କେବଳ ପରିଶ୍ରମ କଲେ କିଛି ମିଳିବ ନାହିଁ, ଜୀବନରେ ଧନୀ ହେବାକୁ ଚାହୁଁଥିଲେ ଜାଣି ନିଅନ୍ତୁ ଏହି Secret, ୯୯% ଲୋକଙ୍କୁ ଜଣା ନଥିବ

ନିଜ ଜୀବନକୁ ବଡ଼ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ନିଜର ଚିନ୍ତାଧାରା କୁ ବଡ଼ କରିବାକୁ ପଡ଼ିବ । ଆପଣଙ୍କୁ ଏହି କଥାରେ ଭରସା ହେଉନଥିବ କିନ୍ତୁ ଏହାକୁ ପୁରା ପଢନ୍ତୁ ଆପଣ ନିଜେ ବୁଝିଯିବେ । ଏହା ଡେଭିଡ ସୁଆଚର୍ତ ଙ୍କ ବହି ଦ ମ୍ୟାଜିକ ଅଫ ଥିଙ୍କିଂ ଵିଗ ରୁ ପ୍ରେରିତ । ଯାହାକୁ ଗ୍ରେଟେଷ୍ଟ ବହି ମାନଙ୍କ ଭିତରୁ ଗୋଟେ ବୋଲି କୁହାଯାଇଛି । ଆମ ସଫଳତା ଉପରେ ଆମର ଚତୁରତା, ଆମ ପରିବାର କ୍ଷମତା, ଆମର ଭାଗ୍ୟର ସେତିକି ପ୍ରଭାବ ରହିନଥାଏ ଯେତିକି ଆମ ଚିନ୍ତାଧାରା ର ରହିଛି ।

ଆପଣଙ୍କ ଚିନ୍ତାଧାରା ନିଶ୍ଚିତ କରିଥାଏ କି ଆପଣ ଆପଣଙ୍କ ଜୀବନରେ କେତେ ଆଗକୁ ଯିବେ । କିନ୍ତୁ ଆମର ଚିନ୍ତାଧାରା ଏତେ ସହଜରେ ବଡ଼ ହୋଇନଥାଏ । ନିଜ ଜୀବନରେ କିଛି ବଡ଼ କରିବାକୁ ଯଦି ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆକ୍ସନ ନିଅନ୍ତୁ, ଏଥି ପାଇଁ ଆମେ ଆପଣଙ୍କୁ ଏକ ସତ ଉଦାହରଣ ଦେବୁ ଯେତେବେଳେ ନପିଲିଆନ ବୋନପାଟ ଯୁଦ୍ଧ କ୍ଷେତ୍ରରେ ଥିଲେ ସେତେବେଳେ ତାଙ୍କ ଜେନେରାଲ ତାଙ୍କୁ କହିଥିଲେ କି ଏହା ଉଚିତ ସମୟ ନୁହେଁ ଯୁଦ୍ଧ କରିବାର, ମତେ ଲାଗୁଛି ଆମକୁ ଠିକ ସମୟ ପାଇଁ ଅପେକ୍ଷା କରିବା ଦରକାର ଆଊ ତାପରେ ଆକ୍ରମଣ କରିବ ଉଚିତ ।

ସେଥିରେ ନପୋଲିଆନ କହିଲେ ମୋତେ କିଛି ଫରକ ପଡୁନାହିଁ କି ପରିସ୍ଥିତି କେମିତି ରହିଛି ମୁ ନିଜେ ପରିସ୍ଥିତି ସୃଷ୍ଟି କରେ ପରିସ୍ଥିତି ମତେ ସୃଷ୍ଟି କରେ ନାହିଁ । ଆମକୁ ଏବେ ଆକ୍ରମଣ କରିବାକୁ ପଡ଼ିବ । ମୁ ଅପେକ୍ଷା କରିପାରିବି ନାହିଁ । ଆଊ ପରିସ୍ଥିତି କୁ ଆମେ ବଦଳାଇଦେବା । ଏଥିରୁ ଆମକୁ ଏହା ଶିଖିବାକୁ ମିଳୁଛି କି ଆକ୍ସନ ନେବା ପାଇଁ ଆମକୁ ସମୟର ଅପେକ୍ଷା କରିବାକୁ ପଡ଼ିନଥାଏ । କାରଣ ତାହା କେବେ ମଧ୍ୟ ଆସିବ ନାହିଁ ।

