ପସନ୍ଦ କରନ୍ତୁ ଗୋଟିଏ କାର୍ଡକୁ ଓ ଜାଣନ୍ତୁ ନିଜର ନିକଟ ଭବିଷ୍ୟରେ କଣ ହେବାକୁ ଯାଉଛି

ସାଧାରଣ ଆପଣ ମାନେ ଟାରୋକର୍ଡ ବିଷୟରେ ଅଳ୍ପ ବହୁତ ଜାଣିଥିବେ । ଜ୍ୟୋତିଷ ବିଦ୍ୟାର ଇତିହାସରେ ମିସର ଦେଶର ଟାରୋ କାର୍ଡ ବିଦ୍ୟା ସବୁଠୁ ପୁରୁଣା ଓ ସଠିକ ବୋଲି କୁହାଯାଏ । ଏହାର ବିଶେଷତ୍ଵ ହେଲା କି ଆପଣଙ୍କୁ ଭବିଷ୍ୟତ ଜାଣିବା ପାଇଁ ଆପଣଙ୍କର ଜନ୍ମ ତିଥି କିମ୍ବା ଜନ୍ମ ସମୟର ଆବଶ୍ୟକ ପଡି ନ ଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ୪ ଟି ଟାରୋ କାର୍ଡ ଦେଖାଇବୁ ଆପଣଙ୍କୁ ଏଥିରୁ ଗୋଟିଏ କାର୍ଡକୁ ପସନ୍ଦ କରିବାକୁ ହେବ ।

ଆପଣଙ୍କ ଏହି ପସନ୍ଦିତା କାର୍ଡ ଦ୍ଵାରା ଆପଣ ନିଜ ଭବିଷ୍ୟତ ବିଷୟରେ ଜାଣି ପାରିବେ । ତେବେ ପସନ୍ଦ କରନ୍ତୁ ଗୋଟିଏ କାର୍ଡକୁ ଆଉ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ ବିଷୟରେ ।

ପ୍ରଥମ କାର୍ଡ

ଏହି କାର୍ଡ ଦି ଇମ୍ପରେଶ ଅଟେ ଓ ଏହାର ମୁଣ୍ଡରେ ୧୨ଟି ତାରା ଅଛି । ଯାହାକି ବର୍ଷକ ବାର ମାସକୁ ଦର୍ଶାଉଛି  । ତାହାର ଭାରି ବକ୍ଷ ସ୍ତଳ ନାରୀତ୍ଵ ମାତୃତ୍ଵ ପ୍ରତୀକ ଅଟେ । ତଳ ପଟେ ଦେଖାଯାଉଥିବା ଚନ୍ଦ୍ରର ଚିହ୍ନ ପ୍ରଜନନ କ୍ଷମତା ଓ ସୋଭାଗ୍ୟ ବିକାଶର ପ୍ରକାଶ କରୁଛି । ଏହି କାର୍ଡକୁ ପସନ୍ଦ କରିବାର ଅର୍ଥ ଆପଣ ଆପଣଙ୍କ ବିଚାରରେ ଉଦାରତା ଓ ଖୁସ ମିଜାଜର ବ୍ୟକ୍ତି ଅଟନ୍ତି । ଭବିଷ୍ୟତରେ ସମସ୍ତ କଥାକୁ ନେଇ ଆପଣ ସକାରତ୍ମକ ରହିଥାନ୍ତି ।

ସେଥିପାଇଁ ଆସୁଥିବା ସମୟରେ ଆପଣଙ୍କ ପାଇଁ ସଫଳତାର ରାସ୍ତା ଖୋଲା ରହିବ । ଆପଣ ଆପଣଙ୍କ ପିଲାମାନଙ୍କୁ ବହୁତ ଯତ୍ନ କରନ୍ତି ଓ ଭଲ ପାଆନ୍ତି । କିନ୍ତୁ ବେଳେ ବେଳେ ଏହି ପ୍ରେମ ଏତେ ଅଧିକ ହୋଇଯାଏ କି ଯାହା ପିଲାମାନଙ୍କୁ ପସନ୍ଦ ହୁଏ ନାହିଁ । ଏଥିପାଇଁ ଏମାନେ ଦୂର ହେବାକୁ ଚେଷ୍ଟା କରନ୍ତି । ପୁରୁଷ ମାନଙ୍କପାଇଁ ଏହା ପିତା ହେବା ବାପା ହେବା ଓ ଜୀବନରେ କିଛି ନୂଆ କରିବାର ଦର୍ଶାଉଛି ।

