Student କୁ ଯେତେବେଳେ କପି ପଡିବା ପଡିଗଲା ମହଙ୍ଗା ! ଧରା ପଡିବା ପରେ କଣ ହେଲା….ଦେଖନ୍ତୁ ଏହି Video

ଗତ କିଛି ବର୍ଷ ଧରି ପାଠପଢା ଠାରୁ ଆରମ୍ଭ ପରୀକ୍ଷା ଶୈଳୀରେ ବହୁତ ପରିବର୍ତ୍ତନ ଆସିଛି । ଅନେକ କିଛି ପରିବର୍ତ୍ତନ ହେବା ସତ୍ତ୍ୱେ ପରୀକ୍ଷାରେ କପି କରିବା ଉପାୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ବର୍ଷ ବର୍ଷ ଧରି ଚାଲି ଆସିଥିବା ଏହି କପି ପ୍ରଥାରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଛାତ୍ର ଛାତ୍ରୀଙ୍କ ଏମିତି କିଛି ରୋମାଞ୍ଚକ କପି ଶୈଳୀ ବିଷୟରେ ଜାଣିବା ଯାହା ଆପଣ କେବେ ଚିନ୍ତା ବି କରି ନଥିବେ ।

ଅନଲାଇନ କ୍ଳାସ ପିଲାଙ୍କୁ ଅଳସୁଆ କରିବା ସହ ବୁଦ୍ଧିହୀନ ମଧ୍ୟ କରି ସାରିଲାଣି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖି ପରୀକ୍ଷକ ବି ମୁଣ୍ଡ ପିଟି ଦେଇଥିବେ । ସିଏସଇ ର ଅନଲାଇନ ମୌଖିକ ପରୀକ୍ଷାରେ ରିତେଶ ନାମକ ଏହି ଛାତ୍ରଙ୍କୁ ପଚରା ଯାଇଥିଲା, ‘what is virtualization ?’ ପ୍ରଶ୍ନ ଶୁଣି ରିତେଶ ତୁରନ୍ତ ଗୁଗୁଲରେ ସର୍ଚ୍ଚ କରି ଉତ୍ତର ଦେବାକୁ ଲାଗିଲେ ।

କିନ୍ତୁ ସେ ଭୁଲି ଯାଇଥିଲେ କି ତାଙ୍କ ସ୍କ୍ରିନ ଶେୟାର କରାଯାଇଛି । ଯାହା ତାଙ୍କୁ ପରୀକ୍ଷକ କହିବା ପରେ ସେ ଜାଣି ପାରିଥିଲେ । ଅର୍ଥାତ ସେ ନିଜ କମ୍ପ୍ୟୁଟରରେ ଯାହା ଆକ୍ଟିଭିଟି କରୁଥିଲେ ତାହା ତାଙ୍କ ଟିଚର ମଧ୍ୟ ଦେଖି ପାରୁଥିଲେ । ଇଏ ତ କପି କରିବାରେ ବି ଫେଲ ।

ସେହିପରି ୨୦୨୧ ରେ ହରିୟାଣା ଟିଚର ଏଲିଜିବିଲିଟି ଟେଷ୍ଟ (HTET) ପରୀକ୍ଷା ଦେବାକୁ ଆସିଥିବା ଭାବି ଟିଚର କପି କରି ଧରା ପଡିଥିଲେ । ସେ କପି କରୁଥିବା ବେଳେ କ୍ୟାମେରାରେ ଧରା ପଡି ଯାଇଥିଲେ । ସେହିପରି ୨୦୧୭ ରେ ଅହମ୍ମଦାବାଦରେ ଜୁନିୟର କ୍ଳର୍କ ପରୀକ୍ଷା ସମୟରେ ନିଜ ଉତ୍ତର ଖାତା ତଳେ କପି ରଖି କପି କରୁଥିବା ବେଳେ ଧଳା ସାର୍ଟ ପିନ୍ଧିଥିବା ଏହି ଛାତ୍ରଙ୍କୁ ଧରା ଯାଇଥିଲା ।

