ସାଉଥ ଆଫ୍ରିକା, ନେଦରଲ୍ୟାଣ୍ଡ ଠାରୁ ହାରିବା ପରେ ବଦଳିଗଲା ପୁରା ପଏଣ୍ଟ ଟେବୁଲର ସମୀକରଣ ! ଆଜି ଯଦି ବର୍ଷା ହୁଏ ତେବେ ସେମିଫାଇନାଲକୁ ଯାଇପାରିବ ତ ଟିମ୍ ଇଣ୍ଡିଆ ?

ଚଳିତ ଟି-୨୦ ବିଶ୍ଵକପର ସୁପର-୧୨ ପର୍ଯ୍ୟାୟ ପ୍ରାୟତଃ ଶେଷ ହେବାକୁ ବସିଥିବା ବେଳେ କିଏ କାହା ସହ ସେମିଫାଇନାଲ ଖେଳିବ ସେନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଉଭୟ ଗ୍ରୁପ-A ଏବଂ ଗ୍ରୁପ-B ର ପଏଣ୍ଟ ଟେବୁଲରେ ପ୍ରଥମ ଦୁଇଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବାକୁ ଥିବାବେଳେ ଗ୍ରୁପ-A ର ସେମିଫାଇନାଲ ଦଳ ସ୍ପଷ୍ଟ ହୋଇ ସାରିଲାଣି । ଗ୍ରୁପ-A ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟ ବିବେଚିତ ହୋଇ ସାରିଲେଣି ।

ଏପଟେ ଗ୍ରୁପ-B ର ଚିତ୍ର କିନ୍ତୁ ସ୍ପଷ୍ଟ ହୋଇ ପାରିନାହିଁ । କାରଣ ସାଉଥ ଆଫ୍ରିକା ଲଗାତାର ଦୁଇଟି ମ୍ଯାଚ ହାରିବା ପରେ ସେମିଫାଇନାଲ ଦୌଡରୁ ବାଦ୍ ପଡିଛି । ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରି ସାରିଥିବା ବେଳେ ସମସ୍ତଙ୍କ ନଜର ରହିଛି ଆଜିର ମ୍ଯାଚ ଉପରେ । ଟିମ୍ ଇଣ୍ଡିଆ ଆଜି ମେଲବୋର୍ଣ୍ଣରେ ଜିମ୍ବାୱେ ସହ ମ୍ଯାଚ ଖେଳିବାକୁ ଯାଉଛି । ଆଉ ଆଜିର ମ୍ଯାଚ ହିଁ ନିର୍ଣ୍ଣୟ କରିବ ଇଣ୍ଡିଆ ସହ ଆଉ କେଉଁ ଦଳ ସେମିଫାଇନାଲରେ ପହଞ୍ଚିବ ।

ତେବେ ଆଜି ସାଉଥ ଆଫ୍ରିକା ମ୍ଯାଚ ହାରିଯିବା ଫଳରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିପାରିଛି । ତେବେ ଆଜିର ମ୍ଯାଚ ଭାରତ ସମେତ ପାକିସ୍ତାନ ଏବଂ ବାଂଲାଦେଶ ପାଇଁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

ପୂର୍ବରୁ ଜିମ୍ବାୱେ ୱେଷ୍ଟଇଣ୍ଡିଜ ଏବଂ ପାକିସ୍ତାନ ଭଳି ଦଳକୁ ପରାସ୍ତ କରିଛି ତେଣୁ ଟିମ୍ ଇଣ୍ଡିଆ ସହ ମଧ୍ୟ କଡା ମୁକାବିଲା କରିବ । ଗ୍ରୁପ-B ର ପରବର୍ତ୍ତୀ ମ୍ଯାଚ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଉଭୟ ଦଳ ସମାନ ପଏଣ୍ଟରେ ଅଛନ୍ତି ।

ତେଣୁ ପରବର୍ତ୍ତୀ ମ୍ଯାଚରେ ମଧ୍ୟ ଜୋରଦାର ମୁକାବିଲା ଦେଖିବାକୁ ମିଳିବ । ରନ୍ ରେଟ୍ ଆଧାରରେ ବର୍ତ୍ତମାନ ପାକିସ୍ତାନ ବାଂଲାଦେଶ ଠାରୁ ସାମାନ୍ଯ ଆଗରେ ରହିଥିବା ବେଳେ ଗ୍ରୁପ-B ର ଏହି ଦୁଇଟି ମ୍ଯାଚ ବେଶ ରୋମାଞ୍ଚକର ହେବାକୁ ଯାଉଛି । ତେବେ ଆଜିର ଫଳାଫଳ ଯାହା ହେଉନା କାହିଁକି ସେମିଫାଇନାଲରେ ଭାରତ ପ୍ରବେଶ କରି ସାରିଥିବା ନେଇ ଭାରତୀୟ କ୍ରିକେଟ ଫ୍ୟାନ୍ସ ବେଶ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।