଖିବୁ । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ତାନ୍ତ୍ରିକ ଏବଂ କଳା ଜାଦୁ ଭଳି କଥାକୁ ଆଜି ବି ଲୋକମାନେ ବିଶ୍ଵାସ କରୁଛନ୍ତି ।