ଦ୍ଵିତୀୟ କାର୍ଡ

ଦି ମୁନ କାର୍ଡରେ ପ୍ରକୃତି ସହିତ ଚନ୍ଦ୍ରର ପ୍ରଭାବ ଲୋକଙ୍କ ଉପରେ ଆଧିକ ହୋଇଥାଏ । ଏହି କାର୍ଡକୁ ପସନ୍ଦ କରିବାର ଅର୍ଥ କିଛି ସକାରତ୍ମକ ଓ କିଛି ନକାରତ୍ମକ ଜିନିଷ ଆଡକୁ ସଂକେତ ଦେଇଥାଏ । ଏହି କାର୍ଡ ଆପଣଙ୍କୁ ରଚନାତ୍ମକ ଭାବନକୁ ପ୍ରକାଶ କରିଥାଏ । ଏହା ଆପଣଙ୍କର ପାର୍ଟନର କିମ୍ବା କୌଣସି ବ୍ୟକ୍ତିକୁ ନେଇ ଥିବା ଇର୍ଷା  ଭାକୁ ବି ଦର୍ଶାଇ ଥାଏ । ନିକଟ ଭବିଷ୍ୟତରେ ଏହା ଅଧିକ ହୋଇପାରେ ।

ଆପଣ କୌଣସି ବ୍ୟକ୍ତି ଉପରେ କ୍ରୋଧ କରିପାରନ୍ତି ।  ଭବିଷ୍ୟତରେ କୌଣସି ନିଷ୍ପତି ନେବା ପୂର୍ବରୁ ତାହାର ପରିଣାମ ବିଷୟରେ ଚିନ୍ତା କରିବା ଉଚିତ । ଏହା ଆପଣଙ୍କର ନିଶ୍ଚିତ ସଫଳତାକୁ କିମ୍ବା ଅସଫଲତାକୁ ଦର୍ଶାଇଥାଏ ।

ତୃତୀୟ କାର୍ଡ

ଦି ହାଇପରିଷ୍ଟ କାର୍ଡ ମିଶ୍ର ଦେବତା କିମ୍ବା ରହସ୍ୟ ମାୟା ଆତ୍ମାର ରକ୍ଷକ ଏହା ଆତ୍ମାର ମୁକ୍ତି ଦାତା ଅଟେ । ଯାହାକି କର୍ମ ଅନୁସାରେ ଫଳ ଦେଇଥାଏ । ଏହାକୁ ପରିଦର୍ଶକ ମଧ୍ୟ କୁହାଯାଇଥାଏ । ଏହି କାର୍ଡ ନ୍ୟାୟର ସୂଚକ ହୋଇଥାଏ ଅର୍ଥାତ ଯେମିତି କରିବେ ସେମିତି ଫଳ ପାଇବେ । ଯଦି ଆପଣ ଭଲ କର୍ମ କରିଥିବେ ଭଲ ଫଳ ପାଇବେ ଯଦି ଆପଣ ଖରାପ କର୍ମ କରିଥିବେ । ତେବେ ଆପଣ ଖରାପ ଫଳ ପାଇବେ । ସେଥିପାଇଁ ଆପଣକୁ ଯାହା ବି ମିଳୁଛି ତାହାକୁ କର୍ମ ଫଳ ଭାବି ସ୍ଵୀକାର କରିବା ଉଚିତ ।

ଚତୁର୍ଥ କାର୍ଡ

ଦି କ୍ରାଉନ ଏହି କାର୍ଡ ଜିତିବାର ସଂକେତ ଦେଉଛି । ଜୀବନରେ ଖରାପ ସମୟର ଅନ୍ତ ହେବାକୁ ଯାଉଛି । ଆପଣ ବିଜେତା ଭଳି ସାମ୍ନାକୁ ଆସିବେ । ସୂର୍ଯ୍ୟ ଭଳି ଆପଣଙ୍କର ଜୀବନ ପ୍ରକାଶ ମୟ ହୋଇଯିବ । ଆଜି ପର୍ଯ୍ୟନ୍ତ ଆପଣ ବ୍ୟକ୍ତି ଗତ ଜୀବନରେ ଯେତିକି ଲଢେଇ ଲଢିଛନ୍ତି ଓ ଆପଣଙ୍କର ସବୁ ଦୁଖ ଚିନ୍ତା ଦୂର ହୋଇ ଖୁସି ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ । ଭାଗ୍ୟର ପୁରା ସାଥ ମିଳିବ । ଆପଣଙ୍କର ପୁରା ସଫଳତା ମିଳିବ । ଆପଣଙ୍କର ସବୁ ଶତ୍ରୁ ଉଭେଇ ଯିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।