ପରାଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆ ଆଣିଲା 4ଟି ବଡ ଖୁସି ଖବର, ଏଥର ନିଶ୍ଚୟ ODI WC 2023 ରେ କମାଲ ଦେଖାଇବ ଦଳ, ଜାଣିଲେ ଆପଣ ବି ଖୁସିରେ ନାଚିବେ

ନ୍ୟୁଜିଲାଣ୍ଡ ସହ ଦିନିକିଆ ସିରିଜରେ ଭାରତର ପରାଜୟ ହୋଇଛି ସତ କିନ୍ତୁ ଟିମ୍ ଇଣ୍ଡିଆକୁ ମିଳିଛି 4 ସୁପରଷ୍ଟାର । ଏମିତି 4ଜଣ ଖେଳାଳି ଟିମ୍ ଇଣ୍ଡିଆକୁ ମିଳିଛି ଯେଉଁମାନେ ଆଗକୁ ଭାରତ ପାଇଁ ଦିନିକିଆ ବିଶ୍ଵକପରେ ଭଲ ପ୍ରଦର୍ଶନ କରିପାରିବେ । ଚାଲନ୍ତୁ ଦେଖିବା କେଉଁମାନେ ସେହି 4 ଷ୍ଟାର । ଶ୍ରେୟସ ଆୟର ଗତ ଦିନିକିଆ ସିରିଜରେ ବେଶ ଗଜବ ବ୍ୟାଟିଂ କରିଛନ୍ତି । 3ଟି ମ୍ଯାଚ ଖେଳି 64.50 ଆଭରେଜ ଓ 95.55 ଷ୍ଟ୍ରାଇକ ରେଟ ସହ 129 ରନ୍ ବନେଇଛନ୍ତି ଶ୍ରେୟସ ।

ଟିମ୍ ଇଣ୍ଡିଆକୁ ଯେତେବେଳେ ମଧ୍ୟ ରନ୍ ର ଆବଶ୍ୟକତା ପଡିଛି ଶ୍ରେୟସ ଆୟର ଲଗାତାର ରନ୍ ବନାଉଥିବା ଦେଖିବାକୁ ମିଳିଛି । ସେହିଭଳି ଓପନର ଶୁଭମାନ ଗିଲ୍ ମଧ୍ୟ ଲଗାତାର ଶାନଦାର ପ୍ରଦର୍ଶନ କରି ଆସିଛନ୍ତି । ତୃତୀୟ ମ୍ଯାଚରେ ଭଲ ପ୍ରଦର୍ଶନ କରିପାରି ନଥିଲେ ମଧ୍ୟ ପୂର୍ବ ଦୁଇଟି ମ୍ଯାଚରେ ବେଶ ପ୍ରଦର୍ଶନ କରିଛନ୍ତି । ଶୁଭମାନଙ୍କୁ ଦିନିକିଆ ବିଶ୍ଵକପରେ ସ୍ଥାନ ମିଳୁ କି ନମିଳୁ, କିନ୍ତୁ ସେ ବିଶ୍ଵକପ ପାଇଁ ନିଜକୁ ଯୋଗ୍ୟ ପ୍ରଦର୍ଶିତ କରିଛନ୍ତି ।

ଶୁଭମାନ ମଧ୍ୟ 3ଟି ମ୍ଯାଚରେ 54.00 ଆଭରେଜ ଓ 83.72 ଷ୍ଟ୍ରାଇକ ରେଟ ସହ 108 ରନ୍ ବନେଇଛନ୍ତି । ଆଗକୁ ସୁଯୋଗ ମିଳିଲେ ସେ ଷ୍ଟ୍ରାଇକ ରେଟ ମଧ୍ୟ ଭଲ କରିପାରିବେ । ତୃତୀୟ ଷ୍ଟାର ହେଉଛନ୍ତି ୱାଶିଂଟନ ସୁନ୍ଦରଙ୍କ ରୂପରେ ଟିମ୍ କୁ ଜଣେ ଭଲ ଅଲରାଉଣ୍ଡର ମିଳିଛି । ସୁନ୍ଦରଙ୍କୁ ଅଫସ୍ପିନର ଭାବେ ଦଳରେ ସ୍ଥାନ ମିଳିଥିଲେ ମଧ୍ୟ ସେ ଦରକାର ବେଳେ ଭଲ ବ୍ୟାଟିଂ ମଧ୍ୟ କରିନିଅନ୍ତି । ଆଉ ଏହି ସିରିଜରେ ୱାଶିଂଟନ ବୋଲିଂ ଠୁ ଅଧିକ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛନ୍ତି ।

ସୁନ୍ଦର 3ଟି ମ୍ଯାଚରେ 88.00 ଆଭରେଜ ଓ 110.00 ଷ୍ଟ୍ରାଇକ ରେଟ ସହ 88 ରନ୍ ସ୍କୋର କରିଛନ୍ତି । ସବୁଠୁ ଖାସ କଥା ହେଉଛି ସୁନ୍ଦରଙ୍କ ଷ୍ଟ୍ରାଇକ ରେଟ । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ସବୁ ବୋଲର ମାଡ ଖାଇଥିବା ବେଳେ ସୁନ୍ଦର ହିଁ ଏକା 10 ଓଭରରେ ମାତ୍ର 42 ରନ୍ ଦେଇଥିଲେ । ସେହିଭଳି ଟିମ୍ ଇଣ୍ଡିଆର ଏହି ନୂଆ ବୋଲର ଉମରାନ ମଲିକ ଯିଏକି ନ୍ୟୁଜିଲାଣ୍ଡକୁ ଚିନ୍ତାରେ ପକାଇ ଦେଇଥିଲେ । ପ୍ରଥମ ମ୍ଯାଚରେ ଲଗାତାର 2ଟି ୱିକେଟ ନେଇ ନ୍ୟୁଜିଲାଣ୍ଡକୁ ଦୁର୍ବଳ କରି ଦେଇଥିଲେ ।

ସେହିପରି ତୃତୀୟ ମ୍ଯାଚରେ ମଧ୍ୟ ଉମରାନ ଏକମାତ୍ର ୱିକେଟ ନିଜ ନାଁରେ ନେଇଥିଲେ । ଉମରାନ ମଲିକଙ୍କ ରୂପରେ ଭାରତକୁ ଜଣେ ଭଲ ବୋଲର ମଧ୍ୟ ମିଳିସାରିଛି । ଆଗକୁ ସିଲେକ୍ସନ ଟିମ୍ ଉପରେ ସବୁ ନିର୍ଭର କରେ । ଦେଖାଯାଉ ଏହି ସୁପରଷ୍ଟାରଙ୍କୁ ଦିନିକିଆ ବିଶ୍ଵକପ ପାଇଁ ସୁଯୋଗ ମିଳୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।