ପାରଳାଖେମୁଣ୍ଡି ACFO ଡେଥ୍ ମିଷ୍ଟ୍ରି: କଣ ପାରଳା ପ୍ୟାଲେସ ପରି ଅଟକିଯିବ ସୌମ୍ୟଙ୍କ ମୃତ୍ୟୁ ମାମଲା? ମୁହଁ ଖୋଲିଲେ ପାରଳାଖେମୁଣ୍ଡି ବିଧାୟକ, ଦେଖନ୍ତୁ Video

ଆଉ ମାତ୍ର ୫ ଦିନରେ ACFO ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁକୁ ମାସେ ପୁରିଯିବ । କିନ୍ତୁ ମୃ-ତ୍ୟୁ ର-ହ-ସ୍ୟ ଉପରୁ ପରଦା ଉଠିବା ବଦଳରେ ଦିନକୁ ଦିନ ଏହା ଅଡୁଆ ସୂତା ପରି ଛନ୍ଦି ହୋଇଯାଉଛି । ଗତ ୨୫ ଦିନ ହେବ ପୋଲିସ ମୁହଁରୁ ଗୋଟିଏ କଥା ହିଁ ଶୁଣିବାକୁ ମିଳୁଛି ଯେ, ତଦନ୍ତ ପରେ ହିଁ ସବୁ ସ୍ପଷ୍ଟ ହେବ ।

କିନ୍ତୁ ପ୍ରଶ୍ନ ଉଠୁଛି ପୋଲିସ ଏହି ରହସ୍ୟ ଉପରୁ ପରଦା ଉଠାଇବାରେ ସଫଳ ହେବ ତ ? ନା ପାରଳା ପ୍ୟାଲେସ ଘଟଣା ଭଳି ସୌମ୍ୟଙ୍କ ଘଟଣା ମଧ୍ୟ ଚାପି ହୋଇ ରହିଯିବ ? ଏବେ ଏହିଭଳି ପ୍ରଶ୍ନ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ । ତଦନ୍ତକାରୀ ଦଳ ବିଦ୍ୟାଭାରତୀଙ୍କ ଘରକୁ ଯାଇ ସେଠାରେ କଣ ପଚରା ଉଚରା କରୁଛି ସେ ନେଇ ପୋଲିସ କୌଣସି ସଠିକ ସୂଚନା ଦେଉ ନାହିଁ । ଏହି ସମ୍ପର୍କରେ ଗ-ଣ-ମା-ଧ୍ୟ-ମ-କୁ କିଛି କହିବାକୁ ସିଧାସଳଖ ମନା କରି ଦେଇଛି ପୋଲିସ ଟିମ ।

ତଦନ୍ତ ସରିଲେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ଗୋଟିଏ କଥା ଦୋହରାଉଛି ପୋଲିସ । ପାରଳାଖେମୁଣ୍ଡି ବିଧାୟକ ସିଧାସଳଖ କହିଛନ୍ତି କି, ଏହି ଘଟଣାର ମୁ-ଖ୍ୟ ଅ-ଭି-ଯୁ-କ୍ତ କୁହା ଯାଉଥିବା DFO ସଂଗ୍ରାମ କେଶରୀ ବେହେରାଙ୍କୁ ସରକାର ସୁରକ୍ଷା ଦେଉଛନ୍ତି । ତାଙ୍କୁ ନିଲମ୍ବନ କରିବା ତ ଦୂର ଅନ୍ୟତ୍ର ବଦଳି ମଧ୍ୟ କରାଯାଉ ନାହିଁ । ଏଭଳି ସ୍ଥିତିରେ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

ଆଜି ପର୍ଯ୍ୟନ୍ତ ପୋଲିସ କେବଳ ବାହାନା କରି ଆସୁଛି । ସୌମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା ହୋଇଛି ଗଜପତିରେ କିନ୍ତୁ ପୋଲିସ ତଦନ୍ତ କରୁଛି ବାଲେଶ୍ଵର, ମୟୂରଭଞ୍ଜ ଓ ବଲାଙ୍ଗୀରରେ । ପୋଲିସର ଏପରି କାର୍ଯ୍ୟ ବିଲକୁଲ ଠିକ ମନେ ହେଉ ନାହିଁ ବୋଲି କହିଛନ୍ତି ବିଧାୟକ । ସେପଟେ ୫ ବର୍ଷ ତଳେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା ପାରଳା ଗ-ଣ ଆ-ତ୍ମ-ହ-ତ୍ୟା-ର ତ-ଦ-ନ୍ତ ଏବେ ବି ତଦନ୍ତରେ ହିଁ ରହିଯାଇଛି ।

୨୧ ଅଗଷ୍ଟ ୨୦୧୬ ମସିହାରେ ଅନଙ୍ଗମଞ୍ଜରି ବାସଭବନରୁ ଚାରି ଭାଇ ଭଉଣୀଙ୍କ ମୃ-ତ ଦେ-ହ ମିଳିଥିଲା । ଘଟଣାର ତଦନ୍ତ ପାଇଁ ସରକାର କ୍ରାଇମବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟରେ ୫ ବର୍ଷ ବୀତି ଯାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ମିଳି ପାରିନାହିଁ । ଏହାକୁ ନେଇ ଅନଙ୍ଗଙ୍କ ଭାଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପୋଲିସ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସୁଫଳ ମିଳିବ ନାହିଁ ବୋଲି କହିବା ସହ ଆମ ପରିବାର ଯେପରି ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ସୌମ୍ୟଙ୍କ ପରିବାର ମଧ୍ୟ ସେହିପରି ବଞ୍ଚିତ ହେବେ ବୋଲି ସେ କହିଛନ୍ତି ।

ତେବେ ଦେଖାଯାଉ ସୌମ୍ୟଙ୍କ ମୃ-ତ୍ୟୁ ର-ହ-ସ୍ୟ ଉପରୁ ପରଦା ଉଠାଇବାରେ ପୋଲିସ ସଫଳ ହେବ ନା ଏହା କେବଳ ତଦନ୍ତରେ ହିଁ ରହିଯିବ ତା ଉପରେ ସମସ୍ତଙ୍କ ନଜର । ଆପଣଙ୍କ ମତ ଆମକୁ କମେଣ୍ଟ ଜଣେଇବେ ଓ ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।