ଅଭିନେତ୍ରୀ Riya ଙ୍କ ବାହାଘରରେ ଧୁମ୍ ମଚେଇଲେ ଏହିସବୁ ଲୋକପ୍ରିୟ ଓଡିଆ ଅଭିନେତ୍ରୀ, ଦେଖନ୍ତୁ video

ବିବାହ ଋତୁ ଆରମ୍ଭ ହେବା ପରେ ଓଲିଉଡ ଜଗତର ଲୋକପ୍ରିୟ କଳାକାର ମାନେ ମଧ୍ୟ ଏଥର ବିବାହ ପାଇଁ ଧାଡି ବାନ୍ଧିଛନ୍ତି । ନିକଟରେ ଲୋକପ୍ରିୟ କମେଡିଆନ ରାଜୁ ଦାସଙ୍କ ବିବାହ ସରିଥିବା ବେଳେ ଓଲିଉଡର ବେଶ ଜଣାଶୁଣା ଅଭିନେତ୍ରୀ ରିୟା ଦେ’ ମଧ୍ୟ ହାତକୁ ଦି’ ହାତ ହୋଇଛନ୍ତି । କିଛିଦିନ ପୂର୍ବରୁ ରିୟାଙ୍କ ରିଙ୍ଗ ସେରିମନି ସମୟର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ରିୟା ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିର୍ବନ୍ଧ ବେଳର ଫଟୋ ଓ ଭିଡିଓ ଶେୟାର କରିଥିଲେ ।

ଗୋଟିଏ ଦିନରେ ଦୁଇ ଓଲିଉଡ ଅଭିନେତ୍ରୀ ରିୟା ଦେ’ ଓ ଲୀପଶା ମହାପାତ୍ରଙ୍କ ନିର୍ବନ୍ଧ ସାରିଥିଲା ଏବଂ ପ୍ରଥମେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରିୟା । ସେ ତାଙ୍କ ବିବାହ ଉତ୍ସବ ଗୁଡିକୁ ବେଶ ମନଭରି ଉପଭୋଗ କରୁଛନ୍ତି । ଝିଅଟିଏ ନିଜ ବିବାହକୁ ନେଇ ଅନେକ ସ୍ଵପ୍ନ ଦେଖିଥାଏ । ନୂଆ ପରିବାରରେ ସାମିଲ ହେବାର ଭୟ ଯେତିକି ଥାଏ ମନରେ ବିବାହର ଖୁସି ମଧ୍ୟ ତା’ ଠୁ ବେଶୀ ଥାଏ । ଯାହାକି ରିୟାଙ୍କ ଚେହେରା ଝଲସି ଦେଖାଯାଉଛି ।

ବିବାହ ପୂର୍ବରୁ ରିୟାଙ୍କ ହଳଦୀ ସେରିମନି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ରିୟା ତାଙ୍କ ହଳଦୀ ସେରିମନିକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ହଳଦୀ ପାଇଁ ରିୟା ଖୁବ ସୁନ୍ଦର ଭାବେ ସଜେଇ ହୋଇଛନ୍ତି । ଲାଲ ଧଡି ଥିବା ହଳଦିଆ ରଙ୍ଗର ଏକ ସୁନ୍ଦର ଶାଢୀ ପିନ୍ଧିଛନ୍ତି ରିୟା ।

ତେବେ ତାଙ୍କ ହଳଦୀରେ ଯୋଗ ଦେଇଥିବା ସମସ୍ତ ଗେଷ୍ଟ ମଧ୍ୟ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଛି । ରିୟାଙ୍କ ହଳଦୀ ସେରିମନିରେ ଅନେକ ଲୋକପ୍ରିୟ ବୋଡିଆ କଳାକାରମାନେ ସାମିଲ ହୋଇଥିଲେ । ଅଭିନେତ୍ରୀ ଦେବଯାନୀ, ପୁନମ୍ ଓ ଦିବ୍ୟା ଆଦି ମଧ୍ୟ ରିୟାଙ୍କ ସହ ତାଙ୍କ ହଳଦୀ ସେରିମନିର ଖୁବ ମଜା ଉଠାଇଛନ୍ତି । ରିୟାଙ୍କ ସହ ଦେବଯାନୀ, ପୁନମ୍ ଓ ଦିବ୍ୟା ଜମେଇକି ଡ୍ୟାନ୍ସ କରୁଥିବା ସମୟର ଏକ ଭିଡିଓ ବେଶ ଭାଇରାଲ ହେଉଛି ।

ଏହି ସମସ୍ତେ ଓଲିଉଡର ବେଶ ଚର୍ଚ୍ଚିତ ଓ ଲୋକପ୍ରିୟ ଅଭିନେତ୍ରୀ । ବିଭିନ୍ନ ଗୀତରେ ଡ୍ୟାନ୍ସ କରିବା ସହ ଢୋଲ ଓ ଝାଞ୍ଜ ବଜାଇ ମଧ୍ୟ ସେମାନେ ଖୁବ ଝୁମିଥିଲେ । ତେବେ ରିୟାଙ୍କ ହଳଦୀ ସେରିମନି ସମୟର ଭିଡିଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।