Kapil Sharma ଶୋ ର ଏହି 12 ବର୍ଷ ପିଲା ଖଜୁରର Real Life ବିଷୟରେ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

କପିଲ ଶର୍ମାଙ୍କ ଶୋ ରେ ଦମଦାର ଖଜୁର ଙ୍କ ନା ତ ଆପଣ ଶୁଣିଥିବେ । ସେ କାର୍ତ୍ତିକ ଅଟନ୍ତି ଯିଏ ଖଜୁର ର ଜବରଦସ୍ତ କ୍ୟରେକ୍ଟର ପ୍ଲେ କରନ୍ତି। କପିଲ ଙ୍କ ଶୋ ରେ ଧମାଲ କରୁଛନ୍ତି ଏହି ଛୋଟ କଳାକାର ଙ୍କ ସଙ୍ଘର୍ଷ ବିଷୟରେ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। କମେଡି ଶୋ କପିଲ ଶର୍ମା କୁ ଆସିବା ପୂର୍ବରୁ ଦୁଇ ବେଳର ରୁଟି ଖାଇବା ମଧ୍ୟ କଷ୍ଟକର ରହିଥିଲା କାର୍ତ୍ତିକ ଙ୍କ ପାଇଁ। ବିହାର ର ପାଟଣା ର ଗୋଟେ ଛୋଟ ଗାଁ ରେ ରୁହନ୍ତି କାର୍ତ୍ତିକ ରାଜ। କାର୍ତ୍ତିକ ଙ୍କ ପିତା ମୂଲିଆ ଖଟି ଘର ର ଭରଣ ପୋଷଣ କରୁଥିଲେ ।

ତାଙ୍କ ଘରେ ଅତି ଦରିଦ୍ରତା ଥିଲା କି ବହୁତ କଷ୍ଟରେ ୨ ବେଳାର ଖାଇବା ମିଳୁଥିଲା । ଭାତ, ଡାଲି, ତରକାରୀ ହେଲେ ତାକୁ ଭୋଜି ବୋଲି କହୁଥିଲେ କାର୍ତ୍ତିକ। ଏତେ ଗରିବ ହୋଇଥିବା ସତ୍ତ୍ଵେ ବି କାର୍ତ୍ତିକ ଙ୍କ ପିତା ତାଙ୍କୁ ପାଠ ପଢ଼ାଉଥିଲେ । ନିଜ ପେଟ କାଟି ମଧ୍ୟ ତାଙ୍କୁ ପଢ଼ାଉଛନ୍ତି କାର୍ତ୍ତିକ ଙ୍କ ପିତା । କାରଣ ସେ ଜାଣିଥିଲେ କି ଗୋଟେ ଭଲ ଭବିଷ୍ୟ ପାଇଁ ଶିକ୍ଷା କେତେ ମୂଲ୍ୟବାନ ଅଟେ।

କାର୍ତ୍ତିକ ନିଜ ଦାଦା ପୁଅ ଭାଇ ସହିତ ସ୍କୁଲ ଯାଉଥିଲେ କିନ୍ତୁ ପାଠ ପଢାରେ ତାଙ୍କ ମନ ବିଲକୁଲ ଲାଗୁନଥିଲା । ସେ ନିଜର ପୁରା ଦିନ ବସ୍ତିରେ ଛୁଆ ମାନଙ୍କ ସହିତ ଖେଳ କୁଦ ରେ ଶେଷ କରୁଥିଲେ। କାର୍ତ୍ତିକ ଏବଂ ତାଙ୍କ ଭାଇ ଦୁଇ ଜଣଙ୍କୁ ଆକ୍ଟିଂ ରେ ବହୁତ ରୁଚି ରହିଛି। ସେଥିପାଇଁ ସେ ଗୋଟେ NGO ସ୍କୁଲ ରେ ଭର୍ତି ହେଲେ ଯେଉଁଠି ଆକ୍ଟିଂ ଶିଖା ଯାଉଥିଲା । ଦୁଇଜଣ ସେଠି ବହୁତ ସମୟ ପର୍ଯ୍ୟନ୍ତ ଅଭିନୟ ଶିଖିଥିଲେ କିନ୍ତୁ ୨୦୧୩ ରେ କାର୍ତ୍ତିକ ଙ୍କ ଭାଗ୍ୟ ଖୋଲିଯାଇଥିଲା ଏବଂ ତାଙ୍କ ଭର୍ତି ବେଷ୍ଟ କମେଡି ଶୋ ଇଣ୍ଡିଆ ଗ୍ରେଟ ଡ୍ରାମେବଜ ରେ ହୋଇଥିଲା ।

