ସିଂହ ରାଶି (Leo) ମଇ 2022 ମାସିକ ରାଶିଫଳ, ଦେଖନ୍ତୁ ମାସଟି ଆପଣଙ୍କ ପାଇଁ କେମିତି କଟିବ ଓ କିପରି କରିବେ ଅଶୁଭ ଖଣ୍ଡନର ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ବ୍ୟକ୍ତିଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାନ୍ତି । ତେଣୁ ବ୍ୟକ୍ତିଙ୍କ ଜନ୍ମ ସମୟରୁ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଓ ଚଳନକୁ ଆଧାର କରି ବ୍ୟକ୍ତିଙ୍କ କୁଣ୍ଡଳୀ ପ୍ରସ୍ତୁତ କରା ଯାଇଥାଏ । ଏଥିରୁ ବ୍ୟକ୍ତିଙ୍କ ଭବିଷ୍ୟ ବିଷୟରେ ଅନେକ କିଛି ଜାଣି ହୁଏ । ଆଜି ଆମେ ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ସିଂହ ରାଶିର ଜାତକଙ୍କ ପାଇଁ ଆସନ୍ତା 2022 ମଇ ମାସଟି କିପରି କଟିବ ତାହା ନେଇ ଆସିଛୁ । ଏହାସହ ଜାଣନ୍ତୁ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିପାରିବେ ।

ସିଂହ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟଦେବ । ତେଣୁ ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି କମଳା ଏବଂ ହଳଦିଆ । ଏହି ରଙ୍ଗର ବସ୍ତୁ ପ୍ରୟୋଗ ଦ୍ଵାରା ବା ବସ୍ତ୍ର ପରିଧାନ କରିବା ଦ୍ଵାରା ଯେକୌଣସି କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହୋଇଥାଏ । ରାଶିର ଶୁଭବାର ହେଉଛି ରବିବାର ଓ ବୁଧବାର । ରାଶିର ଶୁଭଦେବତା ହେଉଛନ୍ତି ସୂର୍ଯ୍ୟଦେବ ଏବଂ ଶୁଭଦେବୀ ହେଉଛନ୍ତି ମାର୍ତୁଣ୍ଡି । ବ୍ରତ ଉପବାସ ବାର ହେଉଛି ରବିବାର ଏବଂ ମଙ୍ଗଳବାର ।

ଏହିଦିନ ବ୍ରତ ରଖିବା ଦ୍ଵାରା ସବୁ ମନୋସ୍କାମନା ପୂରଣ ହୋଇଥାଏ । ଶୁଭ ସଂଖ୍ୟା ହେଉଛି ୧ । ପ୍ରତ୍ଯେକ ମାସର ୧, ୧୦, ୧୯ ଓ ୨୮ ତାରିଖ ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ନିଶ୍ଚୟ ସଫଳ ହେବେ ।

ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆସନ୍ତା ମଇ ମାସଟି ମଧ୍ୟମ ଧରଣର ଫଳ ନେଇ ଆସିବ । ଚାକିରି କ୍ଷେତ୍ରରେ କିଛିଟା ପରିବର୍ତ୍ତନ ହେବ । ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ଫଳ ପ୍ରାପ୍ତି ହେବ । କିନ୍ତୁ କ୍ଯାରିୟର ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ । ଚାକିରି କ୍ଷେତ୍ରରେ କିଛି ଅବରୋଧ ଆସିପାରେ । ଅବଶ୍ୟ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ ହେବ । ବିଦେଶ ସମ୍ବନ୍ଧିତ କାର୍ଯ୍ୟରେ ଆପଣ ସଫଳତା ପାଇବେ ।

ମାସର ଉତ୍ତାରାର୍ଦ୍ଧରେ ବ୍ୟବସାୟରେ ଜଡିତ ବ୍ୟକ୍ତିଙ୍କୁ ଉତ୍ତମ ଲାଭ ପ୍ରାପ୍ତ ହେବ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବନ୍ଧୁ ମିତ୍ରଙ୍କ ସହଯୋଗରୁ ଅଟକି ଥିବା କାର୍ଯ୍ୟରେ ଗତି ଆସିବ । ଆପଣନଙ୍କ ଆତ୍ମବିଶ୍ଵାହରେ ମଧ୍ୟ ବୃଦ୍ଧି ହେବ । ସେହିପରି ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ।

କିନ୍ତୁ କିଛି ବ୍ୟକ୍ତିବିଶେଷଙ୍କ ପାଇଁ ଆର୍ଥିକ ସ୍ଥିତି ବେଶ ଅନୁକୂଳ ରହିବ । ସମାଜରେ ମାନ ସମ୍ମାନ ଓ ପଦବୀରେ ମଧ୍ୟ ବୃଦ୍ଧି ହୋଇପାରେ । ପ୍ରେମ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ଉତ୍ତମ ଅନୁକୂଳ ରହିଛି । କିଛି ବ୍ୟକ୍ତିଙ୍କ ପାଇଁ ପ୍ରେମ ବିବାହାର ସମ୍ଭାବନା ମଧ୍ୟ ରହଛି । ବୈବାହିକ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ପରିବଫ୍ର୍ରା ସଦସ୍ୟଙ୍କ ମନରେ ପ୍ରେମ ଓ ସହଯୋଗ ଭାବ ଉତ୍ପନ୍ନ ହେବ । କିନ୍ତୁ ବାହାର ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ଅନ୍ଯଥା ପରିବାରରେ ବାଦବିବାଦ ସୃଷ୍ଟି ହୋଇପାରେ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ନମସ୍କାର କରି ଜଳ ଅର୍ଘ୍ୟ ଦିଅନ୍ତୁ । ଦେଖିବେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।