December 1 ରୁ ନୂଆ ନିୟମ, LPG ଠୁ ନେଇ ବ୍ଯାଙ୍କ ପର୍ଯ୍ୟନ୍ତ ଆପଣଙ୍କ ପକେଟ ଉପରେ ପକାଇବ ବଡ ପ୍ରଭାବ, ଜାଣି ରଖିବା ନିହାତି ଜରୁରୀ

ପ୍ରତି ମାସ ଭଳି ଡିସେମ୍ବର ମାସ ଆରମ୍ଭ ଠାରୁ ମଧ୍ୟ କିଛି ବିଶେଷ ନିଯମରେ ପରିବର୍ତ୍ତନ ହୋଇଛି । ନୂଆ ମାସରେ LPG ଠାରୁ ନେଇ ବ୍ଯାଙ୍କ ସହ ଜଡିତ ଅନେକ ନୂଆ ନିୟମ ଲାଗୁ ହେବ । ଏହି ପରିବର୍ତ୍ତନ ସମଧାରଣ ଲୋକଙ୍କ ପକେଟ ଓ ବଜେଟ ଉପରେ ପ୍ରଭାବ ପକାଇବ । ପ୍ରତି ମାସର ପ୍ରଥମ ତାରିଖରେ ଗ୍ଯାସ ଦରରେ ସଂଶୋଧନ କରିଥାନ୍ତି ଗ୍ଯାସ କମ୍ପାନୀମାନେ । ଏଥର ମଧ୍ୟ ଗ୍ଯାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ନଭେମ୍ବର ମାସରେ ସାରା ଦେଶରେ କମାର୍ସିଆଲ ଗ୍ଯାସ ସିଲିଣ୍ଡର ଦର ହ୍ରାସ ପାଇଥିଲା । ଡିସେମ୍ବର ମାସରେ ମଧ୍ୟ ଏହି ଦର ହ୍ରାସ ପାଇବ ବୋଲି ସାଧାରଣ ଲୋକେ ଆଶା ରଖିଛନ୍ତି । ଡିସେମ୍ବରରେ ATM ରୁ ଟଙ୍କା ଉଠାଣରେ ପରିବର୍ତ୍ତନ ହେବ । ସୁରକ୍ଷା ଦୃଷ୍ଟିରୁ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ଏଭଳି ପରିବର୍ତ୍ତନ କରିବାକୁ ଯାଉଛି । ଏବେ ATM ରୁ ଟଙ୍କା ଉଠାଇବା ସମୟରେ ଆପଣଙ୍କ ଫୋନକୁ OTP ଯିବ ଓ ଏହା ଦେଲାପରେ ଯାଇ ଟଙ୍କା ଉଠାଇ ପାରିବେ ।

ଲୋକଙ୍କୁ ଠକାମିରୁ ବଞ୍ଚାଇବା ପାଇଁ ଏଭଳି ନିୟମ ଲାଗୁ କରିଛି ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ । ଡିସେମ୍ବର 1ରୁ ଡିଜିଟାଲ ରୁପି ଲଞ୍ଚ କରିବାକୁ ଘୋଷଣା କରିଥିଲା RBI । ରିଟେଲ ଡିଜିଟାଲ କରେନ୍ସି ପାଇଁ ଏହା ପାଇଲଟ ପ୍ରୋଜେକଟିଂ ହେବ । ଏହାଦ୍ବାରା ଇ-ରୁପି ର ବଣ୍ଟନ ଓ ପୁରା ବ୍ୟବହାର ପ୍ରକ୍ରିୟା ଯାଞ୍ଚ କରାଯିବ । ଏହା ପୂର୍ବରୁ ହୋଲସେଲ ଟ୍ରାନ୍ସାକ୍ସନ ପାଇଁ ଡିଜିଟାଲ ରୁପି ଲଞ୍ଚ କରାଯାଇଥିଲା ।

କେନ୍ଦ୍ରୀୟ ବ୍ଯାଙ୍କ ଏହି ଡିଜିଟାଲ କରେନ୍ସିକୁ ସେଣ୍ଟ୍ରାଲ ବ୍ଯାଙ୍କ ଡିଜିଟାଲ କରେନ୍ସି ନାଁ ଦେଇଛନ୍ତି । ଡିସେମ୍ବର ମାସରେ ଅନେକ ସ୍ଥାନରେ ଘନ କୁହୁଡି ଯୋଗୁଁ ଟ୍ରେନ ସମୟରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ମାସରୁ ନୂଆ ସମୟ ସାରଣୀରେ ପରିଚାଳିତ ହେବ ଭାରତୀୟ ରେଲୱେ । ହେଲେ କେଉଁ ଟ୍ରେନ ଗୁଡିକ ସମୟରେ ପରିବର୍ତ୍ତନ କରାଯିବ ତାହା ଡିସେମ୍ବର 1 ପରେ ନିଷ୍ପତ୍ତି ନିଆଯିବ ।

ଏହାସହ ଡିସେମ୍ବର ମାସରେ ସାରା ଦେଶରେ ପ୍ରାୟ 13 ଦିନ ବ୍ଯାଙ୍କ ବନ୍ଦ ରହିବ । ଏଥିରେ ଦ୍ଵିତୀୟ ଓ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ ଅଛି । ଏହା ବ୍ଯତୀତ କ୍ରିସମାସ୍, ବର୍ଷର ଶେଷଦିନ ଓ ଗୋବିନ୍ଦ ସିଂ ଜୟନ୍ତୀ ମଧ୍ୟ ସାମିଲ ଅଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।