 

ଏହା ପରେ ଟିମ କାର୍ତ୍ତିକ ଏବଂ ଅନ୍ୟ ପିଲାମାନଙ୍କୁ କୋଲକାତା ନେଇଥିଲେ। ସେଠାରେ କାର୍ତ୍ତିକ ଙ୍କୁ ପ୍ରଥମ ଥର ପାଇଁ ଗୋଟେ ବଡ଼ ହୋଟେଲ ର ରୁମ ରେ ଏସି ରୁମ ରେ ରହିବାକୁ ସୁଯୋଗ ମିଳିଥିଲା। ହୋଟେଲ ରେ ମିଳୁଥିବା ଖାଇବାକୁ ସେ ଅଧା ଖାଇ ଅଧା ଲୁଚେଇ ଦେଉଥିଲେ ଏବଂ ବଞ୍ଚିଥିବା ଖାଇବାକୁ ନେଇ ତାଙ୍କ ମା ଙ୍କୁ ଦେଉଥିଲେ ଏବଂ କହୁଥିଲେ କି ମୋ ମାଆ କେବେ ମଧ୍ୟ ବାହାର ଜିନିଷ ଖାଇ ନାହିଁ।

ଏବଂ ମୁଁ ମଧ୍ୟ ଖାଇନଥିଲି ତେଣୁ ମୁଁ ଅଧା ଲୁଚେଇକି ନେଇଯାଏ । ଶୋ ରେ ୬ ନମ୍ବର ରାଉଣ୍ଡ ରେ ପହଞ୍ଚିବା ପରେ କପିଲ ଶର୍ମା ଙ୍କ ନଜର କାର୍ତ୍ତିକ ଙ୍କ ଉପରେ ପଡିଥିଲା । କପିଲ ଙ୍କୁ କାର୍ତ୍ତିକ ଙ୍କ କମେଡି ବହୁତ ପସନ୍ଦ ଆସିଥିଲା। ତାପରେ ସେ କାର୍ତ୍ତିକ ଙ୍କୁ ନିଜ ଶୋ ରେ କାମ କରିବାକୁ ଚାନ୍ସ ଦେଇଥିଲେ । ଏହା ଦ୍ଵାରା ଆଜି କାର୍ତ୍ତିକ ରାଜ ଖଜୁର ନାମ ଦ୍ଵାରା ସମସ୍ତଙ୍କ ହୃଦୟରେ ରହିଛନ୍ତି।

୧୨ ବର୍ଷର କାର୍ତ୍ତିକ ରାଜ ଏବେ ମୁମ୍ବାଇ ରେ ରହୁଛନ୍ତି । ଆକ୍ଟିଂ ସହିତ ନିଜର ପାଠ ମଧ୍ୟ ପଢୁଛନ୍ତି । କାର୍ତ୍ତିକ ରାଜ ଙ୍କ ସଂଘର୍ଷମୟ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଏବଂ କେବେ ମଧ୍ୟ ନିଜ ସ୍ଵପ୍ନ ପୁରଣ କରିବା ପାଇଁ ହାର ମାନନ୍ତୁ ନାହିଁ ସଫଳତା ନିଶ୍ଚିନ୍ତ ଭାବରେ ମିଳିବ । କାର୍ତ୍ତିକ ରାଜ ଖଜୁର ଙ୍କୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।