ଭଡାଟିଆଙ୍କ ପାଇଁ ବଡ ଖବର ! ଘର ଭଡା (House Rent) ପାଇଁ ଆଉ ହେବ ନାହିଁ କଳି, ଘର ଭଡା ଦେଇ ନ ପାରିଲେ….ନିଶ୍ଚୟ ଦେଖନ୍ତୁ

ପ୍ରାଇଭେଟ ହେଉ ବା କମର୍ଶିଆଲ ଆଜିକାଲି ଭଡା ଟଙ୍କାକୁ କେନ୍ଦ୍ର କରି ତୁମୁଳ କାଣ୍ଡ ସବୁ ଘଟିଯାଉଛି । ଏହିସବୁ ସିଭିଲ ମାମଲାରେ ପୋଲିସ ଅତ୍ୟଧିକ ହସ୍ତକ୍ଷେପ କରୁ ନଥିବା ବେଳେ ମାମଲା ସିଧା କୋର୍ଟକୁ ଯାଉଛି । ବାରମ୍ବାର ପୋଲିସ ସିନିଯର ସିଟିଜେନ ମିଟିଂରେ ଏଭଳି ଅଭିଯୋଗ ଆସୁଛି । ଏହାର ସମାଧାନ ପାଇଁ ଖୁବ ଶୀଘ୍ର ରାଜ୍ୟରେ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ଲାଗୁ କରିବା ପାଇଁ ଦାବି ହୋଇଛି । ଏହାଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଇନଗତ ବୁଝାମଣା ରହିବା ସହ ପଡି ରହିଥିବା ମାମଲା ଗୁଡିକର ତ୍ଵରିତ ସମାଧାନ ହୋଇପାରିବ ।

ଏଥର ଘରଭଡା କଳି ସୁଧାରିବ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ । ଘର ମାଲିକ ଓ ଭଡାଟିଆଅଙ୍କ ମଧ୍ୟରେ ଏବେଠୁ ଲିଖିତ ବୁଝାମଣା ହେବ । ଯାହାଫଳରେ କୋର୍ଟରୁ ମାକିବ ସିଭିଲ କେସ୍ ର ବୋଝ । ଯେଉଁ ହାଉସ ରେଣ୍ଟ ଆକ୍ଟ ପୂର୍ବରୁ ଥିଲା ତାହାକୁ ପୁନଃ ପ୍ରଚଳନ କରାଯାଏ କିମ୍ବା ନୂଆ ଆକ୍ଟ ଲାଗୁ କରାଯାଏ ତେବେ ଏଥିପାଇଁ ଉଭୟ ଘର ମାଲିକ ଏବଂ ଭଡାଟିଆ ମାନେ ଉପକୃତ ହେବେ । ଏହାସହ ସିଭିଲ କୋର୍ଟରେ କେସ୍ କମିଯିବ ଓ ପ୍ରକୃତ ସିଭିଲ ମାମଲା ଗୁଡିକ ଶୀଘ୍ର ଫଇସଲା ହେବା ପାଇଁ ବାଟ ଖୋଲିବ ।

କେନ୍ଦ୍ର ସରକାରଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ମଡେଲ ଟେନାନ୍ସି ଆକ୍ଟକୁ ତୁରନ୍ତ ଏହା ଅଧ୍ୟାଦେଶ ଜରିଆରେ ରାଜ୍ୟରେ ଲାଗୁ କରିବାକୁ କୁହାଯାଇଛି । ଏହି ନୂଆ ଆଇନ ମୁତାବକ ଘର ମାଲିକ ୨ ମାସରୁ ଅଧିକ ଅଗ୍ରୀମ ଭଡା ନେଇପାରିବେ ନାହିଁ । ଅନ୍ୟପକ୍ଷରେ ଭଡାଟିଆ ଯଦି ନିଯମରେ ଖିଲାପ କରନ୍ତି ତେବେ ତାଙ୍କ ଠାରୁ ଚାରିଗୁଣା ଭଡା ଅସୁଲ ହୋଇପାରିବ ।

୨୦୧୯ ରେ ଆସିଥିବା ଏହି ଅଧିନିୟମ ଅନୁଯାୟୀ ପ୍ରପର୍ଟି ବଜାର ଆଗେଇବା ସହ ଲାଗି ରହିଥିବା ବିବାଦର ସମାଧାନ ହୋଇପାରିବ । ବର୍ତ୍ତମାନ ଯାହା ସବୁ ପରିସ୍ଥିତି ଦେଖା ଦେଉଛି ଏପରି ବେଳେ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି । ଏହା ଉଭୟ ଘର ମାଲିକ ଓ ଭଡାଟିଆଙ୍କ ପାଇଁ ସୁବିଧା ହେବ । ନଚେତ ଏଥିଯୋଗୁଁ କୋର୍ଟରେ ମଧ୍ୟ ଅଯଥା କେସ୍ ଚାପ ବଢୁଛି ।

ଏନେଇ ଆଇନ ବିଭାଗକୁ ଅବଗତ କରା ଯାଇଥିବା ବେଳେ ଖୁବ ଶୀଘ୍ର ପ୍ରାଧିକରଣ, ପୃଥକ ରିବୁନାଲ ଓ କୋର୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ଆସିବ ବୋଲି କୁହାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।