ଆପଣଙ୍କୁ ସବୁବେଳେ ଆକ୍ସନ ନେବାର ଆବଶ୍ୟକ ରହିଛି । କେବଳ ଠିକ ଭୁଲ ନିଷ୍ପତି ଆପଣଙ୍କ କ୍ୟାରିୟର କୁ ବଦଳାଇନଥାଏ କିନ୍ତୁ କୌଣସି ନିଷ୍ପତି ନ ନେବା ଜୀବନ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏବଂ ଠିକ ସମୟକୁ ଅପେକ୍ଷା କରିବାକୁ ଆପଣଙ୍କ ହାତରୁ ସୁଯୋଗ ଚାଲିଯାଇଥାଏ । କଷ୍ଟ କୁ ଡରିବା ଠିକ ନୁହେଁ ବରଂ ତାକୁ ପାର କରିବାପାଇଁ ଆକ୍ସନ ନେବା ଦରକାର ହୋଇଥାଏ । ସବୁବେଳେ କରନ୍ତୁ ପଛଘୁଞ୍ଚା ଦିଅନ୍ତୁ ନାହିଁ ।

ବହୁତ ଥର ଆମେ ଆମର କ୍ଷମତା କଣ ଜାଣି ନଥାଉ ଏବଂ ଅନ୍ୟ ମାନଙ୍କ ସହିତ ସମାନ ହେବାକୁ ଚେଷ୍ଟା କରିଥାଉ ଏହି କାରଣ ପାଇଁ ଆମେ ସବୁବେଳେ ପଛୁଆ ରହି ଯାଇଥାଉ । ଡର ଏବଂ ରିସ୍କ କୁ ନେଇ ନିଜର ଭବିଷ୍ୟତ ଡିସାଇଡ କର ନାହିଁ । ସବୁବେଳେ ନିଜ ଉପରେ ଭରସା ରଖ କି ତୁମେ ନିଶ୍ଚିନ୍ତ ଭାବରେ ସଫଳତା ହାସଲ କରିବ । ଦୁନିଆରେ ଯେତିକି ଲୋକ ସଫଳତା ପାଇଛନ୍ତି ଯଦି ସେ ଏମିତି ଭାବୁଥାନ୍ତି ତେବେ ସେମାନେ ଆଜି କେବେ ବି ଏତିକି ଆଗକୁ ବଢି ପାରିନଥାନ୍ତେ ।

ଯେତେବେଳେ ଆପଣ ଚିନ୍ତା କରିବେ କି ଆପଣ ସବୁ କିଛି କରିପାରିବେ ସେତେବେଳେ ଆପଣଙ୍କ ମୁଣ୍ଡରେ ଉପାୟ ଆସିଥାଏ କି କିପରି ଆପଣ ସବୁ କିଛି କରିପାରିବେ । ତେଣୁ ସବୁବେଳେ ନିଜ ଉପରେ ଭରସା ରଖନ୍ତୁ ଏବଂ ଆକ୍ସନ ନିଅନ୍ତୁ । ନିଜ ସମୟ ସଫଳତା ବ୍ୟକ୍ତି ମାନଙ୍କ ସହିତ ବିତାନ୍ତୁ କାରଣ ଏହା ଦ୍ଵାରା ଆପଣ ମଧ୍ୟ ସଫଳତା ପ୍ରାପ୍ତି କରିପାରିବେ । ନିଜ ସମୟ ଅସଫଳତା ବ୍ୟକ୍ତି ମାନଙ୍କ ସହିତ ନଷ୍ଟ କରନ୍ତୁ ନାହିଁ । ଲୋକ କୁହନ୍ତି ସଫଳତା ପାଇବା ପାଇଁ ଆମକୁ ପରିଶ୍ରମ କରିବାକୁ ପଡେ । ଏବଂ ବାରମ୍ବାର ସଫଳତା ପ୍ରାପ୍ତି କରିବା ପାଇଁ ଚେଷ୍ଟା କରିବା ଦରକାର । ତେଣୁ ଆପଣ ମଧ୍ୟ ନିଜ ଜୀବନକୁ ସହଜ କରନ୍ତୁ ଏବଂ ଆଗକୁ ବଢି ଚାଲନ୍ତୁ ।

ଏହା ଥିଲା କିଛି କଥା ଯାହା ଜୀବନକୁ ବଦଳାଇବାରେ ସାହାଯ୍ୟ କରିବ ତେବେ ଆପଣଙ୍କ ମତାମତ ଆମକୁ କମ୍ମେନ୍ଟ ରେ ଜାଣନ୍ତୁ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।