ମାଧୁରୀ ଦୀକ୍ଷିତ ଙ୍କ 4 ବଏଫ୍ରେଣ୍ଡ ଯିଏ ଦେଖିବାକୁ ବହୁତ ହ୍ୟାଣ୍ଡସମ, ନଂ 2ଙ୍କ ସହ ଯୋଡିତ ଥିଲା ସୁପରହିଟ

ମାଧୁରୀ ଦୀକ୍ଷିତ ଙ୍କ ଜନ୍ମ ୧୫ ମଇ ୧୯୬୫ ରେ ମୁମ୍ବାଇ ରେ ହୋଇଥିଲା । ତାଙ୍କ ପିତା ଙ୍କ ନାମ ଶଙ୍କର ଦୀକ୍ଷିତ ଏବଂ ମାତା ଙ୍କ ନାମ ସ୍ନେହଲତା ଦୀକ୍ଷିତ । ମାତା ପିତା ଦୁହିଁଙ୍କର ନିଜ ଗେହ୍ଲା ଝିଅ ମାଧୁରୀ ପିଲାଦିନୁ ହିଁ ଡକ୍ଟର ହେବାର ସ୍ବପ୍ନ ଦେଖିଥିଲେ । କିନ୍ତୁ ସେ ହୋଇଥିଲେ ଅଭିନେତ୍ରୀ । ମାଧୁରୀ ଦୀକ୍ଷିତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜର ସ୍ଥାନ ଏମିତି ବନାଇଛନ୍ତି କି ବର୍ତମାନ ର ସବୁ ହିରୋଇନ ତାଙ୍କୁ ନିଜର ଆଦର୍ଶ ବୋଲି ଭାବୁଛନ୍ତି । ମାଧୁରୀ ନିଜର ଫିଲ୍ମ କ୍ୟାରିୟର ୧୯୫୪ ରେ ଫିଲ୍ମ ଅବୋଲ ରୁ ଆରମ୍ଭ କରିଥିଲେ ।

କିନ୍ତୁ ଏହି ଫିଲ୍ମ କିଛି ଖାସ କମାଲ ଦେଖାଇ ନଥିଲା । ନିଜ କ୍ୟାରିୟର ଆରମ୍ଭ ରେ ମାଧୁରୀ ଙ୍କୁ ବହୁତ ଅସଫଳତା ଦେଖିବାକୁ ମିଳିଥିଲା । କିନ୍ତୁ ଫିଲ୍ମ ତେଜାବ ରୁ ତାଙ୍କୁ ତାଙ୍କର ପରିଚୟ ମିଳିଥିଲା । ଏହି ଫିଲ୍ମ ରେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣିଥିଲେ ମାଧୁରୀ । ତାଙ୍କୁ ତାଙ୍କ ସୁନ୍ଦର ଅଭିନୟ ପାଇଁ ପୁରସ୍କାର ମଧ୍ୟ ମିଳିଥିଲା । ଏହି ଫିଲ୍ମ ର ଗୀତ ଏକ ଦୋ ତୀନ ଆଜି ମଧ୍ୟ ସୁପରହିଟ ।

 

ନିଜର ସଫଳତା ପରେ ସେ ଆହୁରି ଆଗକୁ ବଢ଼ିଚାଲିଥିଲେ । ହିନ୍ଦୀ ସିନେମା ରେ ଲଗାତାର ହିଟ ପରେ ହିଟ ଫିଲ୍ମ କରିଥିଲେ ମାଧୁରୀ । ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ଜଣେ ଜାମସେଦପୁର ରୁ ଅଟନ୍ତି ଯିଏ ଗୋଟେ କ୍ୟାଲେଣ୍ଡର ଆରମ୍ଭ କରିଥିଲେ ଯେଉଁଥିରେ ବର୍ଷ ର ଆରମ୍ଭ ମାଧୁରୀ ଙ୍କ ଜନ୍ମ ତାରିଖରୁ ହୋଇଥିଲା । ସେ ଭାରତ ସରକାର ଙ୍କ ପାଖରେ ନିବେଦନ ମଧ୍ୟ କହିଛନ୍ତି କି ମାଧୁରୀ ଙ୍କ ଜନ୍ମଦିନରେ ପବ୍ଲିକ ହଲିଡେ ଘୋଷଣା କରାଯାଉ ।

