ଘରର ମୁଖ୍ୟ ଦ୍ଵାରରେ ଏହି 5 ଜିନିଷ ମଧ୍ୟରୁ ଯଦି ଅଛି ଗୋଟେ ବି ଜିନିଷ, ତ ଘରେ ପ୍ରବେଶ କରନ୍ତି ନାହିଁ ମା ଲକ୍ଷ୍ମୀ

କହିବାକୁ ଗଲେ ଘରର ମୁଖ୍ୟ ଦ୍ଵାରରେ ଯଦି ଆପଣ ଏହି ଜିନିଷ ଗୁଡିକ ମଧ୍ୟରେ କୌଣସି ଗୋଟିଏ ଜିନିଷ ବି ରଖିଛନ୍ତି ତେବେ ମାତା ଲକ୍ଷ୍ମୀ କେବେ ବି ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ । ଟଙ୍କା ଆପଣଙ୍କ ଘରକୁ ଆସିବ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଘରର ମୁଖ୍ୟ ଦ୍ଵାର କିମ୍ବା ତାହାର ଆଖପାଖରେ ରଖିବା ଉଚିତ ନୁହେଁ । କିନ୍ତୁ ପ୍ରାୟତଃ ଲୋକମାନେ ଏହି ଜିନିଷ ଗୁଡିକ ବିଷୟରେ ଜାଣି ନାହାନ୍ତି ।

ଆଜି ଆମେ ଆପଣଙ୍କୁ ସେହି ଜିନିଷ ଗୁଡିକ ବିଷୟରେ କହିବୁ ଯାହାକୁ ଭୁଲରେ ବି ଘର ସାମ୍ନାରେ ରଖିବା ଉଚିତ ନୁହେଁ । ଘରର ମୁଖ୍ୟ ଦ୍ଵାରରେ କେବେ ବି ମାତା ଲକ୍ଷ୍ମୀଙ୍କ ଫଟୋ ରଖିବା ଉଚିତ ନୁହେଁ ।

ଯଦି ଆପଣ ଏହିଭଳି କରୁଛନ୍ତି ତେବେ ମାତା ଲକ୍ଷ୍ମୀ ଘରର ମୁଖ୍ୟ ଦ୍ଵାରରୁ ହିଁ ଚାଲି ଯାଆନ୍ତି । ମାତା ଲକ୍ଷ୍ମୀଙ୍କ ଫଟୋକୁ ଆପଣ ଘରର ମନ୍ଦିରରେ ସ୍ଥାପନା କରି ପାରିବେ । କହିବାକୁ ଗଲେ ମାତା ଲକ୍ଷ୍ମୀଙ୍କର ସ୍ଥାନ ଘର ଭିତରେ ଥାଏ ନା ହିଁ କି ଘରର ଦ୍ଵାରରେ । ସେଥିପାଇଁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡିବ ।

ଏହା ସହିତ ଘରର ମୁଖ୍ୟ ଦ୍ଵାରରେ କିମ୍ବା ତାହାର ଆଖପାଖରେ ଅଳିଆ ଆବର୍ଜନା ପକାଇବା ଉଚିତ ନୁହେଁ । ଯଦି ଆପଣ ଅଳିଆ ଆବର୍ଜନା ପକାଉଛନ୍ତି ତେବେ ଆପଣ ଘରେ ନକାରତ୍ମକ ପରିଣାମ ଦେଖିବେ । ଏମିତିରେ ଯଦି ଆପଣ ଘରେ ସକାରାତ୍ମକ ପରିଣାମ ଦେଖିବାକୁ ଚାହୁଁଛନ୍ତି ତେବେ ଘର ଭିତର ଓ ବାହାର ସବୁବେଳେ ପରିଷ୍କାର କରଖନ୍ତୁ ।

ଏହା ଛଡା କେତେକ ଲୋକମାନେ ଘରର ସୁନ୍ଦରତା ବଢାଇବା ପାଇଁ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଫୁଲ ଗଛ ଲଗାଇ ଦିଅନ୍ତି, କିନ୍ତୁ ଏହା ବି ଆପଣଙ୍କର କ୍ଷତି କରିପାରେ । ଭୁଲରେ ବି ଏହିଭଳି ଗଛ ଯେଉଁଥିରେ ଫୁଲ ତ ଫୁଟୁଥିବ କିନ୍ତୁ ତାହା ଗୋଟିଏ ଦିନ ମଧ୍ୟରେ ଶୁଖି ଯାଉଥିବ ସେହିଭଳି ଫୁଲ ଗଛକୁ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତୁ ନାହିଁ । ଏହି ସବୁ ଗଛ ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

ଏହା ଛଡା ଘରର ମହିଳାମାନେ ସନ୍ଧ୍ୟା ସମୟରେ କିମ୍ବା ରାତିରେ କେବେ ବି ଘରର ମୁଖ୍ୟ ଦ୍ଵାର ସାମ୍ନାରେ ବସନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଘରେ ସବୁବେଳେ ଦରିଦ୍ରତା ରହିଥାଏ । ଏହା ସହିତ ସେହି ଲୋକକୁ କୌଣସି ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ସେଥିପାଇଁ ଏହିଭଳି କାର୍ଯ୍ୟ ସବୁ କରନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।