OMG ! ଶିବ ମନ୍ଦିରରେ ଶୋଇଥିଲା ଲୋକଟି, ହଠାତ ଏକ ବିଷଧର ସାପ ଆସି ତା ଶେଯରେ ଶୋଇ ପଡିଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ଚଟାଣ ଉପରେ ଚଦର ଘୋଡେଇ ହୋଇ ଶୋଇଥିବା ଯୁବକଙ୍କ ଉପରେ ମଧ୍ୟରାତିରେ ଡେଇଁ ପଡି ଚୋ-ଟ ମା-ରି-ବା-କୁ ଚେଷ୍ଟା କରିଥିଲା ଏକ ନାଗ ସାପ । ଭାଗ୍ୟବଶତଃ ସାପଟି ଗୋଟେ ପଟେ ଥିଲା ଆଉ ଯୁବକ ଜଣକ ଅନ୍ୟପଟେ । ଦୂରତା କାରଣରୁ ଯୁବକଙ୍କୁ ସମ୍ଭାଳି ହେବାକୁ ସୁଯୋଗ ମିଳି ଯାଇଥିଲା । ଏହାପରେ ଆଉ ଡେରି ନକରି ସାପଟି ମଧ୍ୟ ସେ ସ୍ଥାନରୁ ପଳାଇଥିଲା । ଲୋମ ଟାଙ୍କୁରି ଉଠିବ ଭଳି ଏହି ଘଟଣାଟି ଘଟିଥିଲା ବାଂଶବାଡାର ମନ୍ଦାରେଶ୍ଵର ମନ୍ଦିର ପରିସରରେ ରାତି ପ୍ରାୟ ୧୨ଟା ପାଖାପାଖି ସମୟରେ ।

ଉକ୍ତ ଯୁବକ ଜଣକ ଭଗବାନ ଶିବଙ୍କ ଉପରେ ଖୁବ ଆସ୍ଥା ରଖନ୍ତି । ସେଥିପାଇଁ ସେ ଶ୍ରାବଣ ମାସରେ ୪୪ ଦିନ ଧରି ନିୟମିତ ମନ୍ଦିର ପରିସର ମଧ୍ୟରେ ଶୋଉଥିଲେ । ସେ ଗତ ୧୦ ବର୍ଷ ଧରି ଶ୍ରାବଣ ମାସରେ ପୁରା ୪୫ ଦିନ ପର୍ଯ୍ୟନ୍ତ ଏହିପରି ମନ୍ଦିର ପରିସର ମଧ୍ୟରେ ଶୟନ କରି ଆସୁଛନ୍ତି । ଯୁବକ ଜଣକ ହେଉଛନ୍ତି ବାଂଶବାଡାର ଡୁଙ୍ଗରପୁରର ମାଧୋ ଉପଧ୍ୟାୟଙ୍କ ପୁତ୍ର ଜୟ ଉପଧ୍ୟାୟ । ସେ ଶ୍ରାବଣ ମାସରେ ବ୍ରତ ରଖିବା ସହ ଏହିପରି ପ୍ରତ୍ଯେକ ଦିନ ମହେଦେବଙ୍କ ମନ୍ଦିର ପରିସର ମଧ୍ୟରେ ଶୁଅନ୍ତି ।

ସବୁଦିନ ପରି ଜୟ ମନ୍ଦିରର ଶିବଲିଙ୍ଗ ସାମନା ଚଟାଣରେ ଦରିବିଛାଇ ଚଦର ଘୋଡେଇ ହୋଇ ଶୋଇଥିଲେ । ଜୟ ଗଭୀର ନିଦରେ ଶୋଇଥିବା ବେଳେ ରାତି ପ୍ରାୟ ୧୨ଟା ସମୟରେ ଅର୍ଥାତ ସୋମବାର ହେବା ମାତ୍ରେ ଏକ ନାଗ ସାପ ଜୟଙ୍କ ବିଛଣା ଭିତରେ ଯାଇ ପଶି ଯାଇଥିଲା । କିନ୍ତୁ ଜୟ ଏହା ଟିକେ ହେଲେବି ଜାଣି ପାରି ନଥିଲେ ।

ତେବେ ସାପଟି ଜୟଙ୍କ ଜଙ୍ଘ ଉପରେ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଲାଗି ରହିଥିଲା ବୋଲି ଜୟ କହୁଛନ୍ତି । ଯେତେବେଳେ ସେ କଡ ଲେଉଟାଇ ଥିଲେ ସାପଟି ମଧ୍ୟ ହଲିଥିଲା । ବେଙ୍ଗ ହୋଇଥିବା ଭାବି ଜୟ ତାଙ୍କୁ ଗୋଡରେ କାଢିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଆଉ କେଉଁ ଜୀବ ହୋଇଥିବା ବୋଲି ଜୟଙ୍କୁ ଅନୁଭବ ହୋଇଥିଲା । ସେ ଆଉ ଡେରି ନକରି ଚଦର ଧରି ବିଛଣାର ଗୋଟେ ପଟେ ଠିଆ ହୋଇ ଯାଇଥିଲେ ଓ ଦେଖି ଜାଣିପାରିଲେ କି ସାପ ବୋଲି ।

ସେତେବେଳେ ସାପ ମଧ୍ୟ ଡେଇଁପରି ତାଙ୍କୁ ଚୋ-ଟ ମା-ରି-ବା-କୁ ଚେଷ୍ଟା କରିଥିଲା କିନ୍ତୁ ସୌଭାଗ୍ୟବଶତଃ ନିଦରେ ଥାଇ ମଧ୍ୟ ସେ ସାପଠାରୁ ନିଜକୁ ଦୂରେଇ ରଖିବାରେ ସଫଳୀକୃତ ହୋଇଥିଲେ । ସାପଟି ମଧ୍ୟ ଡେରି ନକରି ଅନ୍ୟପଟେ ପଳାଇ ଯାଇଥିଲା । ଆପଣଙ୍କୁ ଆମ ପୋଷ୍ଟ ଭଲଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।