ଆଊ ଗୋଟେ ଫ୍ୟାନ ଜଣଙ୍କ ପାକିସ୍ଥାନ ର ସୈନିକ ଅଟନ୍ତି ଯିଏ ମାଧୁରୀ ଙ୍କୁ ନିଜର ହୃଦୟ ଦେଇ ବସିଛନ୍ତି । ସେ ଯୁଦ୍ଧ ସମୟରେ କହିଥିଲେ ଆମେ କାଶ୍ମୀର ଛାଡ଼ିଦେବୁ ଯଦି ତୁମେ ମାଧୁରୀ ଦୀକ୍ଷିତ ଙ୍କୁ ଦେଇଦେବ । ତେବେ ଆଜି ଆମେ ମାଧୁରୀ ଙ୍କ ପ୍ରେମ ସମ୍ପର୍କରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ସଂଜୟ ଦତ୍ତ:- ମାଧୁରୀ ଦୀକ୍ଷିତ ଏବଂ ସଂଜୟ ଦତ୍ତ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଏବଂ ତାଙ୍କର ଲଭ ଷ୍ଟୋରି ବହୁତ ଚର୍ଚ୍ଚା ରେ ରହିଥିଲା । ମାଧୁରୀ ସଂଜୟ ଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ମାଧୁରୀ ଙ୍କ ପିତା ଏହି ବିବାହ ପାଇଁ ରାଜି ନଥିଲେ । ସଂଜୟ ଙ୍କ ଜେଲ ଯିବା ପରେ ମାଧୁରୀ ତାଙ୍କ ଠାରୁ ଦୂରେଇ ଯାଇ ଥିଲେ ।

ଅନିଲ କପୁର:- ଅନିଲ ଏବଂ ମାଧୁରୀ ଙ୍କ ଯୋଡ଼ି ୯୦ ମସିହା ରେ ବାବାଲ କରିଥିଲା । ଦୁହେଁ ଏକା ସାଥିରେ ବହୁତ ଫିଲ୍ମ କରିଛନ୍ତି । ଦୁହେଁ ଦୁହିଁଙ୍କୁ ଭଲ ମଧ୍ୟ ପାଉଥିଲେ କିନ୍ତୁ ଅନିଲ ଆଗରୁ ବିବାହିତ ଥିବା କାରଣରୁ ମାଧୁରୀ ତାଙ୍କ ଠାରୁ ଅଲଗା ହୋଇଥିଲେ ।

ଅଜୟ ଜଡେଜା:- ମାଧୁରୀ ଏବଂ ଅଜୟ ଜଟେଯା ଙ୍କ ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚାରେ ରହିଥିଲା । ଦୁହେଁ ଗୋଟେ ଶୋ ଦ୍ଵାରା ଭେଟି ଥିଲେ । ଅଜୟ ଜଟେଜା ସେହି ସମୟରେ ବହୁତ ପ୍ରସିଦ୍ଧ କ୍ରିକେଟର ଥିଲେ । ଅଜୟ ଙ୍କ ପରିବାର ଲୋକଙ୍କୁ ଏହି ସମ୍ପର୍କ ସ୍ବୀକାର ନଥିଲା ସେଥିପାଇଁ ଦୁହେଁ ବ୍ରେକ ଅପ କରିଥିଲେ ।

ଡକ୍ଟର ଶ୍ରୀରାମ ନେନା:- ପ୍ରେମରେ ତ ଲୋକ ଜହ୍ନ, ତାରା ମଧ୍ୟ ତୋଳି ଆଣନ୍ତି । ଜୀବନସାରା ଏକା ସହିତ ରହିବାକୁ ନିୟମ ନେଇଥାନ୍ତି । ଠିକ ସେମିତି ଭଲ ପାଇବା ଥିଲା ମାଧୁରୀ ଏବଂ ଶ୍ରୀରାମ ଙ୍କ ଭିତରେ । ଦୁହେଁ ବିବାହ କରିଥିଲେ । ମାଧୁରୀ ଡକ୍ଟର ନେନେ ଙ୍କ ପାଇଁ ରୋଷେଇ କରିବା ଶିଖିଥିଲେ କାରଣ ଡକ୍ଟର ନେନା ଖାଇବା ବହୁତ ପସନ୍ଦ କରନ୍ତି । ମାଧୁରୀ ଏବଂ ଡକ୍ଟେର ନେନେ ଏବେ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।