ଏହି କେତୋଟି ପଶୁପକ୍ଷୀ ଆପଣଙ୍କୁ କରି ଦିଅନ୍ତି କୋଟିପତି, ଭଲ ସମୟ ଆସିବା ପୂର୍ବରୁ ଏମାନେ ଦିଅନ୍ତି ଏମିତି ସଙ୍କେତ

କିଛି ପଶୁପକ୍ଷୀଙ୍କୁ ଆମ ପୂର୍ବପୁରୁଷ ପାଳିଥାନ୍ତି, ଖାଦ୍ଯ ଦେଇଥାନ୍ତି ଏବଂ ଦରକାର ପଡିଲେ ସେବା ମଧ୍ୟ କରିଥାନ୍ତି । ବିଶେଷ କରି ଶ୍ରାଦ୍ଧ ଏବଂ ପର୍ବପର୍ବାଣିରେ ଏମାନେ ଯଦି ଅର୍ପିତ ଖାଦ୍ୟ ଭୋଜନ କରି ନିଅନ୍ତି, ତେବେ ପିତୃପୁରୁଷ ତାହା ପାଇଗଲେ କହି ଅନୁଭବ କରି ଖୁବ ଖୁସି ହୁଅନ୍ତି । ମାନନ୍ତୁ ବା ନ ମାନନ୍ତୁ, ସଦଭାବନା ଏବଂ ବିଶ୍ବାସର ସହ ଏହି କାର୍ଯ୍ୟ କଲେ ମଣିଷ ଜୀବନରେ ଏହାର ନିଶ୍ଚିତ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହିପରି କିଛି ପଶୁପକ୍ଷୀଙ୍କ ବିଷୟରେ କହିବୁ ।

ଆମ ପରିବେଶକୁ ସଫା ରଖିବାରେ କାଉର ବିଶେଷ ଅବଦାନ ରହିଛି । କାଉ ଶନିଦେବଙ୍କର ମଧ୍ୟ ବାହନ ଅଟେ । କାଉ ଭୋଜନ ଦେଇ ସନ୍ତୁଷ୍ଟ କରିବା ସାକ୍ଷାତ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସଦୃଶ ହୋଇଥାଏ । ଯଦି ଆପଣ ପ୍ରତିଦିନ କାଉଙ୍କୁ କ୍ଷିରୀ, ପୁରୀ, ରୁଟି, ମିଠା, ଚାଉଳ, ସେଉ, ବିସ୍କୁଟ ଆଦି ଜାତୀୟ ଖାଦ୍ୟ କାଉଙ୍କୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଜୀବନ ଧନ ଓ ସୁଖଶାନ୍ତିରେ ପୂରି ଉଠିବ ।

ଏହି ସମସ୍ତ ପ୍ରକାରର ଖାଦ୍ୟ କାଉକୁ ଖାଇବାକୁ ଦେବା ଦ୍ଵାରା ଶନିଦେବଙ୍କ ସହ ଶୁକ୍ରଦେବ, ବୁଧଦେବ ଓ ରାହୁ କେତୁ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି । ଏହା ସହ ମୁଖ୍ୟ ହେଉଛି ପାଣି । ଖାଦ୍ୟ ଦେବା ପରେ ପାଣି ମଧ୍ୟ ନିଶ୍ଚିତ ଭାବେ ପିଇବାକୁ ଦିଅନ୍ତୁ ।

କଳା କୁକୁର ହେଉଛି କାଳ ଭୈରବଙ୍କ ବାହନ । ତେଣୁ କଳା କୁକୁରକୁ ଖାଦ୍ୟ ଦେବା ଦ୍ଵାରା ଅନେକ ପ୍ରକାରର ଶୁଭଫଳ ମିଳିଥାଏ । ପ୍ରତିଦିନ କିମ୍ବା ପ୍ରତି ଶନିବାର ଏବଂ ଅମାବାସ୍ୟାରେ ଯଦି ରୁଟି, ଗୁଡ, ବିସ୍କୁଟ ଇତ୍ୟାଦି ଖାଇବାକୁ ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ତେଲ ସେକା ରୁଟି କଳା କୁକୁରକୁ ଖାଇବାକୁ ଦେବା ଦ୍ଵାରା ଶନି, ରାହୁ, କେତୁଙ୍କର ସମସ୍ତ ପ୍ରକାର ଦଶା ଏବଂ ମହାଦଶା ଦୂର ହୋଇଥାଏ ଏବଂ ଧନ ଓ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।


ଜନ୍ଦା ଓ ପିମ୍ପୁଡି ଅତି ପରିଶ୍ରମୀ ଜୀବ ହୋଇଥାନ୍ତି । ସେମାନେ ସର୍ବଦା ଖାଦ୍ୟ ସଂଗ୍ରହରେ ଲାଗିଥାନ୍ତି । ଏମାନେ ଆମ ନଜରରେ ଆସିଲେ ଆମେ ଅଣଦେଖା କରି ଦେଉ ଅବା ପାଦରେ ଦଳି ଦେଉ । କିନ୍ତୁ ଜନ୍ଦା ପିମ୍ପୁଡିକୁ ଚିନି ଗୁଡ ଆଦି ଖାଇବାକୁ ଦେବ ଦ୍ଵାରା ଭାଗ୍ୟୋଦୟ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଏହା ଦ୍ଵାରା ଶନି ରାହୁ ଓ କେତୁ ଗ୍ରହ ଶାନ୍ତି ହେବା ଦ୍ଵାରା ଜୀବନର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ । ଏହା ଋଣ ମୁକ୍ତ କରିବା ସହ ରୋଜଗାରରେ ମଧ୍ୟ ଉନ୍ନତି ଆଣିଥାଏ ।

ପାରା ମା ଲକ୍ଷ୍ମୀଙ୍କ ପ୍ରିୟ ହେବା ସହ ମଣିଷର ଭଲ ବନ୍ଧୁ ମଧ୍ୟ ହୋଇପାରନ୍ତି । ତେଣୁ ଘରେ ପାରା ରହିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ତେଣୁ ପାରାକୁ ପ୍ରତିଦିନ ଖାଦ୍ଯ ଦେବା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି । ଏହାଦ୍ବାରା ଗ୍ରହ ମାନଙ୍କ ଦଶା ଏବଂ ମହାଦଶା ଦୂର ହେବା ସହ ମନୁଷ୍ୟକୁ କୁକର୍ମରୁ ମୁକ୍ତ କରିଥାଏ ଓ ଧନ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ଗାଈକୁ ଅତ୍ୟନ୍ତ ପବିତ୍ର ପ୍ରାଣୀ ବୋଲି କୁହାଯାଏ । ଗାଈ ଶରୀରରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି । କେଉଁ ସ୍ଥାନରେ ଘର କରିବା ପୂର୍ବରୁ ଗାଈକୁ ସେହି ସ୍ଥାନରେ ବାନ୍ଧିଲେ ଶୁଭ ହୋଇଥାଏ ବୋଲି କୁହାଯାଏ । ପ୍ରଥମ ତିଆରି ହୋଇଥିବା ରୁଟି ଗାଈକୁ ଖାଇବାକୁ ଦେବା ଦ୍ଵାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । ଏହାଦ୍ଵାରା ଘରେ ଧନ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।