ତାଙ୍କ ପାଖରେ ବସିଥିବା ଜଣେ ଝିଅ ଏହାକୁ ବିରୋଧ କରିଥିଲେ ଓ ତା’ପରେ ସମସ୍ତେ ମିଶି ଟାଙ୍କି ବିରୋଧ କରିଥିଲେ । କିନ୍ତୁ ଧରାପଡିବା ଭୟରେ ସେ ନିଜ କପି ଚିଟ୍ କୁ ଚୁଇଙ୍ଗମ ଭଳି ଚୋବେଇ ଝରକା ବାଟେ ଫୋପାଡି ଦେଇଥିଲେ । ହେଲେ ଏହି ସମୟର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା ।

କପି ବା ଚିଟିଙ୍ଗ କେବଳ ପରୀକ୍ଷାରେ ନୁହେଁ ବରଂ ଜୀବନର ପ୍ରାୟ ପ୍ରତ୍ଯେକ ସ୍ଥିତିରେ ଅନେକ ଲୋକ ଚିଟିଙ୍ଗ କରିଥାନ୍ତି । କିଛି ପିତାମାତାଙ୍କ ସ୍ଵପ୍ନ ଥାଏ କି ତାଙ୍କ ପୁଅ ସରକାରୀ ଚାକିରି କରୁ । କିନ୍ତୁ ହରିୟାଣାର ଏହି ଛାତ୍ରଙ୍କୁ ଜଣାଥିଲା କି ତାଙ୍କ ଉଚ୍ଚତା ଦୁଇ ଇଞ୍ଚ କମ୍ ଅଛି ତେଣୁ ଏହା ସମ୍ଭବ ନୁହେଁ ।

ଶାରୀରିକ ମାପଦଣ୍ଡ ପରୀକ୍ଷାରେ ନିଜ ମୁଣ୍ଡରେ ଏମିତି ଏକ ୱିଗ ଲଗେଇ ଯାଇଥିଲେ ଯାହାଦ୍ୱାରା ତାଙ୍କ ଉଚ୍ଚତା ଅଧିକ ହୋଇଯିବ । କିନ୍ତୁ ଦୁଇ ମିନିଟରେ ତାଙ୍କର ଚିଟିଙ୍ଗ ଧରା ପଡି ଯାଇଥିଲା ।

ଚିଟ୍ ବନେଇ ତ ସାଧାରଣ ପରୀକ୍ଷାର୍ଥୀ କପି କରନ୍ତି କିନ୍ତୁ ଲିଜେଣ୍ଡ ମାନେ ତ ନିଜକୁ ହିଁ କପି ଚିଟ୍ ବନେଇ ଦିଅନ୍ତି । ଏହି ଧୁରନ୍ଧର ଚିଟର୍ ମାନେ ନିଜ ଦେହରେ କେଉଁଠି ନା କେଉଁଠି କପି ଲେଖି ପରୀକ୍ଷା ଦେବାକୁ ପହଞ୍ଚି ଯାଆନ୍ତି । ପରୀକ୍ଷା ଦେବା ସମୟରେ ଏହି ଯୁବତୀଙ୍କ ଉପରେ ପରୀକ୍ଷକଙ୍କର ସନ୍ଦେହ ହୋଇଥିଲା । ତାଙ୍କୁ ସାଇଡରେ ନେଇ ପଚରାଉଚରା କରାଗଲା ଓ ଯାଞ୍ଚ ମଧ୍ୟ କରାଗଲା, କିନ୍ତୁ ତାଙ୍କ ପାଖରୁ କୌଣସି ଚିଟ୍ ମିଳି ନଥିଲା ।

କିନ୍ତୁ ଭଲରେ ଯାଞ୍ଚ କରିବା ପରେ ଜଣାପଡିଲା କି ଇଏ ତ ନିଜେ କପିର ଦୋକାନ । ସେ ନିଜ ଦୁଇ ଗୋଡରେ ହିଁ ଫୁଲ କରି କପି ଲେଖି ଆଣିଥିଲେ । ଆପଣଙ୍କୁ କାହାର କପି କରିବା ଷ୍ଟାଇଲ ସବୁଠୁ ଅଜବ ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।