ମଶା ତିଆରି କରୁଛି ଚୀନ, ସପ୍ତାହକୁ ଅମଳ କରୁଛି 2 କୋଟି ମଶା, ଯାହା ପଛରେ ରହିଛି ଏହି ବଡ କାରଣ

ବର୍ତ୍ତମାନ ସାରା ଦେଶରେ ଡେଙ୍ଗୁ ଆ-ତ-ଙ୍କ ଯୋଗୁଁ ମଶା ନାଁ ଶୁଣିଲେ ଡ-ର ଲାଗୁଛି । ଡେଙ୍ଗୁରେ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଲୋକ ଆ-କ୍ରା-ନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କେବଳ ଡେଙ୍ଗୁ ନୁହେଁ ମଶା ଯୋଗୁଁ ଆହୁରି ଅନେକ ପ୍ରା-ଣ-ଘା-ତୀ ରୋଗ ମଧ୍ୟ ହେଉଛି । ଯେଉଁଥିରେ କୋଟି କୋଟି ଲୋକଙ୍କ ଜୀବନ ହରାଉଛନ୍ତି । ସାରା ଦୁନିଆ ମଶା ମାରିବା ପାଇଁ ଲାଗିଥିବା ବେଳେ, ଚୀନ ମଶା ତିଆରି କରୁଛି । ଦେଶବାସୀଙ୍କୁ ମଶା ଦାଉରୁ ରକ୍ଷା ପାଇବା ପାଇଁ ଏହି ଅଭିନବ କୌଶଳ ଆପଣେଇଛି ଚୀନ ।

ମଶାଙ୍କୁ ମାରିବ ମଶା ନୀତି ନେଇ ଏଇ ସ୍ଵତନ୍ତ୍ର କାମ ଆରମ୍ଭ କରିଛି । ଚୀନ ଫ୍ୟାକ୍ଟରୀ ବସାଇ ମଶା ଉତପନ କରୁଛି । ଯେଉଁ ମଶା ମାନେ ରୋଗ ସୃଷ୍ଟି କରୁଥିବା ମଶାଙ୍କୁ ମାରିବେ ବୋଲି ଚର୍ଚ୍ଚା ହେଉଛି । ଚୀନର ଦକ୍ଷିଣାଞ୍ଚଳ ଗ୍ବାନଝାଉରେ ତିଆରି ହୋଇଛି ଏହି ମଶା ଉତ୍ପାଦନ ଫ୍ୟାକ୍ଟରୀ । ମଶଙ୍କୁ ଉତପନ କରିବାରେ ଚୀନର ଏହି ଫ୍ୟାକ୍ଟରୀ ଦୁନିଆର ସବୁଠୁ ବଡ ଫ୍ୟାକ୍ଟରୀ ବୋଲି କୁହାଯାଉଛି । ତିନି ହଜାର ପାଞ୍ଚ ଶହ ବର୍ଗ ମିଟରରେ ତିଆରି ହୋଇଥିବା ଏହି ଫ୍ୟାକ୍ଟରୀରେ ଚାରୋଟି ବଡ ୱାର୍କସପ ରହିଛି ।

ପ୍ରତି ୱାର୍କସପରୁ ପ୍ରତି ସପ୍ତାହରେ ପ୍ରାୟ ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି । ଏହି ପ୍ରକାର ଭାବେ ଚାରୋଟି ୱାର୍କସପରେ ପ୍ରାୟ ଦୁଇ କୋଟି ମଶା ଉତ୍ପାଦନ କରାଯାଉଛି । ଚୀନ ତିଆରି କରୁଥିବା ଏହି ମଶା ୱାଲବାଚିଆ ବ୍ୟାକ୍ଟେରିଆରୁ ସୃଷ୍ଟି ହେଉଛନ୍ତି । ଯାହା ବିଭିନ୍ନ ରୋଗ ବ୍ୟାପ୍ତ କରୁଥିବା ମଶାଙ୍କ ସହ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ କରି ଦେଇଥାଏ । ଫଳରେ ରୋଗ ସୃଷ୍ଟିକାରୀ ମଶାଙ୍କ ସଂଖ୍ୟା କମିବାର ଆଶଙ୍କା ରହିଛି । ଏହି ମଶାଙ୍କୁ ପ୍ରଥମେ ଗ୍ବାନଝୌର ଫ୍ୟାକ୍ଟରୀରେ ବ୍ରିଡ କରାଯାଏ ।

ଏହାପରେ ଏମାନଙ୍କୁ ମଶା ବୃଦ୍ଧି ହେଉଥିବା ସ୍ଥାନରେ ଛାଡି ଦିଆଯାଏ । ଏଥିଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ମଶା ସଂଖ୍ୟା ହ୍ରାସ ପାଇଥାଏ । ଆଉ ରୋଗରେ ମଧ୍ୟ ରୋକ ଲାଗୁଛି ବୋଲି ଅନୁଧ୍ୟାନରୁ ଜଣାପଡିଛି । ମଶାଙ୍କ ଉପରେ ଅଙ୍କେ ଗବେଷଣା କରିବା ପରେ ଏମିତି ଏକ ଉପାୟ ଆପଣେଇଛି ଚାଇନା । ଆଗାମୀ ଦିନରେ ସାରା ଦେଶ ମଶାମୁକ୍ତ ହେବ ବୋଲି ଚୀନ ଦାବି କରିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।